Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଯୋଡ଼ାରେ ଟେକିନେଇ ନାବାଳିକା ଗଣଦୁଷ୍କର୍ମ ଘଟଣା : ପୀଡ଼ିତାଙ୍କୁ ଭେଟିଲେ ରାଜ୍ୟ ଶିଶୁ ଅଧତ୍କାର ସୁରକ୍ଷା ଆୟୋଗର ସଦସ୍ୟା, ଗିରଫ ସଂଖ୍ୟା ୭କୁ ବୃଦ୍ଧି

27/06/2019 at 7:40 PM

ଯୋଡା୨୭|୬: କେନ୍ଦୁଝର ଯୋଡ଼।ରେ ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ୍ କରିଛି ଯୋଡ଼। ପୋଲିସ । ଗିରଫ୍ ଅଭିଯୁକ୍ତ, ଯୋଡ଼। ଆଜାଦବସ୍ତି ଅଂଚଳର ମୁନା ଓରଫ୍ ଅଜିତ୍ ମିଶ୍ର । ଆଜି ତାର ଡାକ୍ତରୀ ମାଇନା କରାଯାଇଛି । ଏହି ଘଟଣାରେ ଏବେ ସୁଦ୍ଧା ୭ଜଣ ଗିରଫ୍ ହୋଇସାରିଛନ୍ତି । ସେପଟେ ରାଜ୍ୟ ଶିଶୁ ଅଧତ୍କାର ସୁରକ୍ଷା ଆୟୋଗର ୨ଜଣ ସଦସ୍ୟା ଆଜି ଯୋଡ଼।ରେ ପହଁଚି ପିଡ଼ୀତାଙ୍କୁ ଭେଟିଛନ୍ତି । ସଂଧ୍ୟାରେ ଆୟୋଗର ସଦସ୍ୟା, ଡ. ଗୀତାଳି ବସ୍ତିଆ ଏବଂ ଦିବ୍ୟାଶା ଶାଶ୍ବତୀ, ଟାଟା ଷ୍ଟିଲ୍ ହସ୍ପିଟାଲକୁ ଯାଇ ପୀଡିତାଙ୍କୁ ସାକ୍ଷାତ କରିବା ସହ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଛିଛନ୍ତି । ଏନେଇ ହସ୍ପିଟାଲର ଡାକ୍ତର ଏବଂ ସ୍ଥାନୀୟ ପୋଲିସ ଅଧତ୍କାରୀଙ୍କ ସହ ଆଲୋଚନା କରିବା ପରେ ଭୁବନେଶ୍ବର ଫେରିଯାଇଛନ୍ତି । 

ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ଦିନ ଯୋଡା ଆଜାଦବସ୍ତି ନିକଟ ପଣସଗୁଡା ପଡିଆରୁ ନାବାଳିକାକୁ ଅର୍ଦ୍ଧନଗ୍ନ ଓ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ଯୋଡା ଟାଟା ଷ୍ଟିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନାବାଳିକା ଜଣଙ୍କ ତାଙ୍କର ଜଣେ ସଂପର୍କୀୟା ଆଈଙ୍କ ସହ କମାରଯୋଡ ହୁଡି ସାହିରେ ରହି ପାଠ ପଢୁଥିଲେ ।ନାବାଳିକା ସୋମବାର ରାତିରେ ଶ୍ରୀବାତ୍ସବ ଲାହୋର ଓରଫ ଠାକ୍ରି ନାମକ ଜଣେ ଯୁବକଙ୍କ ସହ ଆଜାଦବସ୍ତି ପଡିଆ ନିକଟରେ ବସି କଥା ହେଉଥିବା ବେଳେ ସେଠାରେ କିଛି ଦୁର୍ବୃତ୍ତ ପହଞ୍ଚି ଥିଲେ । ଉଭୟଙ୍କୁ ଧମକ ଚମକ ଦେଇ ଶ୍ରୀବାତ୍ସବଙ୍କୁ ମାଡ ମାରିଥିଲେ । ପରିବାର ଲୋକଙ୍କୁ ଡାକି ଆଣିବା ପରେ ଯାଇ ନାବାଳିକାକୁ ଛଡାଯିବ ବୋଲି କହିଥିଲେ ।

ପରେ ନାବାଳିକାକୁ ଟେକିନେଇ ଏକ ନିର୍ଜନ ସ୍ଥାନରେ ଦୁଷ୍କର୍ମ କରିଥିବା ଶ୍ରୀବାତ୍ସବଙ୍କ ମାମୁଁ କହିଛନ୍ତି । ତେବେ ନାବାଳିକାର ପରିବାର ଲୋକେ ଏହି ଘଟଣାରେ ଶ୍ରୀବାତ୍ସବର ହାତ ଥିବା ଅଭିଯୋଗ କରିଥିଲେ । ଶ୍ରୀବାତ୍ସବଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ପୋଲିସ ଘଟଣାରେ ତଦନ୍ତ ଚଳାଇଥିଲା ଓ ୬ଜଣଙ୍କୁ ଗିରଫ କରିଥିଲା।

   Related Posts