ରକ୍ତରେ ଭିଜିଲା କାରପେଟ୍‌ - ଭଙ୍ଗାବଶେଷ ତଳେ ଖଣ୍ଡ ବିଖଣ୍ଡିତ ଶହ ଶହ ମୃତଦେହ

Published By : Prameya-News7 Bureau | January 20, 2020 IST

ୟମନ ୨୦।୦୧ - ୟମନର ମାରିବ ସହରରେ ଏବେ ହାହାକାର । ସୈନ୍ୟ ଶିବିର ନିକଟରେ ଥିବା ଏକ ମସ୍‌ଜିଦ୍‌ରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ୧୦୦ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଶହ ଶହ ଲୋକଙ୍କର ଖଣ୍ଡବିଖଣ୍ଡିତ ମୃତ ଦେହ ଚାରିଆଡେ ବିଛାଡି ହୋଇ ପଡିଛି । କାନ୍ଥରେ ରକ୍ତ ଛିଟା । କାରପେଟ୍‌ ରାକ୍ତରେ ଲାଲ୍‌ ପଡିଯାଇଛି ।

{"id":213690,"width":574,"height":402,"sizeSlug":"large"}

ସନ୍ଧ୍ୟା ସମୟରେ ନମାଜ ପଢାଯାଉଥିବହା ବାଳେ ୟମନର ରାଜଧାନୀ ସନାରେ ପୂର୍ବପଟେ ଥିବା ଏକ ସୈନ୍ୟ ଶିବିର ନିକଟସ୍ଥ ମସ୍‌ଜିଦ୍‌ ଉପରେ ମିସାଇଲ୍‌ ଓ ଡ୍ରୋନରେ ଆକ୍ରମଣ କରାଯାଇଥିଲା । ଘନ ଘନ ବୋମା ମାଡ କରାଯାଇଥିଲା । ସେହି ସ୍ଥାନରେ ଆତଙ୍କର ବାତାବରଣ ଦେଖା ଦେଇଥିଲା । ନମାଜ ପଢୁଥିବା ଲୋକମାନଙ୍କ ମଧ୍ୟରେ ସୈନିକ ଓ ସ୍ଥାନୀୟ ବାସିନ୍ଦା ସାମିଲ ଥିଲେ ।ଅଚାନକ ହୋଇଥିବା ଆକ୍ରମଣ ବିଷୟରେ କେହି କିଛି ବୁଝି ପାରି ନଥିଲେ ।

{"id":213691,"width":578,"height":409,"sizeSlug":"large"}


୨୦୧୪ରେ ୟେମନ୍‌ରେ ଗୃହ ଯୁଦ୍ଧ ଆରମ୍ଭ ହୋଇଛି। ଏହା ହେଉଛି ତାପରର ସବୁଠାରୁ ବଡ ଆକ୍ରମଣ । ଅଲ୍‌ ହଦିଥ୍‌ ଟିଭି ପକ୍ଷରୁ ଆକ୍ରମଣ ପରର ଭିଜୁଆଲ୍‌ ଜାରି କରାଯାଇଛି । ଏଥିରେ ଖଣ୍ଡ ବିଖଣ୍ଡିତ ଶରୀର ବିଛାଡି ହୋଇ ପଡିଥିବା ଦେଖିବାକୁ ମିଳୁଛି । ଇରାନ୍‌ ସମର୍ଥିତ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିବା ଜଣା ପଡିଛି ।

ଏହି ଦୃଶ୍ୟ ବେଶ୍‌ ଭୟଙ୍କର । ଗତ ୬ ବର୍ଷ ମଧ୍ୟରେ ଗୃହଯୁଦ୍ଧ ଯୋଗୁଁ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.