କଟକରେ ଲୋକମାନ୍ୟ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ୨୦ ଆହତ ୫ ଗୁରୁତର
16/01/2020 at 9:20 AM

କଟକ୧୬।୦୧ – କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟସ୍ଥ ଶାଳଗାଁ ନିକଟରେ ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଟର୍ମିନସ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏକ ମାଲବାହୀ ଟ୍ରେନକୁ ଧକ୍କା ଦେବାରୁ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ୫ ଜଣ ଗୁରୁତର ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

ସକାଳେ ଘନ କୁହୁଡିରେ ପ୍ରାୟ ୭ଟା ସମୟରେ କୁହୁଡି ହୋଇଥିଲା । ଏଥିରେ ପ୍ରାୟ ୮ଟି ବଗି ଲାଇନଚ୍ୟୁତ ଓ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ଆକଳନ କରାଯାଉଛି।

ସମସ୍ତ ଯାତ୍ରୀ ଏବେ ବିପଦମୁକ୍ତ ଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ଯାତ୍ରୀମାନଙ୍କୁ ଏସ୍ସିବି ମେଡିକାଲ୍ରେ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଛି ।
Related Posts
ନିର୍ମାଣଧୀନ ପୋଲରୁ ଧସିଲା ମାଟି ଅତଡା : ଜଣେ ଶ୍ରମିକ ମୃତ, ୩ ଗୁରୁତର
28 January 2021
ଗଞ୍ଜେଇ ଭର୍ତ୍ତି ପିକଅପ୍ ଭ୍ୟାନ୍ ଜବତ, ଗାଡି ଛାଡି ଡ୍ରାଇଭର ଫେରାର
28 January 2021