Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଜେଏନୟୁ ଛାତ୍ର ସଂସଦ ନିର୍ବାଚନରେ ବାମ ଦଳ ମେଣ୍ଟର ବାଜିମାତ୍, ଆଇଶି ଘୋଷ ସଭାପତି ନିର୍ବାଚିତ

18/09/2019 at 8:41 AM

ନୂଆଦିଲ୍ଲୀ ୧୮।୯: ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନୟୁ) ଛାତ୍ର ସଂସଦ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ଚଳିତ ବର୍ଷ ବାମଦଳ ଛାତ୍ର ସଂଗଠନ ସମର୍ଥିତ ଏସଏଫଆଇ ଦଳ ନିଜର ଦବଦବା ବଜାୟ ରଖିଛି। ଏସଏଫଆଇ ଦଳ ପକ୍ଷରୁ ଆଇଶି ଘୋଷ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସମସ୍ତ ୪ଟି ପଦରେ ଦଳର ପ୍ରାର୍ଥୀ ବିଜୟୀ ହୋଇଥିବା ଜଣାପଡିଛି ।

ସେହିଭଳି ସାକେତ ମୁନ ଉପସଭାପତି, ସତୀଶ ଚନ୍ଦ୍ର ଯାଦବ ମହାସଚିବ ଏବଂ ମହମ୍ମଦ ଦାନିଶ ସଂଯୁକ୍ତ ସମ୍ପାଦକ ଘୋଷିତ ହୋଇଛନ୍ତି । ଆଇଶି ଘୋଷ ୨୩୧୩, ସୋକେତ ମୁନ ୩୩୬୫, ସତୀଶ ଚନ୍ଦ୍ର ଯାଦବ ୨୫୧୮ ଓ ମହମ୍ମଦ ଦାନିଶ ୩୨୯୫ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ଵର ୬ତାରିଖରେ ଜେଏନୟୁ ଛାତ୍ର ସଂସଦ ନିର୍ବାଚନ ପାଇଁ ମତଦାନ ହୋଇଥିଲା। ସେପ୍ଟେମ୍ବର ୮ରେ ପ୍ରକାଶ ପାଇବାକୁ ଥିଲା। ନିର୍ବାଚନରେ ଲିଙ୍ଗଡୋ କମିଶନ ନିୟମ ଉଲଘଂନ ହୋଇଥିବା ଦର୍ଶାଇ ହାଇକୋର୍ଟରେ ଅଭିଯୋଗ ହୋଇଥିଲା। ଫଳରେ ଦିଲ୍ଳୀ ହାଇକୋର୍ଟ ଫଳାଫଳ ପ୍ରକାଶ ଉପରେ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ରହିତାଦେଶ ଲଗାଇଥିଲେ। ମାତ୍ର ଗତକାଲି ନିର୍ବାଚନ ଫଳାଫଳ ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

   Related Posts