ଏଠାରେ କେବଳ ବିୟର ପିଇକି ବୁଲିବା ଚାକିରୀ ପାଇଁ ମାସିକ ବେତନ ମିଳେ ୪୫ ଲକ୍ଷ ଟଙ୍କା, ଏମିତି ଚାକିରୀ ପାଇଁ ଆବେଦନ କରିବାକୁ ଚାହୁଁଥିଲେ ପଢନ୍ତୁ ପୂରା ରିପୋର୍ଟ
3/02/2019 at 1:16 PM

ଜୀବନ ଜାପନ ପାଇଁ ମଣିଷ ଚାକିରୀ କରିଥାଏ । ପେଟ ପୋଷିବା ପାଇଁ ଚାକିରୀ ଦରକାର । ବଞ୍ଚିବା ପାଇଁ ମଣିଷକୁ କଷ୍ଟ କରିବାକୁ ପଡେ ଓ କଷ୍ଟ କରିଲେ ହିଁ ମଣିଷ ଜୀବନରେ କିଛି ହାସଲ କରିଥାଏ। ଚାକିରୀରେ ନିଜର ବହୁ ମୂଲ୍ୟ ସମୟ ଦେଇ ଲୋକେ ଟଙ୍କା ରୋଜଗାର କରନ୍ତି। ତେବେ ଜାଣନ୍ତୁ ଏମିତି ଏକ ଚାକିରି ବିଷୟରେ ଯଁଉଠି ବିୟର ପିଇ ବୁଲିବା ଏକ ଚାକିରି ଏବଂ ଏଥିପାଇଁ ଦରମା ମଧ୍ୟ ମିଳେ। ମଦ୍ୟପାନ ଯଦିୋ ଶରୀର ପାଇଁ କ୍ଷତିକାରକ, କିନ୍ତୁ ଏମିତି ଚାକିରୀ ପାଇଁ ପ୍ରବଳ ଆବେଦନ ହେଉଥିବା ଜଣାପଡିଛି ।

ବାସ୍ତବରେ ଫ୍ଲୋରିଡାର ୱାଲର୍ଡ ଅଫ ବିୟରକୁ ଏମିତି କିଛି ଯୁବକ ଦରକାର ଯିଏ କି ଦେଶ ସାରା ବୁଲା ବୁଲି କରିବାର ଏବଂ ବିୟର ପିଇବାରେ ସଉକ ରଖୁଥିବେ। ଏମିତି ଚାକିରି କରିବାର ଜଦି କାହାର ଇଚ୍ଛା ଅଛି ତେବେ ମ୍ୟୁଜିଅମ୍ ଅଫ ଆମେରିକା ହିଷ୍ଟ୍ରିକୁ ନିଜ ବାୟୋଡାଟା ତୁରନ୍ତ ପଠାନ୍ତୁ। ଏହି ସଂଗ୍ରହାଳୟରେ ପୁରା ଦେଶରେ ଥିବା ବିୟରର ସ୍ୱାଦ ଜାଣିଥିବା ଏକ୍ସପର୍ଟଂକୁ ଖୋଜା ଯାଉଛି।

ଏହି ଚାକିରି ପାଇଁ ସିଲେକ୍ଟ ହୋଇଥିବା ପ୍ରାର୍ଥୀକୁ ଫ୍ରୀରେ ବିୟର ପିଇବାକୁ ଦିଆଯିବ। ଏହା ସହ ଟଙ୍କା ମଧ୍ୟ ମିଳିବ। ଏହି ଚାକିରିର ଅବଧି କିନ୍ତୁ ମାତ୍ର ୩ ବର୍ଷ । ୩ ବର୍ଷ ପରେ ଚାକିରୀରୁ କାଢିଦିଆଯିବ। ପ୍ରତି ୩ ବର୍ଷରେ ନୂଆ ଲୋକଙ୍କୁ ଚାକିରୀ ମିଳିବ।