Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଆଗେ ଆଗେ ଶେରଓ୍ୱାନୀ ପିନ୍ଧି ଦୌଡିଲେ ବର ପଛରେ ବରଯାତ୍ରୀ- ଜାଣନ୍ତୁ କାହିଁକି

21/01/2020 at 3:55 PM

ଇନ୍ଦୋର ୨୧।୦୧ ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବିବାହ ଉତ୍ସବରେ ଶେରଓ୍ୱାନୀ ପିନ୍ଧି ବର ବେଶରେ ଦୌଡିଥିଲେ ବର । ବରଯାତ୍ରୀ ବି ତାଙ୍କ ପଛରେ ଧାଇଁଥିଲେ । ବାଜା ବାଲି ବି ଢୋଲ ପିଟି ପିଟି ସାଙ୍ଗରେ ଦୌଡିଥିଲେ । ରାସ୍ତାରେ ଯାଉଥିବା ଲୋକ ଏହାକ ଦେଖି ଆଶ୍ଚର୍ଯ୍ୟ ହେଉ ଥାଆନ୍ତି । ମାତ୍ର କାରଣ ଜାଣିପାରୁ ନଥାନ୍ତି । ଏପରିକି ବରଯାତ୍ରୀର ମହିଳା ସଦସ୍ୟମାନେ ବି ଦୌଡୁଥିଲେ ।

୫୦ରୁ ଅଧିକ ବରଯାତ୍ରୀ ଢୋଲ ବାଜା ମାଡ ସାଙ୍ଗରେ ରାସ୍ତାରେ ଦୌଡୁ ଥାଆନ୍ତି । ଇନ୍ଦୋର ଗଣେଶ ନଗରରେ ଏହି ଘଟଣା ଘଟିଛି । ଇନ୍ଦୋର ଗଣେଶ ନଗରରେ ରହୁଥିବା ଫିଜିକାଲ୍‌ ଟ୍ରେନର ନୀରଜ ମାଲବ୍ୟଙ୍କର ବିବାହ ହେଉଥିଲା । ସେ ପ୍ରାୟ ୧୧ କିଲୋମିଟର ଦୌଡି ବିବାହ ପାଇଁ ପହଞ୍ଚିଥିଲେ । ସେ ଏପରି ହେବ ବୋଲି ଭାବି ନଥିବା କହିଛନ୍ତି।

ନିଜର ବିବାହକୁ ଟିକେ ନିଆରି କରିବା ପାଇଁ ନୀରଜ ଏପରି କରିଥିବା କଥା କହିଛନ୍ତି । ତାଙ୍କର ପତ୍ନୀ ନିକିତା ବି ପତିଙ୍କର ଏହି ନିଆରା ପ୍ରୟାସରେ ବେଶ୍ ଖୁସୀ ।

ଏପରି କରିବା ପାଇଁ ନୀରଜ କହିଥିବା ବେଳେ ପରିବାରରେ କିଛି ସଦସ୍ୟ ପ୍ରଥମେ ବିରୋଧ କରିଥିଲେ । ମାତ୍ର ପରେ ନୀରଜଙ୍କ ସହ ତାଙ୍କ କଥାରେ ସହମତ ହୋଇଥିଲେ ।

ବରଯାତ୍ରୀରେ ୧୮ରୁ ୭୦ ବର୍ଷ ବୟସ୍କମାନେ ବି ସାମିଲ ଥିଲେ । ମହିଳାମାନେ ବି ନୀରଜଙ୍କ ସହ ଦୌଡିଥିଲେ । ସମସ୍ତେ ସ୍ୱେଚ୍ଛାରେ ତାଙ୍କ ସହ ଦୌଡିଥିବା କଥା ନୀରଜ କହିଛନ୍ତି ।

   Related Posts