Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

JNU ତେଜିଲା ବାବ୍ରୀ ମସଜିଦ୍ ନିର୍ମାଣ ଦାବି, ଏକାଠି ହେଲେ ଛାତ୍ର ସଂଗଠନ

7/12/2021 at 2:59 PM

ନୂଆଦିଲ୍ଲୀ ୦୭/୧୨: ପୁଣି ଚର୍ଚ୍ଚାରେ ଜବାହାରଲାଲ ନେହରୁ ୟୁନିଭରସିଟି । ଡିସେମ୍ୱର ୬ରେ ଅର୍ଥାତ୍ ସୋମବାର ଜେଏନୟୁରେ ଅଘଟଣ ଘଟିଛି । ଏଠାରେ ବାବ୍ରୀ ମସଜିଦ୍ ସମର୍ଥନରେ ବିରୋଧ ପ୍ରଦର୍ଶନ କରାଯାଇଛି । କେବଳ ସେତିକି ନୁହେଁ ଅଭିଯୋଗ ହେଉଛି କି ବାବ୍ରୀ ମସଜିଦ୍ ସମର୍ଥନ ନାରା ଦେଇ ପୁଣିଥରେ ନିର୍ମାଣ କରିବାକୁ ଦାବି କରିଛନ୍ତି । ଡିସେମ୍ୱର ୬ରାତିରେ ପ୍ରୋଟେଷ୍ଟ ମାର୍ଚ୍ଚ ହୋଇଥିଲା ।

କାରଣ ୧୯୯୨ରେ ଅଯୋଧ୍ୟାରେ ବାବ୍ରୀ ମସଜିଦ୍ ଭଙ୍ଗା ହୋଇଥିଲା । ଯାହାକୁ ବିରୋଧ କରି ଏହି ପ୍ରଦର୍ଶନ କରାଯାଇଥିଲା । ଏହାରି ଭିତରେ ଜେଏନୟୁ ଛାତ୍ରସଂଘର ଉପାଧ୍ୟକ୍ଷ ସାକେତ ମୁନ୍ ଏବଂ ଉପସ୍ଥିତ ଥିବା ବାମପନ୍ଥୀ ନେତାମାନେ ମସଜିଦକୁ ପୁଣିଥରେ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି । ଏହି ବିରୋଧ ପ୍ରଦର୍ଶନ ସମୟରେ ସ୍ଲୋଗାନ ଶୁଣିବାକୁ ମିଳିଥିଲା । ସ୍ଲୋଗାନ ଥିଲା ନାଁ ସହିବୁନି ହସିମପୁରା, ନାହିଁ କରିବୁ ଦାଦରୀ, ପୁଣି ତିଆରି କର ବାବରୀ ।

ଏଥିରେ ହସିମପୁରା ଏବଂ ଦାଦରୀ ବିଷୟରେ ଚର୍ଚ୍ଚା ହୋଇଥିଲା । ଏ ସେହି ସ୍ଥାନ ଯେଉଁଠାରେ ହିନ୍ଦୁ-ମସଜିଦ୍ ଦଙ୍ଗା ହୋଇଥିଲା । ଠିକ୍ ଏହିପରି ବାବ୍ରୀରେ ବି ଦଙ୍ଗା ହୋଇଥିଲା । ଏହା ଅତ୍ୟନ୍ତ ଅନ୍ୟାୟ । ଏପରିସ୍ଥିତିରେ ପୁଣିଥରେ ମସଜିଦ୍ ନିର୍ମାଣ କରି ସବୁ ଠିକା ଠାକ କରନ୍ତୁ । ଜେଏନୟୁ ଦ୍ୱାରା ହୋଇଥିବା ବିରୋଧ ପ୍ରଦର୍ଶନ ରାତି ୮.୩୦ ରେ ହୋଇଥିଲା । ଗଙ୍ଗା ଢାବାରେ ଏକାଠି ହୋଇଥିଲେ ଅନେକ ସଂଖ୍ୟାରେ ଛାତ୍ର । ଏଠାରୁ ବିକ୍ଷୋଭ ଆରମ୍ଭ ହୋଇ ଚନ୍ଦ୍ରଭାଗା ହଷ୍ଟେଲ ପର୍ଯ୍ୟନ୍ତ ଯାଇଥିଲା ।

   Related Posts