Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଜାମ୍ମୁ -କାଶ୍ମୀର ଅପଡେଟ୍: ଖୋଲିଲା ସ୍କୁଲ, ଚାଲିଲା ଟେଲିଫୋନ, ଗୃହନ୍ତ୍ରୀଙ୍କୁ ସ୍ଥିତି ସମ୍ପର୍କରେ ରିପୋର୍ଟ ଦେଲେ ଢୋଭାଲ, ଗୁଜବକାରୀଙ୍କ ବିରୋଧରେ ମାମଲା, ୨୨ରୁ ମୋଦିଙ୍କ ବିଦେଶ ଗସ୍ତ, ପାକ୍ ସେନା ମୁଖ୍ୟଙ୍କ ବଢିଲା କାର୍ଯ୍ୟକାଳ

19/08/2019 at 6:30 PM

ନୂଆଦିଲ୍ଲୀ୧୯|୮: ଜାମ୍ମୁ – କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଆଜି ଉପତ୍ୟାକା ଅଞ୍ଚଳରେ ସ୍କୁଲ ଓ ଅଫିସ ଖୋଲିଛି । କଡା ସୁରକ୍ଷା ମଧ୍ୟରେ ଶ୍ରୀନଗରରେ ୧୯୬ଟି ପ୍ରାଇମେରି ସ୍କୁଲ ଖୋଲିଛି । ଏହାସହ ଶ୍ରୀନଗରରେ ସମସ୍ତ ସରକାରୀ ଅଫିସ ଖୋଲିଛି । ସୁରକ୍ଷା ସ୍ଥିତି ଅନୁଧ୍ୟାନ ପରେ ଜାମ୍ମୁ-କାଶ୍ମୀରରର ଇଣ୍ଟରନେଟ୍‌ ଓ ଟେଲିଫୋନ୍‌ ସେବାକୁ ସ୍ବାଭାବିକ କରାଯାଉଛି। ….

୧୪ଦିନ ପରେ ଭ୍ୟାଲିରେ ଖୋଲିଲା ସ୍କୁଲ।  ଶ୍ରୀନଗରର ମୋଟ ୯୦୦ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୧୯୬ଟି ସ୍କୁଲ ଆଜି ଖୋଲିଥିଲା । ତେବେ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ କମ ଥିଲେ ମଧ୍ୟ ସ୍କୁଲ ଶିକ୍ଷକ ଓ କର୍ମଚାରୀ ମାନେ କାର୍ଯ୍ୟରେ ଯୋଗଦେଇଥିଲେ । ଦିନେ ଦୁଇଦିନ ମଧ୍ୟରେ ସୁରକ୍ଷା ସ୍ଥିତର ସମୀକ୍ଷା କରାଯାଇ ଅନ୍ୟ ଅଞ୍ଚଳରେ ସ୍କୁଲ ଗୁଡିକୁ ଖୋଲାଯିବ ବୋଲି ଶ୍ରୀନଗର ଡେପୁଟି କମିଶନର ସୂଚନା ଦେଇଛନ୍ତି । ତେବେ ବେସରକାରୀ ସ୍କୁଲଗୁଡ଼ିକ ଖୋଲିନଥିଲା ।  ୩୭୦ଧାରା ଉଚ୍ଛେଦ ପରେ କାଶ୍ମୀରରେ ଦୁଇ ତୃତୀୟାଂଶ ଲ୍ୟାଣ୍ଡଲାଇନ୍‌ ଟେଲିଫୋନ୍‌ ସେବାକୁ ଚାଲୁ କରାଯାଇଛି। ଖୁବଶୀଘ୍ର ମୋବାଇଲ୍ ଓ ଇଣ୍ଟରନେଟ୍‌ ସେବା ଚାଲୁ କରାଯିବ।  ନେଇ ସୂଚନା ଦେଇଛନ୍ତି …

