ରାଜସ୍ଥାନ ସରକାରଙ୍କ ବଡ଼ ଘୋଷଣା ; ବେକାରୀଙ୍କୁ ମିଳିବ ମାସିକ ଭତ୍ତା

Published By : Prameya-News7 Bureau | February 01, 2019 IST

ଜୟପୁର ୧|୨:  ବେକାର ସମସ୍ୟା ନେଇ ରାଜସ୍ଥାନ ସରକାର ବଡ଼ ଘୋଷଣା କରିଛନ୍ତି । ରାଜସ୍ଥାନରେ କଂଗ୍ରେସ ସରକାର ବେରୋଜଗାର ଯୁବକଯୁବତୀଙ୍କ ପାଇଁ ମାସିକ  ୩୫୦୦ ଟଙ୍କାର ଭତ୍ତା ଘୋଷଣା କରିଛନ୍ତି । ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଏହି ଟଙ୍କା ବେକାର ଯୁବକ ଯୁବତୀଙ୍କ ବ୍ୟାଙ୍କ ଖାତାକୁ ଯିବ ।

ଆଗମୀ ୨ ବର୍ଷ ପାଇଁ ବେରାଜଗାର ଯୁବକ ଯୁବତୀଙ୍କୁ ଏହି ରାଶି ପ୍ରଦାନ କରିବେ ରାଜସ୍ଥାନ ସରକାର । ମୁଖ୍ୟତଃ ଗ୍ରାଜୁଏସନ କରିଥିବା ଯୁବକଯୁବତୀ, ଯେଉଁମାନେ କୌଣସି ବି କମ୍ପାନୀରେ ଚାକିରି ପାଇ ନାହାଁନ୍ତି ସେମାନଙ୍କୁ ଏହି ଆର୍ଥିକ ସହାୟତା ମିଳିବ । ତେବେ ଗୋଟିଏ ପରିବାରରୁ ସର୍ବାଧିକ ୨ଜଣ ବେକାର ଯୁବକଯୁବତୀ ଏ ନେଇ ଆବେଦନ କରିପାରିବେ ।

ତେବେ ଯଦି କୌଣସି ଯୁବକଯୁବତୀ ସରକାରଙ୍କ ଅନ୍ୟ କୌଣସି ଯୋଜନାରେ କୌଣସି ବୃତ୍ତି ରାଶି ବା ଆର୍ଥିକ ସହାୟତା ପାଉଛନ୍ତି ସେମାନଙ୍କୁ ଏହି ଅର୍ଥ ମିଳିବ ନାହିଁ। ଏହା ସହ ଆବେଦନକାରୀ ରାଜସ୍ଥାନର ମୂଳ ବାସିନ୍ଦା ହୋଇଥିବା ଦରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.