Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ବାଙ୍ଗିରିପୋଷି ଓ ରାଇରଙ୍ଗପୁରରେ ବିଧାୟକ ପ୍ରାର୍ଥୀ ବଦଳାଇଲା ଜେଏମ୍‌ଏମ୍‌

5/04/2019 at 3:46 PM

ମୟୁରଭଞ୍ଜ ୫|୪: ବାଙ୍ଗିରିପୋଷି ଓ ରାଇରଙ୍ଗପୁରରେ ବିଧାୟକ ପ୍ରାର୍ଥୀ ବଦଳାଇଛି ଜେଏମଏମ । ବାଙ୍ଗିରିପୋଷିରେ ସୁନ୍ଦର ମୋହନ ସିଂଙ୍କ ସ୍ଥାନରେ ଫାଗୁ ହାଁସଦାଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି  ରାଇରଙ୍ଗପୁରରେ ସୁନାରାମ ଟୁଡୁଙ୍କ ସ୍ଥାନରେ ରାମଚନ୍ଦ୍ର ମୁର୍ମୁ ପ୍ରାର୍ଥୀ ହୋଇଛନ୍ତି।

ଓଡିଶାର ୫ ବିଧାନସଭା ଏବଂ ୧ ଲୋକସଭା ନିମନ୍ତେ ପ୍ରାର୍ଥୀ ଘୋଷଣା କରିଥିଲା ଜେଏମ୍‌ଏମ୍‌ । ମୟୂରଭଞ୍ଜ ଲୋକସଭା ନିମନ୍ତେ ଦଳ ଅଞ୍ଜନୀ ସୋରେନ୍‌ଙ୍କୁ ପ୍ରାର୍ଥୀ କରିଥିଲା। ସେହିପରି ଜିଲ୍ଲାର ଏକମାତ୍ର ଅଣସଂରକ୍ଷିତ ଆସନ ମୋରଡ଼ା ନିମନ୍ତେ କଳିଙ୍ଗ କେଶରୀ ଜେନା, ସାରସକଣା ନିମନ୍ତେ ଦଳର ରାଜ୍ୟ ସଭାପତି ମହେଶ ହେମ୍ବ୍ରମ୍‌, ବାଙ୍ଗିରିପୋଷି ନିମନ୍ତେ ସୁନ୍ଦର ମୋହନ ସିଂହ ଏବଂ ରାଇରଙ୍ଗପୁର ନିମନ୍ତେ ସୁନାରାମ ଟୁଡ଼ୁଙ୍କୁ ଦଳ ପ୍ରାର୍ଥୀ କରିଥିଲ। ସେହିପରି ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଆସନରେ ଦଳ ସେବିୟନ ଆଇନ୍ଦ୍‌ଙ୍କୁ ଦଳ ପ୍ରାର୍ଥୀ କରିଥିବା ଜଣାପଡ଼ିଛି। ମାତ୍ର ବୀରମିତ୍ରପୁର ଆସନରେ କଂଗ୍ରେସ୍‌ ପୂର୍ବରୁ ଜର୍ଜ ତିର୍କୀଙ୍କ ପୁଅ ରୋହିତ ଜୋସେଫ ତିର୍କୀଙ୍କୁ ପ୍ରାର୍ଥୀ କରିଛି।

   Related Posts