ଜେଏନୟୁ ଛାତ୍ର ନେତା ଉମର ଖଲିଦଙ୍କ ହତ୍ୟା ଉଦ୍ୟମ ଘଟଣାରେ ସନ୍ଦିଗ୍ଧ ଚିହ୍ନଟ

Published By : Prameya-News7 Bureau | August 14, 2018 IST

ଦିଲ୍ଲୀ ୧୪/୮ : ଜେଏନୟୁ ଛାତ୍ର ନେତା ଉମର ଖଲିଦଙ୍କ ହତ୍ୟା ଉଦ୍ୟମ ଘଟଣାରେ ସନ୍ଦିଗ୍ଧ ଚିହ୍ନଟ । ତାଙ୍କୁ ଗୁଳି କରାଯାଇଥିବା ସ୍ଥାନରେ ଲାଗିଥିବା ସିସି ଟିଭି ଫୁଟେଜରୁ ପୋଲିସ ଜଣେ ଆକ୍ରମଣକାରୀର ଭିଜୁଆଲ ସଂଗ୍ରହ କରିଛି । ଦିଲ୍ଲୀରେ ଥିବା ଭାରତୀୟ ସମ୍ବିଧାନିକ କ୍ଲବ ବାହାରେ ଏହି ଗୁଳି କାଣ୍ଡ ଘଟିଥିଲା । ଏକ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଖଲିଦ ଯାଇଥିଲେ । ସାଙ୍ଗ ମାନଙ୍କ ସହିତ ଚା ପିଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଦୁଇ ଜଣ ଯୁବକ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ତେବେ ସେ ତଳେ ପଡ଼ିଯିବାରୁ ଗୁଳି ତାଙ୍କ ଦେହରେ ବାଜି ନଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.