ସ୍ବାଭିମାନ ଅଞ୍ଚଳରେ ତେଜୁଛି ମାଓ ବିରୋଧୀ ସ୍ବର, ବିକାଶମୂଳକ କାର୍ଯ୍ୟରେ ବାଧାଦେବାରୁ ମାଓବାଦୀଙ୍କ ବିରୋଧରେ ଗର୍ଜିଲେ ଜୋଡାମ୍ବବାସୀ

Published By : Prameya-News7 Bureau | September 07, 2020 IST

ମାଲକାନଗିରି ୦୭/୦୯: ବିକାଶରେ ବାଧାସୃଷ୍ଟି କରି ଅଡ଼ୁଆରେ ଲାଲବାହିନୀ । ମାଲକାନଗିରିର ସ୍ବାଭିମାନ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯରେ ବାଧାସୃଷ୍ଟି କରୁଥିବାରୁ ମାଓବାଦୀଙ୍କ ଉପରେ ଜୋରଦାର ଗର୍ଜିଛନ୍ତି ଜୋଡ଼ାମ୍ବ ପଞ୍ଚୟତବାସୀ ।

ମାଓପ୍ରବଣ ବିଚ୍ଛିନ୍ନାଞ୍ଚଳର ୮ ପଞ୍ଚାୟତକୁ ବାହ୍ୟଜଗତ ସହ ଯୋଡ଼ିବାକୁ ନିର୍ମାଣ ହୋଇଛି ଗୁରୁପ୍ରୀୟା ସେତୁ। ଏହି ସେତୁ ନିର୍ମାଣ ହେବା ପରେ ଏହିସବୁ ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଚାଲୁରହିଛି । କିନ୍ତୁ ଏହି କାମରେ ବାଧା ଦେଉଛନ୍ତି ମାଓବାଦୀ ।

ଏହା ବିରୋଧରେ ସ୍ବାଭିମାନଅଞ୍ଚଳ ଆଦିବାସୀ ଶାନ୍ତି ପରିଷଦର ଆହ୍ହାନ କ୍ରମେ ଜୋଡାମ୍ବ ପଞ୍ଚାୟତବାସୀ ମାଓବାଦୀ ବିରୋଧୀ ନାରା ସହ ବିଶାଳ ଶୋଭାଯାତ୍ରା କରିଥିଲେ । ପରେ ଦର୍ଲାବେଢ଼ା ଗାଁ ନିକଟରେ ପ୍ରଜାମେଳି ଆୟୋଜିତ ହୋଇଥିଲା । ଯେଉଁଥିରେ ଶହ ଶହ ସଂଖ୍ୟାରେ ଆଦିବାସୀ ପୁରୁଷ ଓ ମହିଳା ଯୋଗଦେଇ ସ୍ବାଭିମାନ ଅଞ୍ଚଳରେ ହିଂସା ବଦଳରେ ଶାନ୍ତି ଦରକାର ବୋଲି ଦାବି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.