ପରୀକ୍ଷା ପେ ଚର୍ଚ୍ଚା ୨୦୨୦ : ଚନ୍ଦ୍ରଯାନ ଫେଲ୍‌ ହେବା ପରେ ଶାନ୍ତିରେ ଶୋଇ ପାରି ନଥିଲି- ମୋଦୀ

Published By : Prameya-News7 Bureau | January 20, 2020 IST

ନୂଆଦିଲ୍ଲୀ ୨୦।୦୧ - ପରୀକ୍ଷା ଚିନ୍ତା କମ୍ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନୂଆଦିଲ୍ଲୀର ତାଲକୋଟାର ଷ୍ଟାଡିୟମରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି । ଏହାର ସିଧା ପ୍ରସାରଣ ଦେଶର ଅନେକ ସ୍କୁଲରେ କରାଯାଇଛି । ଏହି ଅବସରରେ ପରୀକ୍ଷାର ଚାପ କମ୍ କରିବା ପାଇଁ ସେ ଅନେକ ଉପଦେଶ ଦେଇଛନ୍ତି ।

ଚନ୍ଦ୍ରଯାନ ଉତ୍‌କ୍ଷେପଣ ସମୟରେ ପରିସ୍ଥିତି ଓ ସେ ସମୟରେ ବାତାବରଣ ବିଷୟରେ ଉଲ୍ଲେଖ କରିଛନ୍ତି । ସେ ଛାତ୍ରଛାତ୍ରୀଙ୍କୁ ମୁଡ୍‌ ଅଫ୍‌ ବା ମାନସିକ ଅବସ୍ଥାକୁ ଖରାପ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ମାତ୍ର କେତକ ପିରସ୍ଥିତିଯୋଗୁଁ ଏପରି ହୋଇଯାଉଥିବା କଥା ସେ କହିଛନ୍ତି । କେତକ ବାହାରର ପରିସ୍ଥିତ ଯୋଗୁଁ ଏପରି ହୋଇଥାଏ । ପଢିବା ବେଳେ ମାଆଙ୍କୁ ୬ଟା ବେଳେ ଚା' ପାଇଁ କହିଥାଉ । ମାତ୍ର ଠିକ୍‌ ସମୟରେ ଚା ନ ଆସିଲେ ମୁଡ୍‌ ଅଫ୍‌ ହୋଇଯାଇଥାଏ । ମାତ୍ର ଦ୍ୱିତୀୟ ଉପାୟରେ ଭାବିଲେ ମାଆର କିଛି ହୋଇ ନି ତ ଭାବିଥାଉ । କାରଣ ନିଜ ସହ ନିଜ ସହ ଯୋଡିବା ପାଇଁ ଏପରି ହୋଇଥାଏ । ସମସ୍ତ ବ୍ୟକ୍ତି ମୋଟିଭେସନ୍‌ ଓ ଡି ମୋଟିଭେସନ୍‌ ସହ ଜୋଡି ହୋଇ ରହିଥାଆନ୍ତି ।

{"id":213685,"sizeSlug":"large"}

ଯେତେବେଳେ ଚନ୍ଦ୍ରଯାନ ଯାଉଥିଲା ସମସ୍ତେ ଚେଇଁ ରହିଥିଲେ । କାରଣ ନିଜ ଅପେକ୍ଷା ନିଜ ସହ ଯୋଡି ରହିବ ପାଇଁ ଏପରି ହୋଇଥାଏ । ଚନ୍ଦ୍ରଯାନ ଯିବା ସମୟରେ ପୁରା ଦେଶ ଚେଇଁ ରହିଥିଲା। ମାତ୍ର ଏହା ଅସଫଳ ହେବାରୁ ପୁରା ଦେଶରେ ଅକ ଦୁଃଖର ବାତାବରଣ ଥିଲା । ସମସ୍ତେ ଚିନ୍ତାରେ ବୁଡି ଯାଇଥିଲେ ।

ଚନ୍ଦ୍ରଯାନ ଲଞ୍ଚ ହେବା ସମୟରେ ଅନକ୍‌ ତାଙ୍କୁ ସେହି ସ୍ଥାନକୁ ନଯିବା ପାଇଁ ଉପଦେଶ ଦେଇଥିଲେ । ଏହାର ସଫଳ ହେବା ନେଇ ଅନେକ ସନ୍ଦେହ ପ୍ରକାଶ କରିଥିଲେ । ମାତ୍ର ଏଥିପାଇଁ ମୋତେ ଯିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଶେଷ କିଛି ମିନିଟ୍‌ରେ ବୈଜ୍ଞାନିକମାନେ ଚିନ୍ତାଗ୍ରସ୍ତ ଥିବା ଦେଖାଯାଇଥିଲା । ଏହି ସମୟରେ କିଛି ହୋଇଥିବା କଥା ଭାବି ଥିଲେ । ଚନ୍ଦ୍ରଯାନ ଲ୍ୟାଣ୍ଡିଂ ଅସଫଳ ହୋଇଥିଲା । ଶୋଇବା ପାଇଁ ମନ ହେଉ ନଥିଲା । ଏହାପରେ ସେ ବୈଜ୍ଞାନିକମାନଙ୍କୁ ଡାକିଥିଲେ ।

wp:core-embed/twitter {"url":"https://twitter.com/BJP4India/status/1219137604299325440","type":"rich","providerNameSlug":"twitter","className":""}
https://twitter.com/BJP4India/status/1219137604299325440
/wp:core-embed/twitter

ପରିଦିନ ସକାଳେ ବୈଜ୍ଞାନିକମାନଙ୍କୁ ଡକାଇଥିଲେ । ସେମାନଙ୍କର ସ୍ୱପ୍ନର କଥା କହିଥିଲେ । ସାରା ଦେଶର ପରିବେଶ ଅଲଗା ଥିଲା। ବିଫଳତା ଭିତରେ ଆମେ ସଫଳତାର ଶିକ୍ଷ ପାଇପାରିଥିଲୁ । ଯଦି ଆପଣ କେବେ କୌଣସି କଥାରେ ଅସଫଳ ହୋଇଥିବେ ତେବେ ଆପଣ ସଫଳତା ଆଡକୁ ଆଗକୁ ବଢୁଛନ୍ତି ।
ଏହି ଅବସରରେ ସେ ୨୦୦୧ ଭାରତ ଅଷ୍ଟ୍ରେଲିଆ ମ୍ୟାଚ କଥା କହିଥିଲେ। ଫଲୋଅନ୍‌ ହୋଇଥିଲା । ଏକ ହାରିବା ପରିସ୍ଥିତିରୁ ଟିମ୍‌ ଇଣ୍ଡିଆକୁ ରାହୁଲ୍‌ ଡ୍ରାବିଡ୍‌ ଓ ଭିଭିଏସ୍‌ ଲକ୍ଷ୍ମଣ କିପରି ଜିତିବା ପରିସ୍ଥିତିକୁ ଆଣିଥିଲେ ସେ ବିଷୟରେ ପ୍ରକାଶ କରିଥିଲେ । ଦୃଢ ନିଶ୍ଚୟ ହୋଇ ପରିସ୍ଥିତିକୁ ସାମ୍ନା କରି ସଫଳତା ଆଡକୁ ବଢିବା ପାଇଁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.