ହିଞ୍ଜିଳିକାଟୁ ଜେଏମଏଫସି କୋର୍ଟର ୧୧ତମ ପ୍ରତିଷ୍ଠା ଦିବସ ପାଳିତ, ସବଜର୍ଜ କୋର୍ଟ ପ୍ରତିଷ୍ଠା ଦାବି ରଖିଲେ ସଭାପତି

Published By : Prameya-News7 Bureau | July 02, 2021 IST

ହିଞ୍ଜିଳିକାଟୁ, ୦୨/୦୭: ହିଞ୍ଜିଳିକାଟୁ ଜେଏମଏଫସି କୋର୍ଟର ୧୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହା ଓକିଲ ସଙ୍ଘ କାଯ୍ୟଳୟ ପରିସରରେ କୋଭିଡ ନିୟମନୁସାରେ ସଙ୍ଘ ସଭାପତି ଦ୍ବିତିକୃଷ୍ଣ ସାବତଙ୍କ ପୌରହିତରେ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ବିଚାରପତି ରାଜଶ୍ରୀ ପଟ୍ଟନାୟକ ମୁଖ୍ୟବକ୍ତା, ବରିଷ୍ଠ ଆଇନଜୀବି ନିର୍ମଳ ସାହୁ, ସଙ୍ଘ ଉପସଭାପତି ଉପେନ୍ଦ୍ର କୁମାର ପଣ୍ଡା, ସମ୍ପାଦକ ସୁଶାନ୍ତ କୁମାର ପାଣିଗ୍ରାହୀ, ପ୍ରମୁଖ ମଂଚାସୀନ ଥିଲେ ।

ଅତିଥିମାନଙ୍କ ଦ୍ୱାରା ପ୍ରଥମେ କେକ୍ କାଟି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ହିଞ୍ଜିଳି କାଟୁରେ ଏକ ସବଜର୍ଜ କୋର୍ଟ ପ୍ରତିଷ୍ଠା ନିମନ୍ତେ ସବୁ ସଦସ୍ୟ ମତ ରଖିଥିଲେ । ସଭାପତି ସାବତ ହିଞ୍ଜିଳିକାଟୁ ଠାରେ ସବଜର୍ଜ କୋର୍ଟ ପ୍ରତିଷ୍ଠା ପର୍ଯ୍ୟନ୍ତ ସଙ୍ଘର ଚେଷ୍ଟା ଜାରି ରହିବ ବୋଲି କହିଥିଲେ । କୋଭିଡ କଟକଣା କୋହଳ ପରେ ସ୍ଥାନୀୟ ବିଧାୟକ ତଥା ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଘ ଭେଟି ସବଜର୍ଜ କୋର୍ଟ ନିମନ୍ତେ ଅବଗତ କରାଯିବ ବୋଲି କିହିଛି ।  

ଆଜିର କାଯ୍ୟକ୍ରମରେ ବରିଷ୍ଠ ଆଇନଜୀବି, ସଙ୍ଘର ସମସ୍ତ ସଦସ୍ୟ କାଯ୍ୟକ୍ରମରେ ଭାଗ ନେଇଥିଲେ । ପ୍ରତିଷ୍ଠା ଦିବସରେ କୋର୍ଟ ପରିସରରେ ସଙ୍ଘର ଆନୁକୂଲ୍ୟରେ  ବୃକ୍ଷ ରୋପଣ କରାଯାଇଥିଲା । ବୃକ୍ଷ ରୋପଣ କାଯ୍ୟକ୍ରମରେ ବିଚାରପତି ରାଜଶ୍ରୀ ପଟ୍ଟନାୟକ । ବିଡ଼ିଓ ସୁବ୍ରତ କୁମାର ଜେନା ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ ମନୋରଞ୍ଜନ ସାହୁ, ତହସିଲଦାର ପ୍ରଭାତ କୁମାର ପରିଡା  ବୃକ୍ଷ ରୋପଣ କାଯ୍ୟକ୍ରମରେ ଭାଗ ନେଇଥିଲେ । ଶେଷରେ ସମ୍ପାଦକ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.