Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଚୀନ୍କୁ ବାଇଡେନ୍ ପ୍ରଶାସନର ଚେତାବନୀ, ତାଇୱାନ ଉପରୁ ଦୃଷ୍ଟି ହଟାଅ ନଚେତ…

24/01/2021 at 11:14 AM

ୱାଶିଂଟନ, ୨୪/୦୧: ଆମେରିକା ଏବଂ ତାଇୱାନ ମଧ୍ୟରେ କୂଟନୈତିକ ସହଯୋଗକୁ ନେଇ ଚୀନ୍ ବିଚଳିତ ହୋଇପଡ଼ିଛି । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ପୁଣି ତିକ୍ତତା ବୃଦ୍ଧି ପାଇଥିବା ଦେଖାଯାଇଛି । ଚୀନ୍ ପୁଣି ଥରେ ତାର ୮ଟି ଏଚ୍-୬କେ ପରମାଣୁ ବୋମାବର୍ଷୀ ବିମାନକୁ ତାଇୱାନ ଆକାଶରେ ଉଡ଼ାଇଛି । ଏହାର ଜବାବରେ ତାଇୱାନ ନିଜର ମିଶାଇଲ୍‌କୁ ଚୀନ୍‌ ବିମାନ ଆଡ଼କୁ କରିଛି ।

ଆମେରିକା ଏହି ତିକ୍ତତାକୁ ନେଇ ମୁହଁ ଖୋଲିଛି । ବାଇଡେନ୍ ସରକାର ଶନିବାର ତାଇୱାନ୍ ବିରୋଧରେ ସୈନ୍ୟ, କୂଟନୈତିକ ଏବଂ ଆର୍ଥିକ ଦାବିକୁ କମ୍ କରିବାକୁ ଚୀନ୍କୁ ଚେତାବନୀ ଦେଇଛି । ଚୀନ୍‌ର ଏହି ଯୁଦ୍ଧ ବିମାନ ତାଇୱାନର ବାୟୁସୀମା ଭିତରେ ପଶିବାର କିଛି ଘଣ୍ଟା ମଧ୍ୟରେ ଆମେରିକା ତାର ପଡ଼ୋଶୀ ଦେଶକୁ ଡରାଇବାକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲା । ଆମେରିକାର ବିଦେଶ ବିଭାଗ ଏ ନେଇ ଏକ ବୟାନ ଜାରି କରି କହିଛନ୍ତି ଯେ, ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସମାଧାନ, ସମୃଦ୍ଧି, ସୁରକ୍ଷାକୁ ଆଗକୁ ବଢ଼ାଇବା ପାଇଁ ୱାଶିଂଟନ୍ ବନ୍ଧୁତ୍ୱର ସହ ସହଯୋଗ କରିବା ଲାଗି ସର୍ବଦା ଆଗଭର ରହିବ ।

ତାଇୱାନ ଏନେଇ କହିଛି ଯେ, ଶନିବାର ଚୀନର ୮ଟି ଏଚ୍-୬ ବୋମାବର୍ଷୀ ବିମାନ ସହ ୪ଟି ଜେ-୧୬ ବିମାନ ତାଇୱାନର ଦକ୍ଷିଣ-ପଶ୍ଚିମ ବାୟୁସୀମା ଭିତରେ ପ୍ରବେଶ କରିଥିଲା । ଏହାର ଜବାବ ଦେବାକୁ ଯାଇ ମିଶାଇଲ୍କୁ ମନିଟର୍ କରାଯାଇଥିଲା । ପରିସ୍ଥିତିକୁ ଦେଖି ତାଇୱାନରେ ଏୟାରବର୍ଣ୍ଣ ଆଲର୍ଟ ସ୍ତରକୁ ବଢ଼ାଇ ଦିଆଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିବା ସୂଚନା ମିଳିଛି । ଗତିବିଧି ଉପରେ ଦୃଷ୍ଟି ରଖିବା ପାଇଁ ଡିଫେନ୍ସ ସିଷ୍ଟମକୁ ଅଲର୍ଟ କରାଯିବା ସହ ଗତିବିଧି ଉପରେ ନଜର୍ ରଖିବା ପାଇଁ ମିଶାଇଲ୍ ସିଷ୍ଟମକୁ ଆକ୍ଟିଭେଟ୍ କରାଯାଇଛି । ତେବେ ଏ ନେଇ ଚୀନ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ ।

   Related Posts