Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଭଲ ପାଇ ପାଠ ପଢାଇଥିବା ପୁଅକୁ ଯୁବତୀ ଦେଲା ଧୋକା ! ପୁଲିସ ଚାକିରି କରିବା ପରେ କେଶ୍‌ କରି ଯୁବକଙ୍କୁ ବାନ୍ଧିଲା

21/01/2020 at 7:03 PM

ଭୁବନେଶ୍ୱର ୨୧।୦୧ -ଯୁବତୀଙ୍କୁ ଭଲ ପାଇଲେ । ଭଲ ପାଇ ପାଠ ପଢାଇଲେ । ସବୁ ପ୍ରକାର ଯତ୍ନ ବି ନେଲେ । ଏପରିକି ଦୁଇଜଣ ସ୍ବାମୀ ସ୍ତ୍ରୀ ଭାବେ ଦେଢବର୍ଷ କଟାଇଲେ । ଆଉ ଯେତେବେଳେ ଯୁବତୀ ଜଣକ ପୋଲିସ ସବ ଇନ୍ସପେକ୍ଟର ଟ୍ରେନିଂଙ୍ଗ ନେଲେ ସେତେବେଳେ ଯୁବକଙ୍କୁ ଦେଲେ ଧୋକା । ଖାଲି ଧୋକା ନୁହେଁ ମିଛ ମାମଲା କରି ଜେଲବି ପଠାଇଦେଲେ । ଯାହା ଅଭିଯୋଗ କରିଛନ୍ତି ଧୋକାର ଶିକାର ଯୁବକ ଜଣକ ।

ଭଲ ପାଇବାରେ ପୁର୍ଣ୍ଣଛେଦ ପକାଇଲା ପୋଲିସ ଚାକିରି । ପୋଲିସ ଚାକିରି ପାଇଁ ଟ୍ରେନିଂ ନେବାପରେ ଆଶୁତୋଷଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ବ୍ରହ୍ମପୁରର ଯୁବତୀ । ୨୦୧୬ ମସିହାରେ ବ୍ରହ୍ମପୁରରେ ଯୁବତୀ ସହିତ ଆଶୁତୋଷଙ୍କର ଦେଖାହୁଏ । ଦେଖା ସାକ୍ଷାତ ପରେ ପ୍ରେମ ସମ୍ପର୍କ । ଏପରିକି ପରିବାର ଯେତେବେଳେ ଅର୍ଥାଭାବ ଯୋଗୁ ଯୁବତୀଙ୍କ ପାଠପଢାରେ ଡୋରୀ ଲଗାଇଦେଇଥିଲେ , ସେତେବେଳେ ସହଯୋଗର ହାତ ବଢାଇଥିଲେ ଆଶୁତୋଷ ।  ସମସ୍ତ ପାଠପଢା ଖର୍ଚ୍ଚ ବହନ କରିବା ସହିତ ତାଙ୍କୁ ବ୍ରହ୍ମପୁରରୁ ଆଣି ଭୁବନେଶ୍ବରର ଏକ ଭଡାଘରେ ରଖି ଓଏଏସ କୋଚିଂ ପାଇଁ ସମସ୍ତ ଖର୍ଚ୍ଚ ବହନ କରିଥିଲେ । ହେଲେ ଯେତେବେଳେ ଯୁବତୀ ପୋଲିସ ଚାକିରୀରେ ନିଯୁକ୍ତି ପାଇ ବିଜୁ ପଟନାୟକ ଟ୍ରେନିଂ ସେଣ୍ଟରରେ ରହିବାକୁ ଆରମ୍ଭ କଲେ ସେତେବେଳେ ସେ ଆଶୁତୋଷ ଠାରୁ ଦୁରେଇବା ଆରମ୍ଭ କରିଥିଲେ ।

କେବଳ ଆଶୁତୋଷଙ୍କର ଭୁଲ ଥିଲା ଡୋନାଙ୍କ ଜନ୍ମ ଦିନରେ ସେ ତାଙ୍କ ମାଙ୍କର ସୁନାହାର ଯୁବତୀଙ୍କୁ ଉପହାର ଦେଇଥିଲେ । ଆଉ ଯେତେବେଳେ ଡୋନା ଆଶୁତୋଷଙ୍କ ଠାରୁ ଦୁରେଇବା ଆରମ୍ଭ କଲେ ସେତେବେଳେ ଆଶୁତୋଷ ତାଙ୍କ ସୁନାହାର ଫେରସ୍ତ ଦେବାକୁ ଦାବି କରିଥିଲେ । ବାସ ସେତିକିରେ ଯୁବତୀ  ତାଙ୍କର ପୋଲିସ ପରାକ୍ରମ ଦେଖାଇବା ଆରମ୍ଭ କଲେ । ଆଉ କମିସନରେଟ ପୋଲିସର ସହାୟତା ନେଇ  ସେହି ଯୁବତୀ ଆଶୁତୋଷଙ୍କ ବିରୁଦ୍ଧରେ ଏକତରଫା ପ୍ରେମର ଅଭିଯୋଗ ଆଣିଲେ । ଆଉ ପୋଲିସ କିଛି ନବୁଝି ଆଶୁତୋଷଙ୍କ ବିରୁଦ୍ଧରେ ଛଟି ଦଫା ଲଗାଇ ଜେଲ ପଠାଇଦେଲେ ।

କମିସନରେଟ ପୋଲିସ କାହିଁକି ଏକ ତରଫା ଭାବେ ଆଶୁତୋଷଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା । ଆଶୁତୋଷଙ୍କ ପାଖରେ ଡୋନାଙ୍କ ସହିତ ସମ୍ପର୍କ ରହିଥିବାର ଯଥେଷ୍ଟ ପ୍ରମାଣ ରହିଥିଲା । ତେବେ ଏବେବି କମିସନରେଟ ପୋଲିସ ଆଶୁତୋଷଙ୍କର ମୋବାଇଲକୁ ଫେରସ୍ତ ଦେଇନଥିବା ଅଭିଯୋଗ ହୋଇଛି । ତେବେ ସତରେ କଣ କୋର୍ଟରେ ଆଶୁତୋଷ ନ୍ୟାୟ ପାଇବେ ।ଏହି ଘଟଣା ସମ୍ପର୍କରେ ପୋଲିସ କିମ୍ବା ଡୋନାଙ୍କ ତରଫରୁ କୌଣସି ପ୍ରତିକ୍ରୀୟା ମିଳିପାରିନାହିଁ ।

   Related Posts