Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଜେଏମ୍ଏମ୍ ନେତା ଶଙ୍କର ରବାନୀ ଏବଂ ତାଙ୍କ ପତ୍ନୀଙ୍କୁ ନିର୍ମମ ହତ୍ୟା : ପୂର୍ବ ଶତୃତା ସନ୍ଦେହ

11/10/2020 at 4:58 PM

ଧନବାଦ ୧୧/୧୦: ଝାଡ଼ଖଣ୍ଡର ଧନବାଦରୁ ସ୍ବାମୀ-ସ୍ତ୍ରୀଙ୍କ ହତ୍ୟା ମାମଲା ସାମନାକୁ ଆସିଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଧନବାଦ ମହାନଗରର ଉପାଧ୍ୟକ୍ଷ ଶଙ୍କର ରବାନି ଏବଂ ତାଙ୍କ ପତ୍ନୀ ବାଳିକା ଦେବୀଙ୍କ ତାଙ୍କ ଘରେ ନିର୍ମମ ହତ୍ୟା କରି ଦିଆଯାଇଛି। ହତ୍ୟାକାରୀ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ନୃଶଂସଭାବେ ହତ୍ୟା କରିଛି।  

ପୋଲିସର କହିବା ଅନୁସାରେ ଘଟଣାକୁ ଦେଖି ଏପରି ଅନୁମାନ ଲଗାଯାଇପାରିବ ଯେ ହତ୍ୟାକାରୀମାନେ ଘରେ ପଶି ଶୋଇଥିବା ଦମ୍ପତ୍ତିଙ୍କୁ ଉଠାଇଥିଲେ ଏବଂ ଘର ଭିତରେ ଦମ୍ପତ୍ତିଙ୍କ ସହ ପ୍ରଥମେ ଦୁର୍ବୃତ୍ତମାନଙ୍କର ଝଗଡ଼ା ହୋଇଥିଲା। ଏହା ପରେ ଅଗଣାରେ ଟାଣି ଆଣି ସେମାନଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିଲା।

ଘରୁ ୨ଥର ଫାୟାରିଂର ଶବ୍ଦ ମଧ୍ୟ ଶୁଣାଯାଇଥିଲା। ଘଟଣାସ୍ଥଳରୁ ପୋଲିସ୍ ୨ଟି ଖୋଖା ଏବଂ ଛୁରୀ ଜବତ କରିଛି। ଦମ୍ପତ୍ତିଙ୍କ ମୃତଦେହ ଘରର ଅଗଣାରେ ପଡ଼ି ରହିଥିଲା। ଏବିଷୟରେ ରବିବାର ସକାଳେ ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ।

ସୂଚନା ପାଇବା ମାତ୍ରେ ସିନ୍ଦରି ଡିଏସପି,ଥାନାମୁଖ୍ୟ ଘଟଣାସ୍ଥଳକୁ ପହଞ୍ଚିଥିଲେ। ପୋଲିସ୍ ଏବେ ଏହି ମାମଲାର ତଦନ୍ତ କରୁଛି।  

   Related Posts