Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ମୁମ୍ବାଇ ଆକ୍ରମଣରେ ଏନଏସ୍‌ଜି କମାଣ୍ଡୋଙ୍କ ନେତୃତ୍ବ ନେଇଥିବା ଜେ.କେ. ଦତ୍ତଙ୍କ ପରଲୋକ, କରୋନାରେ ଥିଲେ ଆକ୍ରାନ୍ତ

19/05/2021 at 10:50 PM

ନୂଆଦିଲ୍ଲୀ ୧୯/୫: ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମୟରେ କମାଣ୍ଡୋର ନେତୃତ୍ବ ନେଇଥିବା ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ (ଏନଏସଜି)ର ପୂର୍ବତନ ମହାନିର୍ଦେଶକ ଜେକେ ଦତ୍ତଙ୍କ କରୋନରେ ମୃତୁ ହୋଇଛି। ଜେ.କେ ଦତ୍ତଙ୍କ ବୁଧବାର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା ।

ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅବସରପ୍ରାପ୍ତ ଆଇପିଏସ୍‌ ଅଧକାରୀ ଜେ.କେଙ୍କ ଅକ୍ସିଜେନ ସ୍ତର କମିଥିଲା। ତାପରେ ତାଙ୍କୁ ୧୪ ଏପ୍ରିଲ୍‌ରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବ ହୃଦଘାତ ଯୋଗୁ ବୁଧବାର ଅପରାହ୍ଣରେ ତାଙ୍କର ପରଲୋକ ହୋଇଯାଇଛି। ଦତ୍ତଙ୍କ ପରିବାରରେ ତାଙ୍କ ପତ୍ନୀ, ଜଣେ ଝିଅ ଓ ଜଣେ ପୁଅ ଅଛନ୍ତି। ତାଙ୍କ ପୁଅ ନୋଏଡାରେ ରହୁଥିବା ବେଳେ ଝିଅ ଆମେରିକାରେ ରହୁଛନ୍ତି।

ଜ୍ୟୋତି କୃଷ୍ଣ ଦତ୍ତ (ଜେକେ ଦତ୍ତ) ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଏନଏସଜି ଡିଜି ଥିଲେ। ସେ ସିବିଆଇର ସଂଯୁକ୍ତ ନିର୍ଦେଶକ ମଧ୍ୟ ଥିଲେ। ଜେକେ ଦତ୍ତଙ୍କ ନିଧନ ପରେ ଏନଏସଜି ପକ୍ଷରୁ ଟ୍ବିଟ୍‌ କରାଯାଇଛି, ‘ଜ୍ୟୋତି କୃଷ୍ଣ ଦତ୍ତ (ଆଇପିଏସ୍‌, ପୂର୍ବତନ ଡିଜି, ଏନଏସଜି: ଅଗଷ୍ଟ ୨୦୦୬-ଫେବୃଆରୀ ୨୦୦୯) ଙ୍କ ୧୯ ମେ’ରେ ଗୁରୁଗ୍ରାମରେ ନିଧନ ହୋଇଯାଇଛି।ଏନଏସଜି ନିଜର ପୂର୍ବତନ ଡିଜିଙ୍କ ନିଧନରେ ଶୋକ ବ୍ୟକ୍ତ କରୁଛି ଏବଂ ରାଷ୍ଟ୍ର ପାଇଁ କରିଥିବା ବିଶିଷ୍ଟ ସେବାକୁ ମନେପକାଉଛି।’   

   Related Posts