ନିର୍ଭୟା ମାମଲାରେ ନୂଆ ଟ୍ବିଷ୍ଟ- ଦୋଷୀଙ୍କୁ କ୍ଷମା ଦେବା ପାଇଁ ନିର୍ଭୟାଙ୍କ ମାଆଙ୍କୁ ପରାମର୍ଶ ଦେଲେ ବରିଷ୍ଠ ଆଇନୀଜୀବୀ ଇନ୍ଦିରା ଜୟସିଂହ

Published By : Prameya-News7 Bureau | January 18, 2020 IST

ନୂଆଦିଲ୍ଲୀ ୧୮।୦୧-  ନିର୍ଭୟା ମାମଲାରେ ନୂଆ ଟ୍ବିଷ୍ଟ । ଦୋଷୀଙ୍କୁ କ୍ଷମା ଦେବା ପାଇଁ ନିର୍ଭୟାଙ୍କ ମାଆଙ୍କୁ ପରାମର୍ଶ ଦେଲେ ବରିଷ୍ଠ ଆଇନୀଜୀବୀ ଇନ୍ଦିରା ଜୟସିଂହ । ଆଉ ଏହି ପରାମର୍ଶକୁ ନେଇ ରାଗିଛନ୍ତି ନିର୍ଭୟାଙ୍କ ମା । ଜବାବରେ କହିଛନ୍ତି ଏଭଳି ପରାମର୍ଶ ଦେବାକୁ ସେ କିଏ ।

{"id":213140,"sizeSlug":"large"}

ସାରାଦେଶ ଦୋଷୀଙ୍କୁ ଫାଶୀ ପାଇଁ ଚାହୁଁଥିବା ବେଳେ ଇନ୍ଦିରାଙ୍କ ଏଭଳି ପରାମର୍ଶ କୁ କଡା ଭାଷାରେ ସେ ସମାଲୋଚନା କରିଛନ୍ତି । ସେପଟେ ଅନ୍ୟତମ ଦୋଷୀ ପୱନ କୁମାର ଗୁପ୍ତାର ଜୁଭେନାଇଲ୍‌ ମାମଲାର ପୁଣି ଶୁଣାଣି ସୁପ୍ରିମ୍‌କୋର୍ଟରେ କରାଯିବ । ଏନେଇ ପୱନ୍‌ ଗୁପ୍ତା ପକ୍ଷରୁ ଆଗତ ଏକ ଆବେଦନର ଆସନ୍ତା ୨୦ରେ ଶୁଣାଣି କରିବେ ସୁପ୍ରିମ୍‌କୋର୍ଟଙ୍କ ୩ ଜଣିଆ ବେଞ୍ଚ ।…

{"id":213139,"sizeSlug":"large"}

ନିର୍ଭୟା ମାମାଲାର ଦୋଷୀଙ୍କୁ କ୍ଷମା କରିଦିଆଯାଉଛି । ନିର୍ଭୟାଙ୍କ ମା ସମସ୍ତ ଦୋଷୀଙ୍କୁ କ୍ଷମା କରିବା ଦରକାର । ସୁପ୍ରିମ୍‌କୋର୍ଟର ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ନିର୍ଭୟାଙ୍କ ମାଙ୍କୁ ଏଭଳି ପରାମର୍ଶ ଦେବାପରେ ଆରମ୍ଭ ହୋଇଛି ବିବାଦ । ଏଭଳି ପରାମର୍ଶକୁ ନେଇ ନିର୍ଭୟାଙ୍କ ମା ବିରକ୍ତ ହୋଇଛନ୍ତି ।

{"id":213138,"sizeSlug":"large"}

କହିଛନ୍ତି ଏମିତି ପରାମର୍ଶ ଦେବାକୁ ଇନ୍ଦିରା କିଏ ? ସମସ୍ତ ଦୋଷୀଙ୍କୁ ଫାଶୀ ହେଉ ବୋଲି ସାରା ଦେଶ ଚାହୁଁଛି। ଇନ୍ଦିରାଙ୍କ ପରି ଲୋକଙ୍କ ପାଇଁ ସାରା ଦେଶରେ ଦୁଷ୍କର୍ମ ସଂଖ୍ୟା ବଢ଼ୁଛି ବୋଲି ସେ କହିଛନ୍ତି । ଭଗବାନ କହିଲେ ମଧ୍ୟ ମୁଁ ସେମାନଙ୍କୁ କ୍ଷମା ଦେବିନି ବୋଲି ସଫାସଫା ଶୁଣାଇଛନ୍ତି ।

