ମୁମ୍ବାଇ ୧୬।୦୧ - କ୍ରିକେଟ ଦାଦି ଭାବେ ପ୍ରସିଦ୍ଧି ଲାଭ କରିଥିବା ଚାରୁଲତା ପଟେଲ୍ଙ୍କର ୮ ୭ ବର୍ଷ ବୟସରେ ପରଲୋକ ହୋଇଛି । ୨୦୧୯ ମସିହାରେ କ୍ରିକେଟ ବିଶ୍ୱକପ୍ ଚାଲିଥିବା ବେଳେ ସେ ଷ୍ଟାଡିୟମରେ ଉପସ୍ଥିତ ରହି ଭାରତୀୟ ଟିମ୍ର ଉତ୍ସାହ ବୃଦ୍ଧି କରିଥିଲେ। ପରେ ସେ ବିରାଟ କୋହଲୀ ଓ ରୋହିତ ଶର୍ମାଙ୍କୁ ଭେଟିଥିଲେ ।
{"id":211916,"sizeSlug":"large"}ନିଜର ଅଫିସିଆଲ୍ ଟ୍ୱିଟର ପେଜ୍ରେ ରୋହିତ ଶର୍ମାଙ୍କ ସହ ନିଜର ଫଟୋକୁ ସେୟାରେ କରିବା ସହ ଏହା ତାଙ୍କ ଜୀବନର ସର୍ବଶ୍ରେଷ୍ଠ ଦିନ ବୋଲି ଉଲ୍ଲେଖ କରିଥିଲେ । ଭାରତୀୟ କ୍ରିକେଟ ଟିମ୍ରେ ସବୁଠାରୁ ବୟସ୍କ ସୁପର ଫ୍ୟାନ ଭାବେ ସେ ପରିଚିତ ଥିଲେ । ଜାନୁଆରୀ ୧୩ ତାରିଖରେ ୮୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି ।
{"id":211917,"width":561,"height":441,"sizeSlug":"large"}ସେ ଭାରତ ଓ ବାଂଲାଦେଶ ମ୍ୟାଚ ସମୟରେ ଷ୍ଟାଡିୟମରେ ଉପସ୍ଥିତ ରହି ଭାରତୀୟ କ୍ରିକେଟ ଟିମ୍ର ଉତ୍ସାହ ବୃଦ୍ଧି କରିଥିଲେ। ଏହି ସମୟରେ ସେ ଭୁଭୁଜୁଲା ବା ପେଁକାଳି ବଜାଇ ଭାରତୀୟ ଟିମ୍ର ଉତ୍ସାହ ବୃଦ୍ଧି କରିଥିଲେ । ଏହାପରେ ସୋସିଆଲ୍ ମିଡିଆରେ ତାଙ୍କୁ ବେଶ୍ ପ୍ରଶଂସା କରାଯାଇଥିଲା ।
ଏହି ମ୍ୟାଚର ଶେ।ରେ ଟିମ୍ ଇଣ୍ଡିଆର ବିରାଟ କୋହଲୀ ଓ ରୋହିତ ଶର୍ମା ତାଙ୍କୁ ଭେଟିଥିଲେ।
ଚାରୁଲତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏ ବିଷୟରେ ସୂଚନା ଦିଆଯାଇଛି । ଜାନୁଆରୀ ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ବିରାଟ କୋହଲି ଓ ରୋହିତ ଶର୍ମା ତାଙ୍କର ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।
”
wp:core-embed/instagram {"url":"https://www.instagram.com/p/B7TTtSyJm6X/?utm_source=ig_web_copy_link","type":"rich","providerNameSlug":"instagram","className":""} /wp:core-embed/instagram