ପ୍ରକାଶ ପାଇଲା J&k ସରକାରୀ ଛୁଟି ତାଲିକା, ବାଦ ପଡିଲା ଅବଦୁଲ୍ଲା ଜୟନ୍ତୀ ଓ ୧୩ ଜୁଲାଇ ଶହିଦ ଦିବସ

Published By : Prameya-News7 Bureau | December 28, 2019 IST

ଶ୍ରୀନଗର ୨୮।୧୨:  ନୂଆ ଜମ୍ମୁ-କାଶ୍ମୀର ରାଜ୍ୟ ଲାଗି ପ୍ରଶାସନ ଶନିବାର ବାର୍ଷିକ ଅବକାଶ ସୂଚୀ ଜାରି କରିଛନ୍ତି। ଏଥିରେ ପୂର୍ବରୁ ପ୍ରଚଳିତ ଛୁଟିରେ ଅନେକ ପରିବର୍ତ୍ତନ ହୋଇଥିବା ଦେଖାଯାଇଛି। ଅକ୍ଟୋବର ୨୬ ତାରିଖକୁ ଭାରତରେ ଜମ୍ମୁ-କାଶ୍ମୀରର ବିଲୟ ଦିବସ ଲାଗି ସରକାରୀ ଛୁଟି ଘୋଷଣା କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ସରକାରୀ ଛୁଟି ପାଳିତ ହୋଇଆସୁଥିବା ଶେଖ ଅବଦୁଲ୍ଲା ଜୟନ୍ତୀ ତାଲିକାରୁ ବାଦ ପଡିଛି।

ଶେଖ ଅବଦୁଲ୍ଲା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦୁଲ୍ଲାଙ୍କ ପିତା ଏବଂ ଓମାର ଅବ୍ଦୁଲ୍ଲାଙ୍କ ପ୍ରପିତା ଥିଲେ। ତେବେ ଭାରତରେ ଜମ୍ମୁ-କାଶ୍ମୀରର ବିଲୟ ଓ ଶାସନରେ ଶେଖ ଅବଦୁଲ୍ଲାଙ୍କ ଭୂମିକା ଲାଗି ତାଙ୍କ ଜୟନ୍ତୀକୁ ରାଜ୍ୟରେ ସରକାର ଛୁଟି ଭାବେ ପାଳନ କରାଯାଉଥିଲା। ସେହିପରି ୧୩ ଜୁଲାଇ ଶହିଦ ଦିବସ  ମଧ୍ୟ ସରକାରୀ ଛୁଟିରୁ  ବାଦ ପଡିଛି। ଏଦି ଦିନଟିକୁ କାଶ୍ମୀରବାସୀଙ୍କ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦିଆଯାଇ ଉଭୟ ନିୟନ୍ତ୍ରଣ ରେଖା ସେପାଖରେ ଥିବା କାଶ୍ମୀର ଓ ଭାରତୀୟ କାଶ୍ମୀର ପାଳନ କରିଆସୁଥିଲେ।

ଜମ୍ମୁ-କାଶ୍ମୀର ସାଧାରଣ ପ୍ରଶାସନ ବିଭାଦ ସଚିବ ଜି.ଏଲ.ଶର୍ମାଙ୍କ ଦ୍ୱାରା ଜାରି ହୋଇଥିବା ବାର୍ଷିକ ସରକାରୀ ଅବକାଶ ସୂଚୀରେ ୨୪ଟି ସାର୍ବଜନିକ ଅବକାଶକୁ ସରକାରୀ ଛୁଟି ପ୍ରଦାନ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.