ରାଜ୍ୟସଭାରେ ଗୃହୀତ ହେଲା ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଧେୟକ, ସପକ୍ଷରେ ଭୋଟ ଦେଲେ ୧୨୫ ଓ ବିପକ୍ଷ ଦେଲେ ୬୧ ଭୋଟ: ଜାଣନ୍ତୁ ଗୃହମନ୍ତ୍ରୀ କ’ଣ ରଖିଲେ ଜବାବ…

Published By : Prameya-News7 Bureau | August 05, 2019 IST

ନୂଆଦିଲ୍ଲୀ: ୫|୮: ରାଜ୍ୟସଭାରେ ଜାମ୍ମୁ କାଶ୍ମୀର ପୁନର୍ଗଠନ ବିଧେୟକ ଗୃହୀତ ହୋଇଛି । ବିଧେୟକ ସପକ୍ଷରେ ବିଜେଡି ସଦସ୍ୟଙ୍କ ସମେତ ୧୨୫ ସଦସ୍ୟ ଭୋଟ ଦେଇଥିବାବେଳେ ବିରୋଧରେ ଭୋଟ ଦେଇଥିଲେ ମାତ୍ର ୬୧ଜଣ ସଦସ୍ୟ । ଭୋଟିଂ ମେସିନ ଖରାପ ଥିବାରୁ ଚିରୁକୁଟି ଭୋଟ ହୋଇଥିଲା । ତେବେ ବିଧେୟକ ଗୃହର ଅନୁମୋଦନ ଲାଭ କରିବା ପୂର୍ବରୁ ଦୀର୍ଘ ଆଲୋଚନା ହୋଇଥିଲା। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଧେୟକ ଉପସ୍ଥାପନ କରିଥିବା ବେଳେ ଏହା କାଶ୍ମୀର ଜନତାଙ୍କ ଲାଗି ହିତ କର ହେବ ବୋଲି କହିଥିଲେ। ତେବେ ଆସନ୍ତୁ ଜାଣିବା ବିଧେୟକ ଆଲୋଚନାରେ କଣ କହିଛନ୍ତି ଅମିତ ଶାହ।

{"id":141185}

ସମ୍ବିଧାନର ଏହି ଅନୁଚ୍ଛେଦକୁ ଜମ୍ମୁ ଓ କାଶ୍ମୀରର ବର୍ତ୍ତମାନ ପରିସ୍ଥିତି ପାଇଁ ଦାୟି କରିଥିଲେକେନ୍ଦ୍ର ଗୃହମନ୍ତ୍ରୀ। କେବଳ ଏହି ଆଇନ ଯୋଗୁ ଜମ୍ମୁ ଓ କାଶ୍ମୀର ଦେଶର ଏକ ରାଜ୍ୟ ହୋଇ ମଧ୍ୟ ବିକାଶ ଧାରାରୁ ଅନ୍ୟ ରାଜ୍ୟ ତୁଳନାରେ ଖୁବ ପଛେଇ ଯାଇଛି। ଏଥିପାଇଁ କେବଳ ଏହି ଆଇନ ହିଁ ଦାୟୀ। ଏହା ଲାଗୁ ହେବା ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ କହିଥିଲେ ୩୭୦ ଘଷି ହୋଇ ହୋଇ ଘଷିଯିବ। ହେଲେ ଭ୍ରଷ୍ଟ ରାଜନେତା ନିଜର ସ୍ୱାର୍ଥ ପାଇଁ ଆଇନକୁ ୭୦ ବର୍। ପରେ ବି ପାଟକନା କରି ରଖିଛନ୍ତି। ଯାହା ଗୋଟିଏ ପଟେ ସରକାରଙ୍କ ହାତ ବାନ୍ଧି ରଖିଥିବା ବେଳେ ଅନ୍ୟପଟେ ରାଜ୍ୟବାସୀଙ୍କ ପାଇଁ ମୃତ୍ୟୁର ଫନ୍ଦା ପାଲଟିଛି।  

