Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ବାରାମୁଲାରେ ନାର୍କୋ ଟେରର ପର୍ଦ୍ଦାଫାଶ, ୧୨ ଗିରଫ, ବିପୁଳ ପରିମାଣରେ ଅସ୍ତ୍ର ଶସ୍ତ୍ର ଜବତ

19/06/2021 at 5:23 PM

ଶ୍ରୀନଗର ୧୯।୦୬: ଜମ୍ମୁ-କଶ୍ମୀରର ବାରାମୂଲାରେ ସୁରକ୍ଷାବଳଙ୍କୁ ବଡ ସଫଳତା ମିଳିଛି। ପୋଲିସ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ୧୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୧୧ ହେରୋଇନ ପ୍ୟାକେଟ୍, ଅସ୍ତ୍ର ଶସ୍ତ୍ର ଓ ପିସ୍ତଲ ସହିତ ନଗଦ ମଧ୍ୟ ଜବତ କରିଛି। ପୋଲିସର ଏହି କାର୍ଯ୍ୟାନୁଷ୍ଠାନରେ ନାର୍କୋ ଟେରର ମୋଡୁଲର ପର୍ଦ୍ଦାଫାଶ ହୋଇଛି।

ପୋଲିସ ଅନୁଯାୟୀ, ୧୨ ଜଣଙ୍କ ଗିରଫଦାରୀ ସହ ସେମାନଙ୍କ ପାଖରୁ ୧୦ ଗ୍ରେନେଡ୍, ୪ ପିସ୍ତଲ ଓ ବହୁ ସଂଖ୍ୟାରେ ପିସ୍ତଲ ଜବତ କରାଯାଇଛି। ଏହା ବାଦ୍‌ ୧୧ ପକେଟ୍ ହେରୋଇନ, ୨୧.୫ ଲକ୍ଷ ଟଙ୍କା ଓ ଏକ ଲକ୍ଷ ଟଙ୍କାର ଚେକ୍ ଜବତ ହୋଇଛି।

ପୋଲିସ ମୁତାବିକ ଏହି ମାମଲାରେ ଗୋଟିଏ ଟ୍ରକ, ଗୋଟିଏ ବର୍ନା କାର ଓ ସ୍କୁଟି ମଧ୍ୟ ଜବତ ହୋଇଛି। ଏହି ମୋଡୁଲର ପର୍ଦ୍ଦାଫାଶ ହେବା ପରେ ଅନେକ ଆତଙ୍କୀ ଷଡଯନ୍ତ୍ରର ପର୍ଦ୍ଦାଫାଶ ହୋଇ ପାରିବ ବୋଲି କୁହାଯାଇଛି।ସୂଚନାଯୋଗ୍ୟ, ପୋଲିସକୁ ଆତଙ୍କବାଦୀଙ୍କୁ ସହାୟତା କରୁଥିବା ଲୋକଙ୍କ ଗତିବିଧିର ସୂଚନା ମିଳିଥିଲା। ଏହା ପରେ ସେନା ଓ ସିଆରପିଏଫ ପକ୍ଷରୁ ମିଳିତ ଅପରେସନ ଆରମ୍ଭ  ହୋଇଥିଲା। ଏହି ସମୟରେ ଆତଙ୍କବାଦୀଙ୍କ ନାର୍କୋ ଟେରର ପର୍ଦ୍ଦାଫାଶ ହୋଇଛି।

ଏହା ପୂର୍ବରୁ ଜୁନ ୧୨ରେ ଜମ୍ମୁ-କଶ୍ମୀରର ସୋପୋର ଅଞ୍ଚଳରେ ଏକ ଆତଙ୍କୀ ଆକ୍ରମଣରେ ଦୁଇ ଯବାନ ସହିଦ ହୋଇଥିଲେ। ଏଥିସହ ଦୁଇ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିଲା।

   Related Posts