ଆମେରିକା ରାଷ୍ଟ୍ରପତି ଭାବେ ବର୍ଷଟିଏ ପୂରଣ କଲେ ଜୋ ବାଇଡେନ, କହିଲେ Covidରେ ଥକିପଡିଛି ଦେଶ, ଏବେ ଭଲ ଅଛି ପରିସ୍ଥିତି

Published By : Prameya-News7 Bureau | January 20, 2022 IST

ୱାସିଂଟନ ୨୦।୧: ଆମେରିକା ରାଷ୍ଟ୍ରପତି ଭାବେ ଜୋ ବାଇଡେନ ବର୍ଷଟିଏ ପୂରଣ କରିଛନ୍ତି। ଏହି ଅବସରରେ ହ୍ୱାଇଟ୍ ହାଉସ୍‌ରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିବା ବେଳେ କୋଭିଡ-୧୯ରେ ଆମେରିକୀୟମାନେ ଥକିପଡିଥିବା କହିଛନ୍ତି। ହେଲେ ଏବେବି ଆମ ମନୋବଳ କମି ନାହିଁ। ପରିସ୍ଥିତିର ମୁକାବିଲା ଲାଗି ଆମର ଲଢେଇ ଏବେବି ଜାରି ଥିବା ସେ କହିଛନ୍ତି। ଏଥିରେ ସଂସଦରେ ଗତିରୋଧ ସମାପ୍ତ କରିବା, ମୁଦ୍ରାସ୍ପିତି ଓ ବୈଶ୍ୱିକ ମହମାରୀର ମୁକାବିଲା ଲାଗି ଆମକୁ ବଡ ଆର୍ଥିକ ପ୍ୟାକେଜ ଆଣିବାକୁ ପଡିବ ବୋଲି କହିଛନ୍ତି।

ବାସ୍ତବିକ ରାଷ୍ଟ୍ରପତି ବାଇଡେନଙ୍କ ଲାଗି ଏହା ଏକ ଆହ୍ୱାନପୂର୍ଣ୍ଣ ସମୟ ଥିଲା। ସେ ଯେତେବେଳେ ରାଷ୍ଟ୍ରପତି ଭାବେ ଦାୟିତ୍ୱଗ୍ରହଣ କଲେ ସେତେବେଳେ ଆମେରିକା କୋଭିଡରେ ଗୁରୁତର ପ୍ରଭାବିତ ହୋଇଥିଲା। ଫଳରେ କରୋନା ଲାଗି ଦେଶରେ କଟକଣା ଜାରି ହେଉଥିବା ବେଳେ ମୁଦ୍ରାସ୍ପିତି ଶତାବ୍ଦୀର ସର୍ବୋଚ୍ଚସ୍ତରରେ ପହଞ୍ଚିଥିଲା। ତେବେ ତାଙ୍କ ନିର୍ବାଚନୀ ପ୍ରତିଶ୍ରୁତିରୁ ଅଧିକାଂଶ ଚଳିତବର୍ଷ ମଧ୍ୟାବଧି ନିର୍ବାଚନ ପୂର୍ବରୁ ସେ ପୂରଣ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି।

{"id":577054,"sizeSlug":"full","linkDestination":"none"}

ବାଇଡେନ ସରକାରର ୧ ବର୍ଷ ପୂର୍ତ୍ତି ଅବସରରେ ଆୟୋଜନ କରିଥିବା ସାମ୍ବାଦିକ ସମ୍ମିଳନୀ ପ୍ରାୟ ୧ ଘଣ୍ଟା ୫୦ ମିନିଟ୍‌ ଧରି ଚାଲିଥିଲା। ଏଥିରେ ସରକାରର ପ୍ରଥମ ବର୍ଷରେ ହାସଲ କରିଥିବା ଉପଲବ୍ଧି ବାଇଡେନ ଗଣାଇଥିଲେ। ତେବେ ବିପରୀତ ପରିସ୍ଥିତିରେ ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ବାଇଡେନ ପୁଣି ଥରେ ପ୍ରତିଶ୍ରୁତି ଦେଇଥିବା ବେଳେ ଗତ ଏକ ବର୍ଷରେ ତାଙ୍କ ସରକାର ଦେଶରେ ୬୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରିବାରେ ସକ୍ଷମ ହୋଇଥିବା କହିଛନ୍ତି। ଫଳରେ ଦେଶରେ ବେକାରୀ ହାରରେ ୩.୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରିଛି।  

ସେହିପରି ବୈଶ୍ୱିକ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଆମେରିକୀୟ ବ୍ୟବସାୟୀ ଚାହୁଁଥିବା କର ରିହାତୀ ସମ୍ପର୍କରେ ମଧ୍ୟ ବାଇଡେନ କହିଥିଲେ। ହେଲେ ଚୀନ୍ ଉପରେ ଜାରି ଆର୍ଥିକ ପ୍ରତିବନ୍ଧକ ଏବେ ହଟିବ ନାହିଁ ବୋଲି କହିଥିଲେ। ଯଦି ୨୦୨୪ରେ ସେ ପୁଣି ଥରେ ରାଷ୍ଟ୍ରପତି ପଦ ଲାଗି ନିର୍ବାଚନ ମୈଦାନକୁ ଓହ୍ଲାନ୍ତି ତେବେ ସେ ନିଶ୍ଚିତ ସାଥିରେ କମଲା ହାରିଶଙ୍କୁ ନେଇ ପ୍ରତିଦ୍ୱନ୍ଦ୍ୱୀତା କରିବେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.