ଥମୁନି JNU ଛାତ୍ରଙ୍କ ପ୍ରତିବାଦ, ଫି' ବୃଦ୍ଧି ବିରୋଧରେ ରାଷ୍ଟ୍ରପତି ଭବନ ଯିବାବେଳେ ରାସ୍ତା ଓଗାଳିଲା ପୋଲିସ, ଲାଠିମାଡ

Published By : Prameya-News7 Bureau | December 09, 2019 IST

ନୂଆଦିଲ୍ଲୀ  ୯।୧୨ :  ଜାବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳ (ଜେଏନୟୁ) ହଷ୍ଟେଲ ଫି'   ବୃଦ୍ଧିକୁ ନେଇ ଉପୁଜିଥିବା ଛାତ୍ର ଅସନ୍ତୋଷ ଥମିବାର ନାଁ ନେଉନି। ସୋମବାର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ରାଲିରେ ରାଷ୍ଟ୍ରପତି ଭବନ ଯିବା ଲାଗି ଯୋଜନା କରିଥିବା ବେଳେ ପୋଲିସ ଏଥିରେ ସେମାନଙ୍କୁ ବାଧା ଦେଇଛି। ଫଳରେ ଛାତ୍ର ଓ ପୋଲିସ ମୁହାଁ ମୁହିଁ  ହୋଇଥିବା ବେଳେ ଛାତ୍ରଙ୍କୁ ଘଉଡାଇବା ଲାଗି ପୋଲିସ ଲାଠିଚାଳନା କରିଥିବା ଜଣାପଡିଛି।

{"id":195742,"sizeSlug":"large"}

ଜବାହାରଲାଲ ନେହେରୁ ଛାତ୍ର ସଂଘ (ଜେଏନୟୁଏସୟୁ) ଶୁଳ୍କ ହ୍ରାସ ଦାବିରେ ସୋମବାର ରାଷ୍ଟ୍ରପତି ଭବନ ଚାଲ ଆହ୍ୱାନ ଦେଇଥିଲା। ତେବେ ଏହା ପୂର୍ବରୁ ପୋଲିସ ବିଶ୍ୱବିଦ୍ୟାଳୟର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ରାସ୍ତାକୁ ବାରିକେଡ ଲଗାଇ ବନ୍ଦ କରିଦେଇଥିଲା। ଏହା ସତ୍ତ୍ୱେ ଛାତ୍ରଛାତ୍ରୀ ପୋଲିସ ବଳୟ ଭେଦ କରି ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରିବା ଯୋଗୁ ପୋଲିସ ସେମାନଙ୍କୁ ବିଖାଜୀ କମାପାଲେସ୍‌ ନିକଟରେ ଅଟକାଇବାକୁ ଉଦ୍ୟମ କରି ଲାଠିମାଡ କରିଥିଲା।

{"id":195743,"sizeSlug":"large"}

ସମ୍ପୂର୍ଣ୍ଣ ଶୁଳ୍କ ବୃଦ୍ଧି ଘୋଷଣା ପ୍ରତ୍ୟାହାର ଦାବିରେ ଜେଏନୟୁଏସୟୁ ଦୀର୍ଘ ୧ ମାସରୁ ଅଧିକ କାଳ ହେଲା ବିଶ୍ୱବିଦ୍ୟାଳୟ ପରିସରରେ ଆନ୍ଦୋଳନ ଚଳାଇଛି। ତେବେ ଏଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବାରୁ ବିଶ୍ୱବିଦ୍ୟାଳୟଙ୍କ ନିଷ୍ପତ୍ତି ନେଇ ଛାତ୍ର ସଂଘ ରାଷ୍ଟ୍ରପତିଙ୍କୁ ଏକ ଇ-ମେଲ ମଧ୍ୟ ପଠାଇଥିଲା। ଏହା ବାଦେ ରାଷ୍ଟ୍ରପତି ଭବନ ଚାଲ ଆହ୍ୱାନ ବି ଦେଇଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.