Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ପୁଲୱାମା ଆତଙ୍କୀ ହମଲା ; ଆଉ ୧୮ ହୁରିୟାତ ନେତାଙ୍କ ହଟିଲା ସୁରକ୍ଷା

21/02/2019 at 10:16 AM

ଜମ୍ମୁକାଶ୍ମୀର ୨୧|୨: ପୁଲୱାମା ଆତଙ୍କୀ ହମଲା ପରେ କେନ୍ଦ୍ର ସରକାର ହୁରିୟାତ ନେତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ପୂର୍ବରୁ ୫ ଜଣ ହୁରିୟାତ ନେତାଙ୍କ ସୁରକ୍ଷା ହଟାଇଦେଇଥିଲେ । ଏବେ ସରକାର ଆଉ ୧୮ ଜଣ ହୁରିୟାତ ନେତାଙ୍କ ସୁରକ୍ଷା ହଟାଇଛନ୍ତି।  ଏଥିସହିତ ଜମ୍ମୁ କାଶ୍ମୀରର ୧୫୫ ଜଣ ରାଜନୈତିକ ବ୍ୟକ୍ତିବିଶେଷଙ୍କ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୁରକ୍ଷା ହଟାଯିବା ବା କମ୍ କରାଯିବାପରେ ଏଇନେଇ ଆଡଭାଇଜରି କରାଯାଇଛି। ପୂର୍ବରୁ ଏହି ହୁରିୟାତ ନେତାଙ୍କ ଜୀବନ ପ୍ରତି ବିପଦ ଥିବା ଆଧାରରେ ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉଥିଲା । ଗୃହ ମନ୍ତ୍ରାଳୟ ଅନୁଯାୟୀ, ଏହି ହୁରିୟତ ନେତା ଓ ରାଜନୈତିକ ବ୍ୟକ୍ତିଙ୍କ ସୁରକ୍ଷାରେ ୧୦୦୦ରୁ ଅଧିକ ସୁରକ୍ଷାକର୍ମୀ ଓ ୧୦୦ରୁ ଅଧିକ ଗାଡି ଯୋଗାଇ ଦିଆଯାଇଥିଲା । ଯାହାକୁ ଏବେ ସରକାର ପ୍ରତ୍ୟାହୃତ କରି ନେଇଛନ୍ତି । ଏପରିକି ଏମାନଙ୍କ ପାଇଁ ସରକାର ଆନୁମାନିକ ଏବେ ପର୍ଯ୍ୟନ୍ତ ୧୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

   Related Posts