Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ସମୀର ମହାନ୍ତି ହେଲେ ରାଜ୍ୟ ବିଜେପି ସଭାପତି

16/01/2020 at 2:35 PM

ଭୁବନେଶ୍ୱର ୧୬।୦୧ – ସମୀର ମହାନ୍ତି ରାଜ୍ୟ ବିଜେପିର ସଭାପତି ଭାବେ ମନୋନୀତ ହୋଇଛନ୍ତି। ସହମତି ଭିତିରେ ତାଙ୍କ ନାମକୁ ଚୟନ କରାଯାଇଥିବା ସୂଚନା ମିଳିଛି ।

ଆସନ୍ତା ୧୭ରେ ବିଜେପିର ରାଜ୍ୟ ସଭାପତି ନିର୍ବାଚନ ହେବାର ଥିଲା । ସେଥିପାଇଁ ୧୬ ତାରିଖ ୩ଟାରୁ ଆରମ୍ଭ ହେବ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଥାଆନ୍ତା । ସାଢେ ୪ରୁ ସାଢେ ୫ ଯାଏଁ ନାମାଙ୍କନ ପତ୍ର ଦାଖଲ ସହ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ୧୭ ତାରିଖ ସକାଳ ୧୦ଟାରେ ଭୋଟିଂ ହେବାର ଥିଲା।

କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଓ ରାଜୀବ ପ୍ରସାଦ ରୁଡି ପୁରା ନିର୍ବାଚନ ପ୍ରକ୍ରିୟାରେ ଉପସ୍ଥିତ ଏହା ହେବାର ସୂଚନା ମିଳିଥିଲା । ଏହାସହ ରାଷ୍ଟ୍ରୀୟ ସାଧାରଣ ସହ-ସମ୍ପାଦକ ସଙ୍ଗଠନ ସୌଦାନ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ମଧ୍ୟ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଥିଲା ।

୨୫୭୫୯ଟି ବୁଥ୍ କମିଟି, ୮୫୦ ମଣ୍ଡଳ ଓ ୩୪ଟି ସାଙ୍ଗଠନିକ ଜିଲ୍ଲାରେ ବିଜେପିର ନିର୍ବାଚନ ସରିଛି । ଦଳର ସହକାରୀ ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ ଏନେଇ ସୂଚନା ଦେଇଛନ୍ତି । ତେବେ ସଭାପତି ରେସରେ ସମୀର ମହାନ୍ତି, କେ.ଭି. ସିଂଦେଓ, ପୃଥ୍ବୀରାଜ ହରିଚନ୍ଦନ, ଜୟନାରାୟଣ ମିଶ୍ର ଆଦି ନେତାଙ୍କ ନାଁ ଚର୍ଚ୍ଚାରେ ରହିଥିଲା । ସେହିପରି ଜଣେ ମହିଳାଙ୍କୁ ସଭାପତି କରାଯାଇପାରେ ବୋଲି ଦଳର ଗୋଟିଏ ଗୋଷ୍ଠୀ ମତ ରଖୁଥିଲେ ।

ମାତ୍ର ସର୍ବ ସମ୍ମତି କ୍ରମେ ସମୀର ମହାନ୍ତିଙ୍କୁ ସଭାପତି ଭାବେ ଚୟନ କରାଯାଇଛି ।

   Related Posts