ଗଞ୍ଜାମରେ ନଦୀ ମଧ୍ୟକୁ ଡେଇଁ ପଡିଲେ ଛାତ୍ରୀ- ଦେବଦୂତ ପରି ଜୀବନ ରକ୍ଷା କଲେ ମତ୍ସଜୀବୀ
16/01/2020 at 4:40 PM

ଛତ୍ରପୁର ୧୬।୦୧ – ଗଞ୍ଜାମ ଛତ୍ରପୁର ନିକଟସ୍ଥ ଋଷିକୂଲ୍ୟା ସଡକ ପୋଲ ଉପରୁ ଜଣେ ଛାତ୍ରୀ ଆତ୍ମହତ୍ୟା କରିବା ପାଇଁ ନଦୀ ମଧ୍ୟକୁ ଡେଇଁ ପଡିଥିଲେ । ସେଠାରେ ମାଛ ଧରୁ ଥିବା ଦୁଇ ଜଣ ମତ୍ସଜୀବୀ ଏହା ଦେଖିପାରି ତାଙ୍କର ଜୀବନ ରକ୍ଷା କରିଛନ୍ତି। କେଉଁ କାରଣରୁ ଛାତ୍ରୀ ଜଣକ ନଦୀ ମଧ୍ୟକୁ ଡେଇଁ ପଡିଥିଲେ ତାହାର କାରଣ ଜଣା ପଡି ନାହିଁ ।

ଜୀବନ ରକ୍ଷା କରିଥିବା ମତ୍ସଜୀବୀ ଦୁଇ ଜଣଙ୍କର ନାମ ସୁକାନ୍ତଓ ପବିତ୍ର । ସେମାନେ ମାଛ ମାରୁଥିବା ସମୟରେ ଜଣେ ଯୁବତୀ ନଦୀ ମଧ୍ୟରୁ ଡେଇଁଥିବା ଦେଖିଥିଲେ । ତୁରନ୍ତ ସେହି ଦୁଇ ଜଣେ ସେହି ସ୍ଥାନରେ ପହଞ୍ଚିଥିଲେ । ପାଣି ମଧ୍ୟରେ ବୁଡିଯାଉଥିବା ଯୁବତୀଙ୍କୁ ଦୁଇ ଜଣ ଉଦ୍ଧର କରି କୂଳକ ଆଣିଥିଲେ ।

ପରେ ଛାତ୍ରୀ ଜଣଙ୍କୁ ଗଞ୍ଜାମ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି । ଛାତ୍ରୀ ଜଣଙ୍କ ଛତ୍ରପୁରରେ ଯୁକ୍ତ ତିନି ରେ ପାଠ ପଢୁଛନ୍ତି ।