Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଚୀନ୍‌ ସହ ବ୍ୟବସାୟୀକ ସମ୍ପର୍କ କାଟିଲେ ଜମ୍ମୁ-କାଶ୍ମୀର ବେପାରୀ, ୧୦.୫ କୋଟି ଟଙ୍କାର ଅର୍ଡର ବାତିଲ

27/06/2020 at 7:15 PM

ଜମ୍ମୁ ୨୭।୬: ସୀମାରେ ଉତ୍ତେଜନାକୁ ନେଇ ଜମ୍ମୁ-କାଶ୍ମୀର ବ୍ୟବସାୟୀମାନେ ଚୀନ୍‌ରୁ ସେମାନଙ୍କର ରାଜମା ଓ ସୁଣ୍ଠି ଅର୍ଡର ବାତିଲ କରିଦେଇଛନ୍ତି। ଏହା ବଦଳରେ ଦେଶୀୟ ରାଜମାର କାରବାର ଲାଗି ମାଡ୍ରାସରୁ  ସାମ୍ପଲ ମଗାଇଥିବା ବେଳେ ତୁର୍କିରୁ ଆମଦାନୀ ଲାଗି ନୂଆ ଅର୍ଡର ଦେଇଥିବା ଜଣାପଡିଛି।  ଫଳରେ ଚୀନ୍‌ ସାଢେ ୧୦ କୋଟି ଟଙ୍କାର ରପ୍ତାନୀ ହରାଇଛି।

ଜମ୍ମୁ-କାଶ୍ମୀରକୁ ନେଇ ପାକିସ୍ତାନ ପ୍ରାୟ ଦରଦ ଦେଖାଉଥିବା ବେଳେ ଚୀନ୍‌ ଏଥିରେ ତାକୁ ସହଯୋଗ କରୁଛି। ତେବେ ବିପରୀତ ପରିସ୍ଥିତିରେ ଜମ୍ମୁ-କାସଶ୍ମୀର ମଧ୍ୟ ସେମାନଙ୍କୁ ମୁହଁ ମୋଡିବା ଚୀନ ବ୍ୟବସାୟୀଙ୍କୁ ଗୁରୁତର ପ୍ରଭାବିତ କରିଛି। ଜମ୍ମୁ-କାଶ୍ମୀରରେ ଚୀନ୍‌ ରାଜମାର ବେଶ ଚାହିଦା ରହିଛି। ଏଣୁ ଅନାଜ ମଣ୍ଡି ୱେର ହାଉସ୍‌ର ବ୍ୟବସାୟୀମାନେ ଚୀନ୍‌ରୁ ପ୍ରାୟତଃ ଆମଦାନୀ କରିଥାନ୍ତି। ତେବେ ଭାରତ ସୀମାରେ ଚୀନ୍ ସୈନିକ ସୃଷ୍ଟି କରିଥିବା ପରିସ୍ଥିତି ଲାଗି ବ୍ୟବସାୟୀ ଚୀନ୍‌ରୁ ମୁହଁ ଫେରାଇଛନ୍ତି।

ଚୀନ୍‌କୁ ୯ କୋଟି ଟଙ୍କାର ରାଜମା ଓ ଦେଢ କୋଟି ଟଙ୍କାର ଶୁଣ୍ଠି ଅର୍ଡର ଦିଆଯାଇଥିଲା। ତେବେ ବ୍ୟବସାୟୀ ଆଉ ସେ ସବୁ ସାମଗ୍ରୀ ଏବେ ଚୀନ୍‌ରୁ ନ ଆଣି ତୁର୍କିରୁ ଆଣିବା ଲାଗି ଅର୍ଡର ଦେଇଛନ୍ତି। ଏଥିରେ ତୁର୍କିକୁ ମଧ୍ୟ ସେତେ ବେଶି ଅର୍ଡ଼ର ଦିଆଯାଇନଥିବା ଜଣାପଡିଛି। ବର୍ତ୍ତମାନର ବଜାର ଆବଶ୍ୟକତା ପୂରଣ ଲାଗି ସାଢେ ୪ କୋଟି ଟଙ୍କାର ରାଜମା ଅର୍ଡର କରିଥିବା ବେଳେ ମାଡ୍ରାସରୁ ସାମ୍ପୁଲ ମଗାଇଛନ୍ତି। ଯଦି ଦକ୍ଷିଣ ଭାରତୀୟ ରାଜମା ଆବଶ୍ୟକତା ପୂରଣ ଲାଗି ସହାୟକ ହେବ ତେବେ ମୋଟ ଆମଦାନୀ ମାଡ୍ରାସରୁ ମଗାଯିବ ବୋଲି ବ୍ୟବସାୟୀ କହିଛନ୍ତି।

ସେପଟେ ୱେର ହାଉସ୍ ବ୍ୟବସାୟୀ ସେମାନଙ୍କ ଅର୍ଡର ରଦ୍ଦ କରିବାରୁ ଚୀନ୍‌ ବ୍ୟବସାୟୀଙ୍କ ଚିନ୍ତା ବଢିଛି। ଏ ନେଇ ସେମାନେ ସରକାରଙ୍କୁ ମଧ୍ୟ ସୂଚିତ କରିଥିବା ଭାରତୀୟ ରାଜମା ବ୍ୟବସାୟୀ କହିଛନ୍ତି। ଚୀନ୍‌ରେ ରାଜମାର ବଜାର ନାହିଁ। ଏଣୁ ଭାରତୀୟ ବ୍ୟବସାୟୀ ଚୀନ୍‌ ବହିଷ୍କାର କରିବା ଯୋଗୁ ସେ ସବୁ ପଦାର୍ଥ ଏବେ ନଷ୍ଟ ହେବାର ଆଶଙ୍କା କରାଯାଉଛି। ଜମ୍ମୁ-କାଶ୍ମୀର ଦୈନିକ ୪ରୁ ୫ ଟନ୍‌ ଚୀନ୍‌ ରାଜମା ଓ ଶୁଣ୍ଠିର ଆବଶ୍ୟକ କରୁଛି। ଏହି ସବୁ ସାମଗ୍ରୀ ଏବେ ଦେଶୀୟ ବଜାରରୁ ଓ ଅନ୍ୟ ମିତ୍ର ରାଷ୍ଟ୍ରରୁ ସଂଗ୍ରହ ଲାଗି ସରକାର ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି।

   Related Posts