ତେଲକୋଇରେ ପ୍ରତିଷ୍ଠା ହେବ ଜେଏମଏଫସି କୋର୍ଟ

Published By : Prameya-News7 Bureau | July 15, 2021 IST

ତେଲକୋଇ ୧୫/୦୭ : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ହେଉଛି ଆଦିବାସୀ ଅଧୁଷିତ ଅଞ୍ଚଳ । କେନ୍ଦୁଝର ଠାରୁ ପ୍ରାୟ ୬୦ କିଲୋମିଟର ଦ୍ବରରେ ରହିଛି । ଲୋକେ ଆଇନର ସହାୟତା ପାଇବା ପାଇଁ କେନ୍ଦୁଝର କୋର୍ଟ ଉପରେ ନିର୍ଭର କରିଥାନ୍ତି । ଏହାକୁ ହୃଦୟଙ୍ଗମ କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡିଶା, ରାଜ୍ୟର ଅନ୍ୟ ଅଞ୍ଚଳ ଭଳି ତେଲକୋଇ ବ୍ଲକକୁ ଗୁରୁତ୍ୱ ଦେଇ ଜେଏମଏଫସି କୋର୍ଟ ପ୍ରତିଷ୍ଠା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି କେନ୍ଦୁଝର ଜିଲ୍ଲା କୋର୍ଟର ଜିଲ୍ଲା ଜଜ୍ ବେଣୁଧର ପାତ୍ର ତେଲକୋଇ ବ୍ଲକରେ କୋର୍ଟ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି କଣ ରହିଛି ତାକୁ ବୁଲି ଦେଖିଥିଲେ । ବର୍ତ୍ତମାନ ବ୍ଲକ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ କୋର୍ଟ ଅସ୍ଥାୟୀ ଭାବେ ଚାଲୁ ହେବ ଏବଂ ପରବର୍ତ୍ତୀ ସମୟରେ କୋର୍ଟଙ୍କ ନିଜସ୍ୱ ଘର ତିଆରି ହେବ । କାଳିକୁଦୁର ମୌଜାରେ କୋର୍ଟ ପାଇଁ ତେଲକୋଇ ତହସିଲ ପକ୍ଷରୁ ତିନି ଏକର ୧୮ ଡେସିମିଲି ଜାଗା ଯୋଗାଇ ଦିଆଯାଇଛି । ଏଥିରେ ତେଲକୋଇ ତହସିଲଦାର ଅଶ୍ୱିନୀ ନାୟକ ବିଡ଼ିଓ ଦିଲ୍ଲିପ କୁମାର ବାରା ଓ ଥାନା ଅଧିକାରୀ ଅମିତାଭ ଦାସ ଜଜ୍ ଶ୍ରୀ ପାତ୍ର ଙ୍କୁ ସମସ୍ତ ସହାୟତା କରିଥିଲେ । ଯଥାଶୀଘ୍ର କୋର୍ଟ ଚାଲୁ କରିବାପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ କେନ୍ଦୁଝର ଜିଲ୍ଲାପାଳ ଙ୍କ ସହିତ ଆଲୋଚନା କରିବେ ବୋଲି ମାନ୍ୟବର ଜଜ୍ ବେଣୁଧର ପାତ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.