Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଜୋ ବିଡେନ ସମସ୍ତ ହିନ୍ଦୁଙ୍କୁ ଦେଲେ ଗଣେଶ ଚତୁର୍ଥୀର ଅଭିନନ୍ଦନ, ଟ୍ଵିଟ୍‌ରରେ ଦେଲେ ସନ୍ଦେଶ

22/08/2020 at 9:27 PM

ଓ୍ଵାଶିଂଟନ ୨୨।୦୮: ଆମେରିକାର ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ଜୋଏ ବିଡେନ ଗଣେଶ ଚତୁର୍ଥୀ ଅବସରରେ ଭାରତୀୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ନିଜର ଟ୍ଵିଟର ହ୍ୟାଣ୍ଡେଲରୁ ଟ୍ଵିଟ୍ କରି ଲେଖିଛନ୍ତି, ଆମେରିକା, ଭାରତ ଓ ସମଗ୍ର ଦୁନିଆରେ ଗଣେଶ ଚତୁର୍ଥୀରେ ହିନ୍ଦୁ ଉତ୍ସବକୁ ପାଳନ କରୁଥିବା ଲୋକଙ୍କୁ ମୋର ଶୁଭକାମନା। ଆପଣଙ୍କ ସମସ୍ତ ବାଧା ଦୂର ହେଉ, ଆପଣ ଜ୍ଞାନ ସହିତ ଧନ୍ୟ ଅଟନ୍ତି ଓ ନୂତନ ଆରମ୍ଭ ପାଇଁ ଆପଣଙ୍କୁ ଉଚିତ୍ ରାସ୍ତା ମିଳୁ।

ଏହା ପୂର୍ବରୁ ଜୋଏ ବିଡେନ ଶୁକ୍ରବାର ରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରାଟିକ ପାର୍ଟିର ନାମାଙ୍କନ ପତ୍ର ସ୍ଵୀକାର କରିଛନ୍ତି ଏବଂ ମତଦାତାଙ୍କୁ ଆମେରିକାର ଲମ୍ବା ସମୟ ଧରି ଛାଇ ରହିଥିବା ଅନ୍ଧକାରକୁ ଦୂର କରିବା ପାଇଁ ଏକାଠି ଆସିବାକୁ ଅପିଲ୍ କରିଛନ୍ତି। ଆମେରିକାରେ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଡେମୋକ୍ରାଟିକ୍ ନ୍ୟାସନାଲ କନଭେସନର ଚାରି ଦିନିଆ ସମ୍ମିଳନୀର ଶେଷ ଦିନରେ ଆମେରିକାର ପୂର୍ବତନ ଉପରାଷ୍ଟ୍ରପତିଙ୍କ  ଏକ ଭିଡିଓ ଜାରି କରାଯାଇଛି। ଏଥିରେ ତାଙ୍କର ଜୀବନି, ତାଙ୍କର କ୍ୟାରିୟର, ଜଣେ ବାପା , ଜଣେ ସ୍ଵାମୀ ଓ ଜଣେ ରାଜନେତା ଭାବେ ତାଙ୍କର ବ୍ୟକ୍ତିତ୍ଵକୁ ରେଖାଙ୍କିତ କରାଯାଇଛି। ସେ କହିଛନ୍ତି ଆମେରିକାରେ ଛାଇ ରହିଥିବା ଅନ୍ଧକାରର ଅନ୍ତ ଆରମ୍ଭ ହୋଇ ଯାଇଛି।

   Related Posts