Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଗାଜିପୁରରେ ବଢୁଛି ରାଜନୈତିକ ଗତିବିଧି, ଟିକାୟତଙ୍କ ସମର୍ଥନରେ ଆସିଲେ ଜଜପା ନେତା

29/01/2021 at 9:20 PM

ଚଣ୍ଡିଗଡ ୨୯।୧: ଜନନାୟକ ଜନତା ପାର୍ଟି (ଜଜପା) ନେତା ଦିଗବିଜୟ ସିଂ ଚୌଟାଲା ଶୁକ୍ରବାର କୃଷକ ନେତା ରାକେଶ ଟିକୈତଙ୍କ ସମର୍ଥନରେ ଆସିଛନ୍ତି। ସେ ଟିକାୟତଙ୍କୁ ସଚ୍ଚା ଦେଶଭକ୍ତ ବୋଲି କହିଥିବା ବେଳେ ସେ ମହାନ କୃଷକନେତା ମହେନ୍ଦ୍ର ସିଂହ ଟିକାୟତଙ୍କ ପୁତ୍ର। ଏଣୁ ତାଙ୍କୁ ଦେଶଦ୍ରୋହୀ କହିବା ଭୁଲ ବୋଲି ସେ କହିଛନ୍ତି।

ଖଟ୍ଟର ସରକାର ଲାଗି ଘନେଇଲା ବିପଦ
ତେବେ ଜଜପା ନେତାଙ୍କ ବୟାନ ପରେ ହରିୟାଣାର ଖଟ୍ଟର ସରକାରଙ୍କ ଆଶନ ଏବେ ଟଳମଳ ହେଉଛି। ଦେଶରେ ଚାଷୀ ଆନ୍ଦୋଳନ ଆରମ୍ଭରୁ ଜଜପା ଉପରେ ରାଜ୍ୟବାସୀଙ୍କ ଚାପ ବଢିବଢି ଚାଲିଛି। ସରକାରରୁ ସମର୍ଥନ ପ୍ରତ୍ୟାହାର କରି ଦଳ ଚାଷୀ ଆନ୍ଦୋଳନରେ ସାମିଲ ହେଉ ବୋଲି ହରିୟାଣା ରାଜ୍ୟବାସୀ ଓ କୃଷକ ଚାହୁଁଛନ୍ତି। ଏଥିରେ ଦିଗବିଜୟଙ୍କ ବୟାନ ରାଜ୍ୟରେ ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି।

ସରକାରରୁ ଇସ୍ତଫା ଦେଲେ ‘ଇନଲୋ’ ନେତା
ସେପଟେ ହରିୟାଣା ସରକାରରୁ ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ (ଇନଲୋ) ବିଧାୟକ ଅଭୟ ସିଂହ ଚୌଟାଲା କୃଷି ଆଇନ ପ୍ରସଙ୍ଗକୁ ନେଇ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ଚାଷୀଙ୍କ ପ୍ରତି ସମର୍ଥନ ଜଣାଇବାକୁ ସେ ଶନିବାର ଗାଜିପୁର ବର୍ଡରକୁ ଯିବେ ବୋଲି ଘୋଷଣା କରିଛନ୍ତି। ସେହିପରି ଚାଷୀଙ୍କୁ ରାଜ୍ୟରେ ବିକ୍ଷୋଭ ନକରି ଗାଜିପୁର, ଶିଂଘୁ ଓ ଟିକରି ବର୍ଡରକୁ ଯିବାକୁ ପରାମର୍ଶ ଦେଇଛନ୍ତି।

ଆନ୍ଦୋଳନ ସରିଯାଇଛି ପ୍ରଚାର କରୁଛନ୍ତି ସରକାର
ସେପଟେ ୨୬ ଜାନୁୟାରୀ ଦିଲ୍ଲୀ ହିଂସା ପରେ ଚାଷୀଙ୍କ ଆନ୍ଦୋଳନ ରାଜଧାନୀ ଦିଲ୍ଲୀରୁ ହଟିସାରିଥିବା ସରକାର ଘୋଷଣା କରୁଛନ୍ତି। ତେବେ ଲୋକଙ୍କୁ ଭ୍ରମିତ କରିବା ଲାଗି ସରକାର ଗୁଜବ ରଟାଉଥିବା ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଓ.ପି. ଚୌଟାଲାଙ୍କ ପୁଅ ଅଭୟ ଚୌଟାଲା କହିଛନ୍ତି। ଏଣୁ ଆନ୍ଦୋଳନ ସରିନଥିବା ସରକାରଙ୍କୁ ଚେତାଇ ଦେବାକୁ ଅଧିକରୁ ଅଧିକ ସଂଖ୍ୟାରେ ଚାଷୀଙ୍କୁ ସିଂଘୁ, ଟିକରି ଓ ଗାଜିପୁର ବର୍ଡର ପହଞ୍ଚିବାକୁ ଆହ୍ୱାନ ଦେଇଛନ୍ତି।  

   Related Posts