Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଭାରତକୁ ଫମ୍ପା ଧମକ ଦେଲେ ଇମରାନ ଖାନ- କହିଲେ ଆଉ ଚୁପ ରହିବି ନାହିଁ

19/01/2020 at 2:20 PM

ଇସଲାମାବାଦ ୧୯।୦୧- ଭାରତକୁ ପୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ ଧମକାଇଛନ୍ତି । ଭାରତ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ବାରମ୍ବାର ଆକ୍ରମଣ କରୁଛି । ଏବେ ଆଉ ଆମେ ଚୁପ୍‌ ବସିବୁ ନାହିଁ । ଭାରତ ଆକ୍ରମଣ କରିବାରୁ ପାକିସ୍ତାନ ଅଧିକୃତ କାଶ୍ମୀରରେ ନାଗରିକମାନଙ୍କର ମୃତ୍ୟୁ ହେଉଛି । ଏଥିପାଇଁ ଆମେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବୁ ବୋଲି ଇମରାନ୍‌ ଖାନ୍‌ ପୁଣି କହିଛନ୍ତି ।

ବିଶ୍ୱ ସମୁଦାୟ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ , ପାକିସ୍ତାନ ଆଉ ନିରବଦ୍ରଷ୍ଟା ହୋଇ ବସିବ ନାହିଁ ବୋଲି ସେ ଟ୍ୱିଟ କରିଛନ୍ତି । ଇମାରନ୍‌ ଖାନା ନିଜ ଟ୍ୱିଟରେ ମୁଁ ଭାରତ ଓ ଅନ୍ତର୍ଜାତୀୟ ସମୁଦାୟରୁ ସ୍ପଷ୍ଟ କରିବା ପାଇଁ ଚାହୁଁଛି କି ଭାରତ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଆକ୍ରମଣ ଜାରି ରଖିଲେ ପାକିସ୍ତାନ ଏହାର ଜବାବ ଦେବ ବୋଲି ସେ କହିଛନ୍ତି ।


ଅନ୍ୟ ଏକ ଟ୍ୱିଟରେ ଇମରାନ୍ ଖାନ୍‌ ଭାରତ ନିୟନ୍ତ୍ରଣ ରେଖା ନିକଟରେ ବାରମ୍ବାର ଆକ୍ରମଣ କରୁଛି ବୋଲି ଅଭିଯୋଗ କରିଛନ୍ତି । ୟୁଏନ୍‌ଏମ୍‌ଆଇଜିଆିପି କାଶ୍ମୀରକୁ ତରୁନ୍ତ ପ୍ରତିନିଧି ମଣ୍ଡଳ ପଠାଉ ବୋଲି ସେ କହିଛନ୍ତି ।

ଭାରତ ବାରମ୍ବାର ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଉଛି ବୋଲି ସେ କହିଛନ୍ତି । ଏଥିପାଇଁ ନିୟନ୍ତ୍ରଣ ରେଖା ନିକଟରେ ବାରମ୍ବାର ଗୁଳିମାଡ କରୁଥିବା କଥା ସେ ଅଭିଯୋଗ କରିଛନ୍ତି ।

ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଘଂନ କରୁଛି । ଏହାକୁ ଲୁଚାଇବା ପାଇଁ ପାକ୍‌ ସେନା ଚାପରେ ଥିବା ଇମରାନ୍‌ ଖାନା ଭାରତକୁ ଫମ୍ପା ଧମକ ଦେବାରେ ଲାଗିଛନ୍ତି ।

କାଶ୍ମୀରରୁ ଧାରା ୩୭୦ ହଟାଇବାପରେ ପାକିସ୍ତାନ ଏକ ପ୍ରକାର ଅସ୍ଥିର ହୋଇଯାଇଛି ।

   Related Posts