ସେପଟେ ଗୁଜବ ସୃଷ୍ଟି କରୁଥିବା ଲୋକଙ୍କ ଉପରେ ପ୍ରଶାସନ କଡା ନଜର ରଖିଛି । କାଶ୍ମୀର ପିପୁଲ୍‌ସ ମୁଭମେଣ୍ଟ ନେତା ତଥା ଜେଏନୟୁର ପୂର୍ବତନ ଛାତ୍ରନେତ୍ରୀ ସେହଲା ରସିଦ୍‌ ଲଗାତର ୧୦ଟି ଟ୍ବିଟ କରି କାଶ୍ମୀରରେ ସେନା ଆତଙ୍କରାଜ ଚଳାଇଥିବା ଲେଖିଛନ୍ତି । ଲୋକେ ଅକଥନୀୟ ନିର୍ଯାତନା ଭୋଗୁଛି ବୋଲି ଲେଖିଛନ୍ତି। ଯାହାକୁ ତୁରନ୍ତ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି ବରିଷ୍ଠ ଆଇନଜୀବୀ ଆଲୋକ ଶ୍ରୀବାସ୍ତବ। ସେନା ମଧ୍ୟ ଏଭଳି ଅଭିଯୋଗକୁ ସିଧା ଖଣ୍ଡନ କରିଛି। ପୂର୍ବରୁ ଆତଙ୍କବାଦୀଙ୍କ ସହ ଲଢୁଥିଲୁ ଏବେ ଗୁଜବକାରୀଙ୍କ ବିରୋଧରେ ଲଢୁଛୁ ବୋଲି ଲେଖିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ସୟଦ ହୁସେନ ଅନସାରୀ।

ଏଣେ ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଜାମ୍ମୁ-କାଶ୍ମୀରର ସ୍ଥିତିସଂପର୍କରେ ରିପୋର୍ଟ ପ୍ରଦାନ କରିଛନ୍ତି ନ୍ୟାସନାଲ ସିକ୍ୟୁରିଟି ଆଡଭାଇଜର ଅଜିତ ଡୋଭାଲ । ଜମ୍ମୁ,କଠୁଆ,ଉଦ୍ଧମପୁର, ରିୱାରୀ ଅଞ୍ଚଳରେ ସୁରକ୍ଷା ଦୃଷ୍ଟିରୁ ୫୦ଟି ଥାନା ଅଞ୍ଚଳରେ କଟକଣା କୋହଳ କରାଯାଇଛି।  କଟକଣା ଅବଧି ୬ଘଣ୍ଟାରୁ ୮ ଘଣ୍ଟାକୁ ବୃଦ୍ଧି କରାଯାଇଛି । ସ୍ଥିତି ସ୍ବାଭାବିକ ହେଉଥିବା ବେଳେ ରାଜନେତା ମାନଙ୍କ ଉପରେ କଣ ପାଇଁ କଟକଣା ମାନ ଜାରି କରାଯାଇଛି ବୋଲି କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ପ୍ରଶ୍ନ କରିଛନ୍ତି ।

କାଶ୍ମୀର ପ୍ରସଙ୍ଗ ବିଭିନ୍ନ ସ୍ଥାନରେ ଉଠାଇ ନିରାଶ ହେବା ପରେ ଏବେ ସୀମାରେ ଗୁଳିମାଡ଼ କରୁଛି କାଶ୍ମୀର। ଯାହାର ଜବାବ ଦେଉଛନ୍ତି ଭାରତୀୟ ସେନା। ଆସନ୍ତା ୨୨ତାରିଖରୁ ବିଦେଶ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୩ ଓ ୨୪ତାରିଖରେ ୟୁଏଇ ଓ ବାହାରିନ୍‌ ପରେ ଫ୍ରାନ୍ସରେ ବାୟାରିଚରେ ହେବାକୁ ଥିବା ଜି-୭ ବୈଠକରେ ଯୋଗଦେବେ ।  ଏହାହିଁ ବିଶ୍ବଦରବାରରେ ପ୍ରଧାନମନ୍ତ୍ରୀ ଭାରତର ଦୃଢ଼ଯୁକ୍ତି ଉପସ୍ଥାପନ କରିବେ ।

ସେପଟେ ପାକିସ୍ତାନ ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ କାର୍ଯ୍ୟକାଳ ୩ ବର୍ଷ ବଢ଼ାଇଛି।

   Related Posts