ଗୁପକାର ଘୋଷଣାପତ୍ର ସହ ହାତ ମିଳାଇଲା ଜମ୍ମୁ-କାଶ୍ମୀର କଂଗ୍ରେସ, ମିଳିତ ଲଢିବେ DDC ନିର୍ବାଚନ

Published By : Prameya-News7 Bureau | November 13, 2020 IST

ଶ୍ରୀନଗର ୧୩।୧୧: ଜମ୍ମୁ-କାଶ୍ମୀର ଜିଲ୍ଲା ବିକାଶ ପରିଷଦ (ଡିଡିସି) ନିର୍ବାଚନ ମିଳିତ ଲଢିବା ଲାଗି ଗୁପକାର ଘୋଷଣାପତ୍ର ସହ କଂଗ୍ରେସ ନିଜକୁ ସାମିଲ କରିଛି। ଶୁକ୍ରବାର ଗୁପକାର ଘୋଷଣାପତ୍ର ମେଣ୍ଟ( ପିଜିଏଡି) ବୈଠକରେ ଜମ୍ମୁ-କାଶ୍ମୀର ପ୍ରଦେଶ କଂଗ୍ରେସ କମିଟିର ୨ ଜଣ ନେତା ଯୋଗଦେବା ସହ ଦଳର ସମର୍ଥନ ଜଣାଇଛନ୍ତି।

ଏହି ବୈଠକ ମହବୁବା ମୁଫ୍ତିଙ୍କ ଫେୟାରଭ୍ୟୁ ବାସଭବନରେ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ କଂଗ୍ରେସ ନେତା ଗୁଲାମ ନବୀ ମୋଙ୍ଗା ଆମେ ମେଣ୍ଟ ସାଙ୍ଗରେ ଥିବା ଗଣମାଧ୍ୟମକୁ କହିଛନ୍ତି। ମହବୁବା ମୁପ୍ତି ମେଣ୍ଟର ଉପାଧ୍ୟକ୍ଷା ଅଛନ୍ତି। ତେବେ ମେଣ୍ଟରେ କଂଗ୍ରେସକୁ ସାମିଲ କରାଯିବା ନେଇ ଅଧ୍ୟକ୍ଷ ଫାରୁଖ ଅବଦୁଲ୍ଲା ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି।

ତେବେ ମୁଫ୍ତିଙ୍କ ଘରେ ଅନୁଷ୍ଠିତ ବୈଠକରେ ମେଣ୍ଟର ଅଂଶ ହେବା ଲାଗି କଂଗ୍ରେସ ଆଶ୍ୱସ୍ତ କରିଥିବା ବେଳେ ଡିଡିସି ନିର୍ବାଚନରେ ଆସନ ବୁଝାମଣା ଲାଗି ଆଲୋଚନା କରିବାକୁ ଚାହୁଁଥିବା କହିଛି।  ଏଥିରୁ କଂଗ୍ରେସ ଗୁପକାର ମେଣ୍ଟରେ ନିଜକୁ ସାମିଲ କରିଥିବା ସ୍ପଷ୍ଟ ହୋଇଯାଇଛି। ତେବେ ପିଜିଏଡି ଜମ୍ମୁ-କାଶ୍ମୀରରୁ ହଟିଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ରୁ ଓ ୩୫-ଏର ପୁଣି ବହାଲି ଲାଗି ଏକ ସର୍ବଦଳୀୟ ମେଣ୍ଟ। ଏଥିରୁ ୨ ଜାତୀୟ ଦଳ ବିଜେପି ଓ କଂଗ୍ରେସ ବାଦ ପଡିଥିବା ବେଳେ ଏବେ କଂଗ୍ରେସ ନିର୍ବାଚନ ବୈତରଣୀ ପାର ହେବା ଲାଗି ମେଣ୍ଟ ଡଙ୍ଗାରେ ପାଦ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.