Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଲେ ଜୋଏ ବିଡେନ, ଡେମୋକ୍ରାଟିକ୍ ପ୍ରାର୍ଥୀ ଭାବେ ହେଲେ ମନୋନୀତ

6/06/2020 at 7:39 PM

ଓ୍ଵାଶିଂଟନ ୦୬।୦୬: ନଭେମ୍ଵର ମାସରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ରିପବ୍ଲିକାନ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ତାଙ୍କୁ ଟକ୍କର ଦେବାକୁ ଆସୁଛନ୍ତି ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋଏ ବିଡେନ। ରାଷ୍ଟ୍ରପତି ନିର୍ବାଚନ ଲାଗି ଡେମୋକ୍ରାଟିକ୍ ପାର୍ଟିରେ ପ୍ରାର୍ଥୀ ନେଇ ହୋଇଥିବା ମନୋନୟନରେ ଜୋଏ ବିଡେନ ବିଜୟୀ ହୋଇଛନ୍ତି।

ଟୁଇଟ୍‌ରରେ ଏହାର ସୂଚନା ଦେଇ ଜୋଏ ବିଡେନ କହିଛନ୍ତି, ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ମନୋନୀତ ଲାଗି ୧୯୯୧ ସଦସ୍ୟଙ୍କ ସମର୍ଥନ ଜରୁରୀ ଥିଲା। ଏବେ ସେ ରାଷ୍ଟ୍ରର ଆତ୍ମା ଲାଗି ସେ ନିର୍ବାଚନ ଲଢିବେ। ଏପ୍ରିଲ ମାସରେ ବରନିଏ ସାଣ୍ଡର ହଟିବା ପରେ ଏବେ ଜୋଏ ବିଡେନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏକ ପ୍ରଭାବଶାଳୀ ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି।

ଏଥର ନିର୍ବାଚନରେ କରୋନା ଭାଇରସ୍‌, ଏହାର ଆର୍ଥିକ ପ୍ରଭାବ ଏବଂ ଦେଶରେ ଲାଗି ରହିଥିବା ଅଶାନ୍ତି ପ୍ରସଙ୍ଗ ପ୍ରମୁଖ ପ୍ରସଙ୍ଗ ହେବାକୁ ଯାଉଛି। ବିଡେନ୍ ରାଷ୍ଟ୍ରପତି ବାରାକ ଓବାମାଙ୍କ ସମୟରେ ଉପ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଛନ୍ତି।

ସେ କହିଛନ୍ତି ଡେମୋକ୍ରାଟିକ୍ ପାର୍ଟିରେ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ସବୁଠୁ ପ୍ରତିଭାଶାଳୀ ସମୂହ ମଧ୍ୟରେ ସମସ୍ତଙ୍କ ସହିତ ପ୍ରତିଯୋଗିତ କରିବା ଏକ ସମ୍ମାନର ବିଷୟ। କିନ୍ତୁ ଆମେ ଗର୍ବ ଅନୁଭବ କରୁ ଯେ, ନିର୍ବାଚନରେ ଏକଜୁଟ୍‌  ହୋଇ ଏକ ପାର୍ଟି ଭାବେ କାମ କରୁ।

ସାତ ରାଜ୍ୟ ଓ କୋଲମ୍ବିଆ ଜିଲ୍ଲା ମଙ୍ଗଳବାର ରାଷ୍ଟ୍ରପତି ପ୍ରାଥମିକତା ଗ୍ରହଣ କରିବାପରେ ୭୭ ବର୍ଷୀୟ ବିଡେନ ଆନୁଷ୍ଠାନିକ ଭାବେ ନାମାଙ୍କନ ପତ୍ର ପାଇଛନ୍ତି। ରାଷ୍ଟ୍ରପତି ପଦ ପାଇଁ ଏହା ତାଙ୍କର ତୃତୀୟ ପ୍ରୟାସ। ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏପ୍ରିଲରେ କହିଥିଲେ, ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ବିଡେନ୍‌ଙ୍କ ପାଖରେ ସବୁ ଗୁଣ ରହିଛି।

ଏହା ଆମେରିକା ଇତିହାସରେ ସବୁଠୁ ବଡ ସଙ୍କଟର ସମୟ ବୋଲି ବିଡେନ୍ କହିଛନ୍ତି। ସେ କହିଛନ୍ତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ରୋଧ, ବିଭାଜନକାରୀ ରାଜନୀତିର କୌଣସି ଉତ୍ତର ନାହିଁ। ଦେଶବାସୀ ଆଜି ନେତୃତ୍ଵ ପାଇଁ କାନ୍ଦୁଛନ୍ତି। ଏମିତି ନେତୃତ୍ଵ ଦରକାର ଯିଏ ଆମକୁ ଏକଜୁଟ୍ କରି ପାରିବ। ଏମିତି ନେତୃତ୍ଵ ଯିଏ ଆମକୁ ଏକ ସଙ୍ଗେ ନେଇ ଚାଲି ପାରିବ।

   Related Posts