Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

‘ଯୋଦ୍ଧା ଆକ୍‌ବର’ ଅଭିନେତ୍ରୀ ମନୀଷା ଯାଦବଙ୍କ ପରଲୋକ…

3/10/2021 at 10:14 AM

ମୁମ୍ବାଇ ୦୩/୧୦:  ଟେଲି ଧାରାବାହିକ ଶୋ ‘ଯୋଦ୍ଧା ଆକ୍‌ବର’ରେ ସଲିମା ବେଗମ୍ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ମନୀଷା ଯାଦବଙ୍କର ପରଲୋକ ହୋଇଯାଇଛି। ଶୁକ୍ରବାର ବ୍ରେନ୍ ହାମ୍ରେଜ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। । ଏହି ଖବର ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଥି ସହିତ ସୋସିଆଲ ମିଡିଆରେ ତାରକା ଏବଂ ପ୍ରଶଂସକମାନେ ମନୀଷାଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ତାଙ୍କ କୋ-ଷ୍ଟାର ତଥା ଏହି ଧାରାବାହିକରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଥିବା ପରିଧି ଶର୍ମା ସୋଶାଲ୍ ମିଡିଆ ଯୋଗେ ଏହି ଖବରକୁ ସ୍ପଷ୍ଟ କରିଛନ୍ତି। ସେ ମନୀଷାଙ୍କର ‘ଯୋଦ୍ଧା ଆକବର’ର ଏକ ଫଟୋକୁ ପୋଷ୍ଟ କରି ଏହି ଦୁଃଖଦ ଖବର ଦେଇଛନ୍ତି। ପରିଧି କହିଛନ୍ତି ଯେ ମନୀଷା କେବଳ ଜଣେ ମହାନ ଅଭିନେତ୍ରୀ ନୁହଁନ୍ତି, ବରଂ ସେ ଜଣେ ଭଲ ବ୍ୟକ୍ତିତ୍ବର  ପରିପୂର୍ଣ୍ଣ ଥିଲେ।

ମିଳିଥିବା ଖବର ଅନୁଯାୟୀ, ମନୀଷା ହଠାତ୍ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ପରେ ତାଙ୍କର ବ୍ରେନ୍‌ ହାମ୍‌ରେଜ୍ ହୋଇଥିବା ଜଣାପଡ଼ିଥିଲା ଓ ତାଙ୍କର ମୃତ୍ୟୁ ଘଟିଥିଲା। ମନୀଷାଙ୍କର ଏକ ପୁତ୍ର ସନ୍ତାନ ଅଛି। ଗତ ଜୁଲାଇରେ ତାକୁ ଏକ ବର୍ଷ ପୂରିଛି। ପୁଅର ପ୍ରଥମ ଜନ୍ମଦିନରେ ମନୀଷା ଖୁବ୍ ଖୁସି ଥିଲେ। ସେ ସୋଶାଲ୍ ମିଡିଆରେ ପୁଅର ଫଟୋ ମଧ୍ୟ ପୋଷ୍ଟ୍ କରିଥିଲେ।

   Related Posts