ଜାମ୍ମୁ-କାଶ୍ମୀରରୁ ୩୭୦ଧାରା ଉଚ୍ଛେଦ ହେବା ପରେ ଧମକ ଦେଲା ଜାମ୍ମୁ-କାଶ୍ମୀର ଲିବେରେସନ ଫ୍ରଣ୍ଟ : କହିଲେ ଧ୍ବଂସ କରିଦେବେ ଏଲଓସି

Published By : Prameya-News7 Bureau | September 07, 2019 IST

 ଶ୍ରୀନଗର ୭/୯: ଭାରତରେ ବିଚ୍ଛିନ୍ନତାବାଦୀ ସଙ୍ଗଠନ ଜାମ୍ମୁ-କାଶ୍ମୀର ଲିବେରେସନ ଫ୍ରଣ୍ଟ ଘୋଷଣା କରିଛି ଯେ ଏହି ସଂଘ ଅକ୍ଟୋବର ୪ ତାରିଖ ଦିନ ଏଲଓସି ତରଫରୁ ଅଭିଯାନ ଆରମ୍ଭ କରିବ। ସଙ୍ଗଠନ କହିଛି ଯେ ତା‘ର ଏହି ଅଭିଯାନ ଶାନ୍ତିପୂର୍ଣ୍ଣ ରହିବ। ଜାମ୍ମୁ-କାଶ୍ମୀର ଲିବେରେସନ ଫ୍ରଣ୍ଟର ଭାରତରେ ନେତୃତ୍ବ କରୁଥିବା ୟାସିନ ମଲ୍ଲିକ ଏବେ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଅଛନ୍ତି। ଏହି ସଙ୍ଗଠନ ପାକିସ୍ତାନ ଅଧୀକୃତ କାଶ୍ମୀରରେ ସକ୍ରିୟ ରହିଛି।

ପାକିସ୍ତାନୀ ମିଡିଆରେ ପ୍ରକାଶିତ ସମାଚାର ଅନୁସାରେ,ସଙ୍ଗଠନ ପାକିସ୍ତାନ ସରକାର ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର ସରକାରଠୁ ଏହି ଅଭିଯାନରେ କୌଣସି ପ୍ରକାରର ବାଧା ସୃଷ୍ଟି ନ କରିବାକୁ ଆଗ୍ରହ ପ୍ରକାଶ କରିଛି।

ଜାମ୍ମୁ-କାଶ୍ମୀର ଲିବେରେସନ ଫ୍ରଣ୍ଟର କେନ୍ଦ୍ର ମୁଖ୍ୟ ମହମ୍ମଦ ରଫିକ୍ ଡାର ଏକ ପ୍ରେସ କନଫରେନ୍ସରେ ଏହି ଅଭିଯାନର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଭାରତର ପାକ୍ ଅଧିକୃତ କାଶ୍ମୀର ଲୋକଙ୍କ ଏକଜୁଟତା ଦେଖାଇବା ପାଇଁ ଏବଂ ଏମାନଙ୍କ ସମସ୍ୟାଗୁଡ଼ିକ ପ୍ରତି ବିଶ୍ବର ଧ୍ୟାନ ଆକର୍ଷଣ କରିବା ପାଇଁ ଏହି ଅଭିଯାନ ଭିମ୍ଭରଠୁ ଏଲଓସିର ଛକୋଟି ଯାଏଁ ହେବ। ସେ କହିଛନ୍ତି ଯେ ଏହି ଅଭିଯାନକୁ ସେ ଶାନ୍ତିପୂର୍ଣ୍ଣ ଏବଂ ଗଣତାନ୍ତ୍ରିକ ସମାଧାନ ପାଇଁ କରୁଛନ୍ତି। ଏହି ଅଭିଯାନର ନେତୃତ୍ବ ଜାମ୍ମୁ କାଶ୍ମୀର ଲିବେରେସନ ଫ୍ରଣ୍ଟର କାର୍ଯ୍ୟକାରୀ ଅଧ୍ୟକ୍ଷ ଅବଦୁଲ ହମିଦ ବଟ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.