୭ ଦିନରେ ପ୍ରତି ୧୦ ଗ୍ରାମ ୧୬୦୦ ଟଙ୍କା କମିଲା ସୁନା
16/01/2020 at 3:46 PM

ନୂଆଦିଲ୍ଲୀ ୧୬।୦୧- ସୁନାଦର ୭ ଦିନରେ ୧୬ଶହ ଟଙ୍କା ହ୍ରାସ ପାଇଛି । ଗତ ସପ୍ତାହରେ ଏହା ସର୍ବୋଚ୍ଚ ଦରରେ ପହଞ୍ଚିଥିଲା ।
ଇରାନ୍ ଓ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ସୁନାଦର ବୃଦ୍ଧି ପାଇଥିଲା ।

ସୁନାଦର ସର୍ବକାଳୀନ ରେକର୍ଡସ୍ତରରେ ପହଞ୍ଚିଥିଲା । ଏହା ୪୧ହଜାର ୩୦୦ ଟଙ୍କା ପାର କରିଥିଲା । ପରେ ସୁନାଦର ହ୍ରାସ ୧୬ଶହ ଟଙ୍କା ହ୍ରାସ ପଇ ପ୍ରତି ୧୦ ଗ୍ରାମ ୩୯,୬୩୫ ଟଙ୍କାରେ ପହଞ୍ଚିଛି । ଏମ୍ସିଏକ୍ସରେ ସୁନାଦର ପ୍ରତି ୧୦ ଗ୍ରାମ ଫ୍ୟୁଚର ପ୍ରାଇସ୍ ୩୯,୬୩୫ ଟଙ୍କା ରହିଛି ।

ସେହିପରି ରୂପାଦର ପ୍ରତି କିଲୋ ୦.୨ ପ୍ରତିଶତ ହ୍ରାସ ପାଇ ୪୬,୨୯୦ ଟଙ୍କାରେ ପହଞ୍ଚିଛି ।
ଅନ୍ତର୍ଜାତୀୟ ବଜାରରେ ସୁନାଦର ହ୍ରାସ ପାଇଛି । ପ୍ରତି ଆଉନସ୍ ସୁନାଦର ୧୫୫୬.୬୯ ଡଲାର ରହିଛି।

ଗତ ବର୍ଷ ସେପ୍ଟେମ୍ବର ମାସରେ ଚୀନ୍ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଯୋଗୁଁ ସୁନାଦର ବୃଦ୍ଧି ପାଇଥିଲା । ଏହା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ୪୦ ହଜାର ଟଙ୍କା ପାର କରିଥିଲା । ପରେ ଚୀନ୍ ଓ ଆମେରିକା ବାଣିଜ୍ୟକୁ ନେଇ ଏକ ଦ୍ୱିପାକ୍ଷିକ ରାଜିନାମା ସ୍ୱାକ୍ଷର କରିବା ଯୋଗୁଁ ଏହି ସ୍ଥିତିରେ ପରିବର୍ତ୍ତନ ଆସିଥିଲା । ପରେ ସୁନାଦର ହ୍ରାସ ପାଇ ୫୦ ହଜାର ଟଙ୍କା ତଳକୁ ଖସିଥିଲା।
ଇରାନ୍ ଓ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାରୁ ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଦେଖାଦେଇଥିଲା। ତୈଳ ସହ ସୁନା ଓ ଅନ୍ୟନ୍ୟ ଦର ବୃଦ୍ଧି ପାଇଥିଲା ।