{"id":141186}

ସ୍ୱାଧୀନତାଠାରୁ ଏପର୍ଯ୍ୟନ୍ତ ଜମ୍ମୁ ଓ କାଶ୍ମୀରରେ ୪୧ ହଜାର ୮୯୪ ଜଣ ଲୋକଙ୍କ ମୃତ୍ୟୁ ହେଲାଣି ବୋଲି ଶାହ ଗୃହକୁ ସୂଚନା ଦେଇଥିଲେ । ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଲାଗି କିଏ ଦାୟି ବୋଲି ପ୍ରଶ୍ନ କରିଥିଲେ ଗୃହମନ୍ତ୍ରୀ। ରାଜ୍ୟରେ ସ୍ଥାୟୀ ବସବାସ ନିମନ୍ତେ ସମ୍ବିଧାନର ଏହି ଅନୁଚ୍ଛେଦ ଅନୁମତି ଦେଉ ନାହିଁ। ଏଣୁ ରାଜ୍ୟକୁ ଭଲ ଡାକ୍ତରଟିଏ ଯାଇ ପାରୁନଥିବା ବେଳେ ଉଚ୍ଚଶିକ୍ଷା ନିମନ୍ତେ ରାଜ୍ୟର ଛାତ୍ର ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛି। ରାଜ୍ୟ ନିଜର ଭିତ୍ତିଭୂମି ସଂରଚନା କରିପାରୁନଥିବା ବେଳେ ବାହାରର ଲୋକ ଓ ସଂସ୍ଥାଙ୍କୁ ଏଥିପାଇଁ ଆଇନ ଅନୁମତି ଦିଏ ନାହିଁ। ଏଣୁ ପର୍ଯ୍ୟଟନର ସମ୍ଭାବନା ଥାଇ ବି ରାଜ୍ୟରେ ଭଲ ହୋଟେଲଟିଏ ନାହିଁ।  

{"id":141187}

ରାଜ୍ୟର ବିକାଶ ନିମନ୍ତେ ଅନ୍ୟ ରାଜ୍ୟଭଳି ଜମ୍ମୁ ଓ କାଶ୍ମୀରକୁ ଦୀର୍ଘ ବର୍ଷରେ ଭାରତ ସରକାର ହଜାର ହଜାର କୋଟି ଟଙ୍କା ବୁହାଇ ଦେଇଛନ୍ତି। ହେଲେ ଭ୍ରଷ୍ଟ ରାଜନେତା ଓ ଅଧିକାରୀ ଏଥିରେ ନିଜର ବିକାଶ କରିଥିଲେ ହେଁ ଜନତାଙ୍କ ଲାଗି କିଛି କରି ନାହାନ୍ତି। ଦେଶର ଅନ୍ୟ ରାଜ୍ୟରେ ଏଭଳି ଭ୍ରଷ୍ଟାଚାରର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହୋଇ ପାରୁଥିଲେ ହେଁ କେବଳ ଏହି ଅନୁଛେଦ ହିଁ ରାଜ୍ୟରେ ଭ୍ରଷ୍ଟ ନେତା ଓ ଆଧିକାରୀଙ୍କୁ ସଂରକ୍ଷଣ ଦେଇଛି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଲାଗୁ କରିବାକୁ ରାଜ୍ୟ ସରକାରଙ୍କ ଅନୁମତି ଆବଶ୍ୟକ ପଡୁଛି।

{"id":141188}

ଅନ୍ୟପଟେ ଅନୁଛେଦର ଫାଇଦା ନେଇଛନ୍ତି ପଡୋସୀ ରାଷ୍ଟ୍ରର ଅନୁପ୍ରବେଶକାରୀ ଓ ଆତଙ୍କବାଦୀ। ଉପତ୍ୟାକାର ଲୋକଙ୍କୁ ଦେଶ ବିରୋଧରେ ଉସକାଇ ସେନାର ବନ୍ଧୁକ ମୁହଁରେ ଛିଡା କରାଇଛି। ଏଣୁ ଏହି ଆଇନ ହଟିବା ସହ ଜମ୍ମୁ-କାଶ୍ମୀର ପୁନର୍ଗଠନ ହେଲେ କାଶ୍ମୀରବାସୀଙ୍କ ଦୁର୍ଦ୍ଦଶା ହଟିବ ବୋଲି କହିଛନ୍ତି ଗୃହମନ୍ତ୍ରୀ। ଆତଙ୍କବାଦ ଓ ଅନୁପ୍ରବେଶ ବନ୍ଦ ହେବା ସାହ ରାଜ୍ୟରେ ରକ୍ତପାତ ମଧ୍ୟ ବନ୍ଦ ହେବ। କାଶ୍ମୀରରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ହେବ ବୋଲି ଗୃହକୁ ଜବାବ ଦେଇଛନ୍ତି ଅମିତ ଶାହ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.