ଜେଏନୟୁ ଛାତ୍ରଙ୍କ ହୀନ ରାଜନୀତି: ହାଣିଦେଲେ ବିବେକାନନ୍ଦଙ୍କ ବେକ, ଲେଖିଲେ ଅଶ୍ରାବ୍ୟ ଭାଷା…

Published By : Prameya-News7 Bureau | November 14, 2019 IST

ନୂଆଦିଲ୍ଲୀ୧୪|୧୧: ଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟରେ ଚାଲିଥିବା ଛାତ୍ର ଆନ୍ଦୋଳନ ଆଜି ଏକ ଅସ୍ବାଭାବିକ ଟ୍ବିଷ୍ଟ ନେଇଛି। ବିଶ୍ବବିଦ୍ୟାଳୟ ପରିସରରେ ତିଆରି ହେଉଥିବା ସ୍ବାମୀ ବିବେକାନନନ୍ଦଙ୍କ ଏକ ପ୍ରତିମୂର୍ତ୍ତିକୁ କିଛି ଛାତ୍ର ଭାଙ୍ଗି ଦେଇଛନ୍ତି। ସେପଟେ ହଷ୍ଟେଲ ଫି ବୃଦ୍ଧି ପ୍ରତିବାଦରେ ଛାତ୍ରଙ୍କ ଆନ୍ଦୋଳନ ଆଜି ମଧ୍ୟ ଜାରି ରହିଛି।

{"id":184059,"sizeSlug":"large"}

ପ୍ରସିଦ୍ଧ ଜେଏନୟୁ ବା ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ତିଆରି ହୋଇଥିବା ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଏବେ ମସ୍ତକ ବିହୀନ ହୋଇଛି।କ୍ୟାମ୍ପସରେ ଛାତ୍ର ଆନ୍ଦୋଳନ କିଭଳି ହୀନ ସ୍ଥିତି ସୃଷ୍ଟି କରିଛି ତାହାର ଏହା ଉଦାହରଣ। ଆଉ ମୂର୍ତ୍ତି ତଳେ ଲେଖାଯାଇଛି କିଛି ଅପଶବ୍ଦ। ଜେଏନୟୁରେ ସ୍ବାମୀ ବିବେକାନନଙ୍କ ପ୍ରତିମୂର୍ତ୍ତି ତିଆରି ସରିଥିବା ବେଳେ ଖୁବଶୀଘ୍ର ଉନ୍ମୋଚିତ ହୋଇଥାନ୍ତା। ତେବେ ଜେଏନୟୁରେ ରାଜନୈତିକ ଦଳଙ୍କ ପ୍ରୋତ୍ସାହନରେ ଚାଲିଥିବା ଛାତ୍ରସଂଗଠନ ଶେଷରେ ଏଭଳି କାମ କରିବାକୁ ବି ପଛାଇନାହାନ୍ତି।

{"id":184061,"sizeSlug":"large"}

ହଷ୍ଟେଲ ଫି ବୃଦ୍ଧିକୁ ନେଇ ଜେଏନୟୁରେ କିଛି ଦିନ ଧରି ଚାଲିଛି ଆନ୍ଦୋଳନ। ଗୋଟିଏ ଗୋଷ୍ଠୀ ଭିସିଙ୍କ କାର୍ଯ୍ୟଳୟରେ ପଶି ସେଠାରେ ସେମିତି ହୋହଲ୍ଲା କରିଥିଲେ। ଭିସିଙ୍କ ବିରୋଧରେ ସ୍ଲୋଗାନ ଲେଖିଥିଲେ। ଆଉ ଆଜି ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଓ ହଷ୍ଟେଲରେ ମଧ୍ୟ ଲେଖାଯାଇଛି ସ୍ଲୋଗାନ। ଛାତ୍ରମାନେ ଶୋଭାଯାତ୍ରା କରିଛନ୍ତି। ଏହାପରେ ସ୍ବାମୀ ବିବେକାନନ୍ଦଙ୍କ ମୂର୍ତ୍ତି ଭଙ୍ଗାଯାଇଛି। ଯାହାର ଭିଜୁଆଲ ମଧ୍ୟ ପୋଲିସ ପାଖରେ ପହଞ୍ଚିଛି। ଆଉ ଭିସି କହିଛନ୍ତି ଛାତ୍ରମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବେ।

{"id":184062,"sizeSlug":"large"}

ଦେଶର ଛାତ୍ର ରାଜନୀତି କେଉଁଆଡ଼େ ଗତି କରୁଛି ଅନୁମାନ କରନ୍ତୁ। କିଛି ମାସ ତଳେ କୋଲକାତାରେ ବିଦ୍ୟାସାଗର କଲେଜରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଆଉ ଈଶ୍ବର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଥିଲେ। ଏବେ ଦିଲ୍ଲୀ ଜେଏନୟୁରେ ସମାନ ଘଟଣା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.