Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଚାକିରୀରୁ ବିଦା ହେଲେ ହାଥରସ କାଣ୍ଡ ସହ ସମ୍ପୃକ୍ତ JNMC ର ୨ ଡାକ୍ତର

21/10/2020 at 4:39 PM

ଆଗ୍ରା ୨୧।୧୦:  ଆଲିଗଡ଼ ମୁସ୍ଲିମ ୟୁନିଭର୍ସିଟି (ଏଏମୟୁ) ଅନ୍ତର୍ଗତ ଜବାହାରଲାଲ ନେହେରୁ ମେଡିକାଲ କଲେଜ (ଜେଏନଏମସି)ର ୨ ମେଡିକାଲ ଅଫିସରଙ୍କୁ କାର୍ଯ୍ୟରୁ ବହିଷ୍କାର କରି ଦିଆଯାଇଛି। ଉଭୟ ଡାକ୍ତର ହସ୍ପିଟାଲରେ ହାଥରସ ପୀଡ଼ିତାଙ୍କ ଚିକିତ୍ସା କରିଥିଲେ। ତେବେ ଏହି ଡାକ୍ତରମାନଙ୍କୁ  ଲିଭ ଭ୍ୟାକେନ୍ସିରେ ଅସ୍ଥାୟୀ ଭାବେ ନିଯୁକ୍ତ କରାଯାଇଥିବା ବେଳେ ସେମାନଙ୍କ କାର୍ଯ୍ୟାବଧି ଶେଷ ହୋଇଥିବା ମେଡିକାଲ କଲେଜ ପକ୍ଷରୁ କୁହାଯାଇଛି।

କୋଭିଡ-୧୯ ମହାମାରୀରେ ମେକିଡାକଲ କଲେଜ ହସ୍ପିଟାଲର ଅନେକ ଡାକ୍ତର ଆକ୍ରାନ୍ତ ହୋଇଥିଲେ। ଏଣୁ ସ୍ୱାସ୍ଥ୍ୟ ସେବା ଚଳାଇ ରଖିବା ଲାଗି ଅସ୍ଥାୟୀ ଡାକ୍ତରଙ୍କୁ ନିଯୁକ୍ତ କରାଯାଇଥିଲା। ଏବେ ଡାକ୍ତରମାନେ ଡ୍ୟୁଟିକୁ ଫେରିଆସିଲେଣି। ଏଣୁ ଲିଭ ଭ୍ୟାକେନ୍ସିରେ ନିଯୁକ୍ତ ଡାକ୍ତରଙ୍କର କୌଣସି ଆବଶ୍ୟକତା ନଥିବାରୁ ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରିଦିଆଯାଇଥିବା କୁହାଯାଇଛି।

ଦୁଇ ଡାକ୍ତରଙ୍କ ମଧ୍ୟରୁ ଜଣେ ହାଥରସ ପୀଡିତାଙ୍କ ବିଭିନ୍ନ ଡାକ୍ତରୀ ଦସ୍ତାବେଜରେ ଦସ୍ତଖତ କରିଥିବା ବେଳେ ଅନ୍ୟ ଜଣେ ପୀଡ଼ିତାଙ୍କ ପ୍ରତି ଦୁଷ୍କର୍ମ ହୋଇ ନଥିବା କହି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ। ମାମଲାର ଏବେ ସିବିଆଇ ତଦନ୍ତ ଚାଲିଥିବା ବେଳେ ତଦନ୍ତକାରୀ ଅଧିକାରୀମାନେ ୨ ଡାକ୍ତରଙ୍କୁ ପଚରାଉଚରା କରିଥିଲେ। ତେବେ ଅଚାନକ ଚାକିରୀରୁ ବହିଷ୍କାର କରି ଦିଆଯାଇଥିବାରୁ ସେମାନେ ଆଶ୍ଚର୍ଯ୍ୟବ୍ୟକ୍ତ କରିଛନ୍ତି।

ବହିଷ୍କୃତ ୨ ଡାକ୍ତର ହେଲେ ମହମ୍ମଦ ଅଜିମୁଦ୍ଦିନ ମଲ୍ଲିକ ଓ ଡା.ଅବିଦ ଇମତିଆଜଉଲ ହକ୍‌। ଡା. ହକ୍ ହାଥରସ ପୀଡ଼ିତାଙ୍କ ବିଭିନ୍ନ ଡାକ୍ତରୀ କାଗଜପତ୍ରରେ ମେଡିକାଲ ଅଫିସର ଭାବେ ଦସ୍ତଖତ କରିଥିବା ବେଳେ ଡା. ମଲ୍ଲିକ ପୀଡ଼ିତାଙ୍କ ପ୍ରତି ଦୁଷ୍କର୍ମ ହୋଇଥିଲା କି ନା ସେ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏ ନେଇ ଡା. ମଲ୍ଲିକଙ୍କୁ ପଚରା ଯିବାରେ ପୀଡ଼ିତାଙ୍କ ପରୀକ୍ଷଣ ଅନେକ ବିଳମ୍ବରେ ହୋଇଥିବାର କହିଛନ୍ତି। ଏଣୁ  ତାଙ୍କପ୍ରତି ଦୁଷ୍କର୍ମ ହୋଇଥିଲା କି ନା ଅଚାନକ କହିବା ଡାକ୍ତରଙ୍କ ପକ୍ଷେ ସମ୍ଭବ ନଥିଲା। ତେବେ ଚାକିରୀରୁ ତାଙ୍କ ବହିଷ୍କାର ସମ୍ପର୍କରେ ପଚରା ଯିବାରୁ ଏବାବଦରେ ଏଏମୟୁ କର୍ତ୍ତୃପକ୍ଷ ଅଧିକ ଜାଣନ୍ତି ବୋଲି କହିଛନ୍ତି।

ଡାକ୍ତରଙ୍କ କହିବାର କଥା ହେଲା ଦୁଷ୍କର୍ମ ମାମଲାରେ ୪ ମଧ୍ୟରେ ଡାକ୍ତରୀ ମାଇନା କରାଯିବା କଥା, ୧୧ ଦିନ ପରେ କରାଗଲେ ତାର କୌଣସି ଅର୍ଥନାହିଁ। ତେବେ ଚାକିରୀରୁ ଅଚାନକ ବହିଷ୍କାର ନିର୍ଦ୍ଦେଶରେ ଡା. ହକ୍ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଯେତେବେଳେ ଜେଏନଏମସିରେ ଜଣେ ବି ଡାକ୍ତର ନଥିଲେ ସେତେବେଳେ ଆମକୁ ନିଯୁକ୍ତ କରାଯାଇଥିଲା। ନିଯୁକ୍ତି ସର୍ତ୍ତରେ ଏଭଳି କିଛି ନିୟମାବଳି ମଧ୍ୟ ନଥିଲା । ହେଲେ ଅଚାନକ ବହିଷ୍କାର କରାଯିବର କାରଣ ସମ୍ପର୍କରେ ଜାଣନ୍ତି ନାହିଁ ବୋଲି କହିଛନ୍ତି।  

   Related Posts