ଭିଡିଓ ଭାଇରାଲ ପ୍ରସଙ୍ଗ : ହଟିଲେ ଯୋଡା ବିଡିଓ ଯୋଗେଶ୍ବର ନାୟକ

Published By : Prameya-News7 Bureau | May 06, 2021 IST

କେନ୍ଦୁଝର ୦୬/୦୫ : ଶେଷରେ ହଟିଲେ କେନ୍ଦୁଝର ଯୋଡା ବିଡିଓ ଯୋଗେଶ୍ବର ନାୟକ । ଲାଞ୍ଚ ନେଉଥିବାର ଭିଡିଓ ନ୍ୟୁଜ୍‌ ୭ ସ୍ପାଏ କ୍ୟାମେରାରେ କଏଦ ହେବାପରେ ଫଟାଫଟ୍‌ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପିଇଓଙ୍କ ଠାରୁ ଟଙ୍କା ନେଉଥିବା ବେଳେ କ୍ୟାମେରାରେ କଏଦ ହୋଇଥିଲା ଲାଞ୍ଚ ନେବାର ଏକ୍ସକ୍ଲୁସିଭ୍‌ ଭିଜୁଆଲ । ଏ ନେଇ ଷ୍ଟିଙ୍ଗ୍‌ ଅରପରେସନ କରିଥିଲା ନ୍ୟୁଜ୍‌ ସେଭେନ୍‌ । ଥରେ ନୁହେଁ ଦୁଇ ଦୁଇ ଥର ଟଙ୍କା ନେଇଥିବାର ଭିଡିଓ ନ୍ୟୁଜ୍‌ ସେଭେନ୍‌ ହାତରେ ଲାଗିଥିଲା । ଏହାପରେ ବିଡିଓଙ୍କ ଦୁର୍ନୀତି ନେଇ ଲଗାତାର ଭାବେ ଖବର ପ୍ରସାରଣ କରିଥିଲା ନ୍ୟୁଜ୍‌ ୭ । ଏହାପରେ ବିଡିଓ ଯୋଗେଶ୍ବର ନାୟକଙ୍କୁ ଦାୟିତ୍ବରୁ ହଟାଯାଇଥିବା ସୂଚନା ମିଳିଛି ।  

wp:gallery {"ids":[449222,449224],"linkTo":"none"} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.