କମିଲା ସୁନାଦର -ପ୍ରତି ୧୦ ଗ୍ରାମ ୧,୪୦୦ ଟଙ୍କା କମିଲା

Published By : Prameya-News7 Bureau | January 12, 2020 IST

ନୂଆଦିଲ୍ଲୀ - ସୁନାଦର ପ୍ରତି ୧୦ ଗ୍ରାମ ୧,୪୦୦ ଟଙ୍କା କମିଛି । ଦେଶର ରାଜଧାନୀ ଦିଲ୍ଲୀର ସରଫା ବଜାରରେ ସୁନାଦର ହ୍ରାସ ପାଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା ଏମ୍‌ସିଏକ୍ସରେ ବି ସୁନାଦର ବହୁତ ହ୍ରାସ ପାଇଛି। ଇରାନ୍‌ ଓ ଆମେରିକାର ମଧ୍ୟରେ ଯୁଦ୍ଧ ପରିସ୍ଥିତ ଦେଖାଦେବାପରେ ସୁନାଦର ପ୍ରତି ୧୦ ଗ୍ରାମ ୪୧ ହଜାର ଟଙ୍କା ପାର କରିଥିଲା ।

{"id":204880,"sizeSlug":"large"}

ଗତ ବର୍ଷ ସେପ୍ଟେମ୍ବର ମାସରେ ସୁନାଦର ୪୦ ହଜାର ଟଙ୍କା ପାର କରିବାପରେ ପୁଣି ହ୍ରାସ ପାଇଥିଲା . ମାତ୍ର ଆମେରିକା ଓ ଇରାନ୍‌ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହେବାପରେ ପୁଣି ସୁନାଦର ବୃଦ୍ଧି ପାଇଥିଲା ।

{"id":189623,"sizeSlug":"large"}

ଏବେ ଆମେରିକା ଓ ଇରାନ୍‌ ମଧ୍ୟରେ ପରିସ୍ଥିତି ସାମାନ୍ୟ ସୁଧାର ଆସିବା ପରେ ଅନ୍ତର୍ଜାତୀୟ ବଜାରରେସୁନାଦର ପୁଣ ହ୍ରାସ ପାଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା ଏମ୍‌ସିଏକ୍ସରେ ଫେବ୍ରୁଆରୀ ଫ୍ୟୁଚର ପ୍ରାଇସ୍‌ ୦.୧୨ ପ୍ରତିଶ ହ୍ରାସ ପାଇଛି । ଗତ ସପ୍ତାହରେ ପ୍ରତି ୧୦ ଗ୍ରାମ ୪୧,୨୯୩ ଟଙ୍କାରେ ପହଞ୍ଚିବା ପରେ ଏବେ ଏହା ପ୍ରାୟ ୧,୪୦୦ ଟଙ୍କା ହ୍ରାସ ପାଇଛି ।

{"id":157986,"sizeSlug":"large"}

ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା ଏମ୍‌ସିଏକ୍ସରେରେ ରୂପାଦର ହ୍ରାସ ପାଇଛି । ରୂପା ପ୍ରତି କିଲୋ ଶୁକ୍ରବାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା ଏମ୍‌ସିଏକ୍ସରେ ୦.୬୭ ପ୍ରତିଶତ ହ୍ରାସ ପାଇ ୪୬,୮୯୦ ଟଙ୍କାରେ ପହଞ୍ଚିଛି ।

ସୁନାଦର ହ୍ରାସ ପାଇ ପ୍ରତି ୧୦ ଗ୍ରାମ ୩୯,୮୭୦ ଟଙ୍କାରେ ପହଞ୍ଚିଛି ।

{"id":208635,"sizeSlug":"large"}

ଇରାନ ସେନାର ଜେନେରାଲ୍‌ କାସିମ୍‌ ସୁଲେମାନୀଙ୍କୁ ଆମେରିକା ହତ୍ୟା କରିବା ପରେ ଦୁଇ ଦେଶ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ଇରାନ୍‌ ବାଗଦାଦରେ ଥିବା ଆମେରିକାର ସୈନ୍ୟ ଆଡ୍ଡାମାନଙ୍କରେ ମିସାଇଲ୍‌ ମାଡ କରିଥିଲା । ପରେ ଏକ ୟୁକ୍ରେନ ବିମାନକୁ ଇରାନ୍ ଭୁଲ୍‌ରେ ମିସାଇଲ୍ ମାଡ କରିବାରୁ ୧୭୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଦୁଇ ଦେଶ ମଧ୍ୟରେ ପରିସ୍ଥିତି ସାମାନ୍ୟ ସୁଧାର ଆସିଛି। ଏବେ ଶାନ୍ତି ପ୍ରତିଷ୍ଠା ହେବାର ଆଶା ଦେଖା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.