ବିବାହର ୨ ସପ୍ତାହ ପରେ ଇମାମ ଜାଣିଲେ ସ୍ତ୍ରୀ ମହିଳା ନୁହେଁ ପୁରୁଷ
16/01/2020 at 12:25 PM

କାମପାଲା(ଉଗାଣ୍ଡା) ୧୬।୦୧- ଉଗାଣ୍ଡର ରାଜଧାନୀ କାମପାଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ୨୭ ବର୍ଷ ବୟସ୍କ ଇମାମ୍ ବିବାହ ରିବାର ୨ ସପ୍ତାହ ପରେ ତାଙ୍କ ସ୍ତ୍ରୀ ମହିଳା ନୁହନ୍ତି ପୁରୁଷ ବୋଲି ଜାଣିବାକୁ ପାଇଥିଲେ। ତାଙ୍କ ସ୍ତ୍ରୀ ପୁରୁଷ ବୋଲି ପୁଲିସ ଖୋଜିବାରୁ ସେ ଜାଣିବାକୁ ପାଇଥିଲେ .

ବିବାହର ୨ ସପ୍ତାହ ପର୍ଯ୍ୟନ୍ତ ତାଙ୍କ ନୂଆ ସ୍ତ୍ରୀ ସମ୍ପର୍କ ରଖି ନଥିଲେ । ପରେ ଇମାମଙ୍କ ପଡିଶା ଘରୁ ଏକ ଟିଭି ଓ ଦାମିକା ପୋଷାକ ଚୋରି ହୋଇଥିଲା ଏହି ଘଟଣାରେ ଇମାମଙ୍କ ନୂଆ ସ୍ତ୍ରୀ ସାମିଲ ଥିବା ଜଣା ପଡିଥିଲା । ପରେ ନୂଆ ସ୍ତ୍ରୀଙ୍କୁ ପୁଲିସ ଜେରା କରିବା ବେଳ ସେ ପୁରୁଷ ବୋଲି ଜଣା ପଡିଥିଲା । ସେ ଚୋରି କରିବା ଉଦ୍ଦେଶ୍ୟରେ ମହିଳା ହୋଇ ଇମାମଙ୍କୁ ବିବାହ କରିଥିବା କଥା କହିଥିଲା । ଇମାମ୍ଙ୍କର ସମସ୍ତ ଟଙ୍କା ଲୁଟିବା ଉଦ୍ଦେଶ୍ୟରେ ସେ ମହିଳା ବେଶ ହୋଇ ପରେ ଇମାମଙ୍କୁ ବିବାହ କରିଥିବା କହିଛି ।

ମୁଟୁମ୍ବା ଶେଖ୍ ମହମ୍ମଦ ନାମକ ବ୍ୟକ୍ତି ଏକ ମସ୍ଜିଦ୍ରେ ଇମାମ୍ ଭାବେ କାମ କରନ୍ତ । ୨ ସପ୍ତାହ ତଳେ ତାଙ୍କର ବିବାହ ହୋଇଥିଲା । ଦେହ ଖରାପ ଥିବାରୁ ତାଙ୍କ ସ୍ତ୍ରୀ ତାଙ୍କ ପାଖରୁ ଆସି ନଥିଲା । ବିବାବ ବେଳେ ସେ ନିଜକୁ ମହିଳା ବୋଲି ପରିଚୟ ଦେବା ସହ ତା ନାଁ ସ୍ୱାବୁଲାହ ନାମ୍ବୁକିରା ବୋଲି କହିଥିଲା । ତାଙ୍କର ପାରମ୍ପରିକ ରୀତିନୀତି ଅନୁସାରେ ବିବାହ ହୋଇଥିଲା ।
ପରେ ଟିଭି ଚୋରି ଅଭିଯୋଗରେ ଗିରଫ ହେବାପରେ ଚୋରର ପ୍ରକୃତ ପରିଚୟ ମିଳିଥିଲା । ଏହାପରେ ମୁଟୁମ୍ବା ଦୁଃଖରେ ଭାଙ୍ଗି ପଡିଛନ୍ତି । ସେ କିପିର ଏପରି ଏକ ଭୁଲ୍ କଲେ ବୋଲି କହୁଛନ୍ତି । ଏବେ ସେ ମାନସିକ ବିଷାଦରୁ ମୁକ୍ତି ପାଇବା ପାଇଁ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି । ବିବାହ କରିବା ପୂର୍ବରୁ ସମ୍ପୃକ୍ତ ଚୋର ମହିଳା ଭଳି ଆଚରଣ କରିବା ସହ ସେହି ପରି କଥା କହୁଥିଲା । ଚୋର ପ୍ରକୃତ ନାମ ରିଚାର୍ଡ ତୁମୁସାବେ ବୋଲି ଜଣା ପଡିଛି ।