JNU ପରିସରରେ VCଙ୍କୁ ଛାତ୍ରଙ୍କ ଆକ୍ରମଣ, ଉଦ୍ଧାର କଲେ ସୁରକ୍ଷା କର୍ମୀ

Published By : Prameya-News7 Bureau | December 14, 2019 IST

ନୂଆଦିଲ୍ଲୀ ୧୪।୧୨: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଉପକୂଳପତି ଏମ୍.ଜଗଦୀଶ କୁମାରଙ୍କୁ ଆନ୍ଦୋଳନରତ ଛାତ୍ରମାନେ ଶନିବାର ଆକ୍ରମଣ କରିଛନ୍ତି। ତେବେ ସୁରକ୍ଷା କର୍ମୀମାନେ ଛାତ୍ରଙ୍କ କବଳରୁ ଭିସିଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ତାଙ୍କ ଉପରେ ଛାତ୍ରମାନେ  ଆକ୍ରମଣ କରିଥିବା ନେଇ ନିଜେ ଭିସି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସ୍କୁଲ ଅଫ ଆର୍ଟସ ଏଣ୍ଡ ଏସଥେଟିକ୍ସରୁ ଫେରୁଥିବା ବେଳେ ୧୦ରୁ ୧୫ ଜଣ ଛାତ୍ର ତାଙ୍କ ଗାଡିକୁ ଘେରିଯାଇଥିଲେ। ତେବେ ତାଙ୍କ ସହ ଥିବା ସୁରକ୍ଷା କର୍ମୀଙ୍କ ଯୋଗୁ ସେ ଅଳ୍ପକେ ବର୍ତ୍ତିଯାଇଥିବା କହିଛନ୍ତି।

{"id":197753,"width":578,"height":489,"sizeSlug":"large"}

ଜେଏନୟୁରେ ହଷ୍ଟେଲ ଫି ବୃଦ୍ଧିକୁ ନେଇ ଛାତ୍ରଙ୍କ ମଧ୍ୟରେ ଦୀର୍ଘ ୧ ମାସ ହେଲା ଅଶାନ୍ତି ଲାଗି ରହିଛି। ଏଥିଲାଗି ଛାତ୍ରଛାତ୍ରୀ କ୍ୟାମ୍ପସ୍ ରେ ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରୁଛନ୍ତି। ତେବେ ଛାତ୍ରଛାତ୍ରୀଙ୍କ ଦାବିକୁ ଦୃଷ୍ଟିରେ ରଖି ମାନବ ସମ୍ବଳ ମନ୍ତ୍ରାଳୟ ଏକ ପ୍ୟାନେଲ ଗଠନ କରିଥିବା ବେଳେ ଉପକୂଳପତି ମଧ୍ୟ ଦୀର୍ଘ ଦିନ ପରେ କାର୍ଯ୍ୟାଳୟକୁ ଫେରି ସମସ୍ତ ୧୮ଟି ହଷ୍ଟେଲର ଅଧ୍ୟକ୍ଷଙ୍କ ବୈଠକ କରିଥିଲେ। ତେବେ ଉପକୂଳପତିଙ୍କ ଏହି ବୈଠକ ବିନା କୌଣସି ନିଷ୍କର୍ସରେ ଶେଷ ହୋଇଥିଲା।

{"id":197754,"width":578,"height":389,"sizeSlug":"large"}

ଛାତ୍ରଛାତ୍ରୀ ଏବେବି ବିଶ୍ୱବିଦ୍ୟାଳୟଙ୍କ ଫି ବୃଦ୍ଧି ନିଷ୍ପତ୍ତିକୁ  କ୍ୟାମ୍ପସ୍ ରେ ବିରୋଧ କରୁଥିବା ବେଳେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉପକୂଳପତି, ରେଜିଷ୍ଟ୍ରାର ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କାର୍ଯ୍ୟାଳୟକୁ ଆସୁଛନ୍ତି। ତେବେ ଛାତ୍ରମାନେ କ୍ରିୟାଶୀଳ ହୋଇ ଭିସିଙ୍କ ଉପରେ ଆକ୍ରମଣ କରିବା ଅତ୍ୟନ୍ତ ଅସଙ୍ଗତ ବୋଲି ଅନେକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.