Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

‘ଗୋଟିଏ ବର୍ଷରେ ଚାକିରି ଖାଇବି, ଜେଲ୍‌ରେ ପୂରାଇବି’: ଏନସିବି ଅଫିସର ଓ୍ବାଙ୍ଖଡେଙ୍କୁ ଧମକ ଦେଲେ ନବାବ ମଲିକ

21/10/2021 at 8:22 PM

ମୁମ୍ବାଇ ୨୧/୧୦: ଡ୍ରଗ୍ସ କେସ୍‌ରେ କିଙ୍ଗ ଖାନଙ୍କ ପୁଅ ଗିରଫ ହେବା ପରଠୁ ମହାରାଷ୍ଟ୍ର ରାଜନେତାଙ୍କୁ ଆଉ ନିଦ ନାହିଁ। ଏନସିବିର ଦବଙ୍ଗ ଅଫିସର ସମୀର ଓ୍ବାଙ୍ଖଡେଙ୍କୁ ଟାର୍ଗେଟ କରିବାରେ ବ୍ୟସ୍ତ ନେତା-ମନ୍ତ୍ରୀ। କିଏ କହୁଛି କେନ୍ଦ୍ର ପଠାଇଛି ତ ଆଉ କିଏ ଚାକିରି ଖାଇଯିବ ବୋଲି ଧମକ ଦେଉଛି। ସମୀରଙ୍କୁ ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକ ଧମକ ଦେଇ କହିଛନ୍ତି, ତାଙ୍କୁ ଜେଲ୍‌ରେ ପୂରାଇବେ। ସେ କହିଛନ୍ତି, ‘ତାଙ୍କ ପାଖରେ ଜଣେ କାଠ କଣ୍ଢେଇ ରହିଛି ଓ୍ବାଙ୍ଖଡେ । ସେ ଲୋକଙ୍କ ବିରୋଧରେ ମିଛ ମାମଲା କରୁଛି। ମୁଁ ଆହ୍ବାନ କରୁଛି ଗୋଟିଏ ବର୍ଷ ଭିତରେ ତାଙ୍କ ଚାକିରି ପଳାଇବ ଏବଂ ସେ ଜେଲ୍‌ ଯିବେ। ଦେଶବାସୀ ତୁମକୁ ଜେଲ୍‌ରେ ନଦେଖିବା ଯାଏଁ ଚୁପ୍‌ ବସିବେ ନାହିଁ। ନକଲି ମାମଲା ସମ୍ପର୍କରେ ପ୍ରମାଣ ଅଛି ବୋଲି ମଧ୍ୟ ନବାବ ମଲିକ କହିଛନ୍ତି।

ଏନସିପି ନେତା ନବାବ ମଲିକ ଆହୁରି କହିଛନ୍ତି, ‘ଆମକୁ କୁହ ତୁମ ମାଲିକ କିଏ। କିଏ ଯିଏକି ଚାପ ପକାଉଛି ? ନବାବ ମଲିକ କାହା ବାପକୁ ଭୟ କରେ ନାହିଁ। କୌଣସି ପ୍ରକାର ଚାପ ମୋ ଉପରେ ପକାଇ ଦିଅ କିନ୍ତୁ ତୁମକୁ ଜେଲ୍‌ ନପଠାଇବା ଯାଏଁ ଚୁପ ହୋଇ ବସିବି ନାହିଁ।’ ନବାବ ମଲିକ ଆରମ୍ଭରୁ ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ କେସ୍‌ରେ ଏନସିବିର ତଦନ୍ତ ଉପରେ ପ୍ରଶ୍ନ କରିଆସିଛନ୍ତି। ଏହା ପୂର୍ବରୁ ସେ ଅଭିଯୋଗ କରିଥିଲେ, ସମୀର ଓ୍ବାଙ୍ଖଡେ ମିଥ୍ୟା ଡ୍ରଗ୍ସ ମାମଲାରେ ସେଲିବ୍ରିଟିମାନଙ୍କୁ ଫସାଉଛନ୍ତି ଏବଂ ପରେ ସେମାନଙ୍କ ପାଖରୁ ଟଙ୍କା ଆଣୁଛନ୍ତି ।

ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ସମୀର ଓ୍ବାଙ୍ଖଡେ ରିୟା ଚକ୍ରବର୍ତ୍ତୀ ଏବଂ ଅନ୍ୟ ବଲିଉଡ୍‌ ଷ୍ଟାରଙ୍କ ଉପରେ ମିଛ ଡ୍ରଗ୍ସ କେସ୍‌ ଲଗାଇଥିଲେ। ଯେତେବେଳେ ସମନ ପାଇଥିବା ସେଲିବ୍ରିଟି ମାଳଦ୍ବୀପରେ ଥିଲେ ସେତେବେଳେ ସମୀର ସେମାନଙ୍କ ପାଖରୁ ଟଙ୍କା ଆଦାୟ କରିଥିଲେ ନା ବିଦେଶ ଭ୍ରମଣ କରିବାକୁ ଯାଇଥିଲେ ବୋଲି ପଚାରିଥିଲେ ନବାବ ମଲିକ।

ଏହା ପରେ ନବାବ ମଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଏନସିବିର ଜୋନାଲ୍‌ ଡାଇରେକ୍ଟର ସମୀର ଓ୍ବାଙ୍ଖଡେ କହିଛନ୍ତି ।ଏହା ସହ ନବାବ ମଲିକ ତାଙ୍କ ଉପରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ମିଥ୍ୟା ବୋଲି ସେ କହିଛନ୍ତି। ଚାକିରି କରିବା ପାଖରୁ ମୁଁ ଦୁବାଇ ଯାଇନାହିଁ। ଭଉଣୀ ସହିତ ମାଳଦ୍ବୀପ ଯାଇନଥିଲି। ସରକାରଙ୍କ ପାଖରୁ ଛୁଟି ନେଇ ମୋ ପଇସାରେ ବିଦେଶ ଯାଇଥିଲି। ମୋ ଭଉଣୀ ନିଜେ ମାଳଦ୍ବିପ ଯାଇଥିଲା ବୋଲି ସମୀର ଓ୍ବାଙ୍ଖଡେ କହିଛନ୍ତି ।

   Related Posts