Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ

8/12/2021 at 7:29 AM

ଭୁବନେଶ୍ୱର ୦୮।୧୨: ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର  । ୨୦୨୧ ପାଇଁ ଅସାମର କବି ନୀଳମଣି ଫୁକନ ଏବଂ ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ଦିଆଯିବ ସମ୍ମାନ । ଏନେଇ ଘୋଷଣା ହୋଇଛି ।

ଖବର ଅନୁଯାୟୀ,  ଖ୍ୟାତନାମା ଅହମୀୟା କବି ନିଳମଣୀ ଫୁକନ ଏବଂ କୋଙ୍କଣୀ ସାହିତ୍ୟିକ ଦାମୋଦର ମୌଜୋଙ୍କୁ ଜ୍ଞାନପୀଠ ସମ୍ମାନରେ ସମ୍ମାନିତ କରାଯିବ । ନୀଳମଣି ଫୁକନଙ୍କୁ ୨୦୨୧ ପାଇଁ ଏବଂ ଦାମୋଦର ମୌଜୋଙ୍କୁ ୨୦୨୨ ପାଇଁ ଜ୍ଞାନପୀଠ ସମ୍ମାନରେ ସମ୍ମାନିତ କରାଯିବ । ଜ୍ଞାନପୀଠ ଚୟନ ସମିତି ଏମାନଙ୍କ ନାଁକୁ ଚୟନ କରିଛି । ପୁରସ୍କାର ସ୍ବରୂପ ଏମାନଙ୍କୁ ୧୧ ଲକ୍ଷ ଟଙ୍କାର ନଗଦ ରାଶି, ପ୍ରଶଂସା ପତ୍ର ପ୍ରଦାନ କରାଯିବ ।

୧୯୯୩ ରେ ଜନ୍ମିତ ନୀଳମଣି ଫୁକନ ଆହମୀୟା କବିତା ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି । ତାଙ୍କର ଅନେକ କବିତା ବେଶ ଆଦୃତ ହୋଇଛି । ସେହିପରି କୋଙ୍କଣି ସାହିତ୍ୟିକ ଦାମୋଦର ମୌଜୋ ୧୯୪୪ ରେ ଜନ୍ମ ଗ୍ରହଣ କରିଥିବା ବେଳେ, ସମକାଳୀନ କୋଙ୍କଣି ସାହିତ୍ୟକୁ ସେ ବହୁ ଆଗକୁ ନେଇଛନ୍ତି । ୫୦ ବର୍ଷ ଧରି ସେ ବିଭିନ୍ନ କାହାଣୀ, ଉପନ୍ୟାସ , ଶିଶୁ ସାହିତ୍ୟରେ ଅନେକ କାଳଜୟୀ ରଚନା ଲେଖିଛନ୍ତି ।

   Related Posts