{"id":213137,"sizeSlug":"large"}

ଜୟସିଂହ ଏଥିପାଇଁ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ନିର୍ଭୟାଙ୍କ ମାଆ ଆଶାଦେବୀ କହିଛନ୍ତି ।ଗତକାଲି ଇନ୍ଦିରା ଜୟସିଂହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଉଦାହରଣ ଦେଇ କହିଥିଲେ ଯେ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କୁ ସୋନିଆ ଗାନ୍ଧି କ୍ଷମା ଦେଇଛନ୍ତି । ସେହିପରି  ନିର୍ଭୟାଙ୍କ ମା ମଧ୍ୟ ଦୋଷୀଙ୍କୁ କ୍ଷମା ଦେବା ଦରକାର ।

{"id":213136,"sizeSlug":"large"}

ସେପଟେ ୪ ଜଣ ଦୋଷୀଙ୍କ ମଧ୍ୟରୁ ଅନ୍ୟତମ ଦୋଷୀ ପୱନ୍‌ କୁମାର ଗୁପ୍ତାଙ୍କ ଜୁଭେନାଇଲ୍‌ ମାମଲାର ସୁପ୍ରିମ୍‌କୋର୍ଟରେ ଶୁଣାଣି  ହେବ । ଆସନ୍ତା ୨୦ ତାରିଖ ସୋମବାର ଦିନ ଏନେଇ ସୁପ୍ରିମ୍‌କୋର୍ଟର ଏକ ୩ ଜଣିଆ ବେଞ୍ଚ ଏହାର ଶୁଣାଣି କରିବେ । ପୱନ୍‌ କୁମାର ଗୁପ୍ତା ୨୦୧୨ ରେ ନାବାଳକ ଥିବା ଏବଂ ଏଥିପାଇଁ ଏହି ମାମଲାରେ ତାଙ୍କୁ ଫାଶୀ ଦିଆଯାଇପାରିବ ନାହିଁ ବୋଲି ଶୁକ୍ରବାର ସୁପ୍ରିମ୍‌କୋର୍ଟରେ ଆବେଦନ କରିଛି ।

{"id":213135,"sizeSlug":"large"}

ସେପଟେ ଦିଲ୍ଲୀରେ ପଟିଆଲା ହାଉସ୍ କୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ୪ ଜଣ ଦୋଷୀଙ୍କୁ  ଆସନ୍ତା ଫେବୃଆରୀ ୧ରେ ଫାଶୀ ଦେବାକୁ ପୁଣିଥରେ ଡେଥ୍‌ ୱାରେଣ୍ଟ ଜାରି କରିଛନ୍ତି । ତେବେ ପୱନ୍ ଗୁପ୍ତା ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବାରୁ ଫାଶୀ ୧ ତାରିଖରେ ହେବ କି ନା ସେ ନେଇ କଳ୍ପନା ଜଳ୍ପନା ଲାଗିଲାଣି । ଏହାକୁ ନେଇ ଆପ୍‌ ସରକାର ଓ ବିଜେପି ମଧ୍ୟରେ ଲାଗିଲାଣି ବିବାଦ । ଫାଶୀ ବିଳମ୍ବ ନେଇ ବିଜେପି ଦିଲ୍ଲୀ ସରକାରକୁ ଦାୟୀ କରୁଥିବା ବେଳେ ଆପ୍ ବିଜେପିକୁ ଦାୟୀ କରିଛି । ଆଉ କଂଗ୍ରେସ ଉଭୟଙ୍କୁ ଦାୟୀ କରିଛି ।

{"id":213134,"sizeSlug":"large"}

ସେପଟେ ନିର୍ଭୟ ଘଟଣା ପରେପରେ ଦିଲ୍ଲୀରେ  ଘଟିଥିବା  ଆଉ ଏକ ଦୁଷ୍କର୍ମ ଘଟଣାରେ ପ୍ରଦୀପ ଓ ମୋନଜ ନାମକ ଦୁଇ ଜଣ ବ୍ୟକ୍ତି ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀ କଡକଡଡୁମା କୋର୍ଟ । ଜଣେ ୫ ବର୍ଷ ର ନାବାଳିକାକୁ ଏମାନେ ଅପହରଣ କରି ଗଣ ଦୁଷ୍କର୍ମ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.