ଲୋକସଭାରେ ଜମ୍ମୁକାଶ୍ମୀର ପୁନର୍ଗଠନ ବିଲ୍ : କଂଗ୍ରେସ କହିଲା ନିୟମ ଭାଙ୍ଗି ରାତାରାତି ଭାଙ୍ଗିଦେଲେ କାଶ୍ମୀରକୁ

Published By : Prameya-News7 Bureau | August 06, 2019 IST

ନୂଆଦିଲ୍ଲୀ ୬|୮: ଲୋକସଭାରେ ଜମ୍ମୁକାଶ୍ମୀର ପୁନର୍ଗଠନ ବିଲ୍ ଆଗତ କଲେ ଗୃହମନ୍ତ୍ରୀ ଅମିତ ଶାହା । ଲୋକସଭାରେ ଜମ୍ମୁକାଶ୍ମୀର ପୁନର୍ଗଠନ ବିଲ୍ ଉପରେ ଚାଲିଛି ଆଲୋଚନା । ଗତକାଲି ରାଜ୍ୟସଭାରେ ପାସ୍ ହୋଇଛି ଏହି ବିଲ୍ ।

ବିଲ୍ କୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ । ସେ କହିଛନ୍ତି ଯେ, ଆପଣ ଯାହା ଚାହିଁବେ ତାହା କରିବେ । ସରକାର ଜମ୍ମୁକାଶ୍ମୀରକୁ ଜେଲରେ ପରିଣତ କରିଦେଲେ ବୋଲି ସେ କହିଛନ୍ତି ।

ଯାହାର ଜବାବରେ ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଜାମ୍ମୁକାଶ୍ମୀର ଭାରତର ଅଭିନ୍ନ ଅଙ୍ଗ । ଜାମ୍ମୁ କାଶ୍ମୀରକୁ ନେଇ କୌଣସି ବିବାଦ ନାହିଁ । ଜାମ୍ମୁ କାଶ୍ମୀର ପାଇଁ ଜୀବନ ବି ଦେଇ ଦେବୁ ବୋଲି ଅମିତ ଶାହା କହିଛନ୍ତି । ପିଓକେ ଜାମ୍ମୁ କାଶ୍ମୀରର ଏକ ଅଙ୍ଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.