Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ବଡ଼ଦାଣ୍ଡରେ ଇଞ୍ଜିନିୟର ଡିଗ୍ରୀଧାରୀ ପୂର୍ବତନ ଅଧ୍ୟାପକ ଭିକାରୀ – ଜାଣନ୍ତୁ ଏହାର ରହସ୍ୟ

18/01/2020 at 8:04 PM

ପୁରୀ ୧୮।୦୧ – ବଡ଼ଦାଣ୍ଡରେ ଇଞ୍ଜିନିୟର ଡିଗ୍ରୀଧାରୀ ଭିକାରୀ । ଜଣେ ମେଧାବୀ ଛାତ୍ର ଏବଂ ରାଜ୍ୟର ଏକ ପ୍ରତିଷ୍ଠିତ କଲେଜରୁ ବିଏସସି ପାସ୍ କରିଥିଲେ । ପରେ ଡିଗ୍ରୀ ଇଞ୍ଜିନୟରିଂ କରିବା ସହ ଏକ ପ୍ଲାଷ୍ଟିକ ଇଞ୍ଜିନିୟରିଂ କଲେଜରେ ୩ ବର୍ଷ ଅଧ୍ୟାପନା କରିଥିଲେ । ହେଲେ ଏବେ ସେ ଭିକାରୀ, ଗତକିଛି ବର୍ଷ ଧରି ବଡ଼ଦାଣ୍ଡରେ ଭିକ ମାଗୁଛନ୍ତି । ତେବେ କିଏ ଏହି ଭିକାରୀ, କେମିତି ତାଙ୍କ ସମ୍ପର୍କରେ ଏହି ରହସ୍ୟ ଜଣାପଡ଼ିଲା ଆସନ୍ତୁ ଜାଣିବା ।… 

ମୁହଁରେ ମେଞ୍ଚା ମେଞ୍ଚା ଦାଢ଼ି । ମୁଣ୍ଡରେ ଅଲୁରା ବାଳ । ବଡ଼ଦାଣ୍ଡରେ ବସି ମାଗୁଛନ୍ତି ଭିକ । ମାସେ କି ଦୁଇ ମାସ ନୁହେଁ, ବର୍ଷ ବର୍ଷ ଧରି ଏମିତି ବଡ଼ଦାଣ୍ଡରେ ଭିକ ମାଗୁଥିଲେ ଏହି ବ୍ୟକ୍ତି। ତେବେ ଶୁକ୍ରବାର ଜଣେ ରିକ୍ସା ଚାଳକଙ୍କ ସହ ତାଙ୍କର ରକ୍ତାକ୍ତ ଗଣ୍ଡଗୋଳ ହୋଇଥିଲା ।

ରିକ୍ସାଚାଳକଙ୍କୁ ମାଡ଼ମାରି ରକ୍ତାକ୍ତ କରିବା ସହ ନିଜେ ମଧ୍ୟ ଆହତ ହୋଇଥିଲେ । ଏହାପରେ ଭିକାରୀ ଜଣଙ୍କ ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ |

ତେବେ ସେ ଯେଉଁ ଏତେଲା ଲେଖିଥିଲେ ତାହା ଦେଖିବା ପରେ ପୋଲିସ ବାବୁକାବା ହୋଇଯାଇଥିଲେ । ଜଣେ ଭିକାରିର ନିର୍ଭୁଲ ଓ ଉଚ୍ଚକୋଟିର ଇଂରାଜୀ ଜ୍ଞାନ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଭିକ୍ଷୁକ ପରିଚୟ ଦେଉଥିବା ଭିକାରୀଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଜାଣିବା ପାଇଁ ପୋଲିସବାବୁ ଇଚ୍ଛା ପ୍ରକାଶ କରିଥିଲେ । ଆଉ ତାପରେ ଯାହା ଜଣାପଡ଼ିଲା ତାହା ଥିଲା କିଛି ଏମିତି ।

ଭିକ୍ଷାବୃତ୍ତି କରୁଥିବା ଏ ବ୍ୟକ୍ତି ହେଉଛନ୍ତି ଗିରିଜା ଶଙ୍କର ମିଶ୍ର । ଘର ଭୁବନେଶ୍ବର ଜୟଦେବ ବିହାର ଅଞ୍ଚଳରେ । ବାପା ଜଣେ ପୋଲିସ ଡିଏସପି । ଗିରିଜା ଜଣେ ମେଧାବୀ ଛାତ୍ର ଥିଲେ, ବିଏସସି ଓ ଇଞ୍ଜିନିଅରିଂ ପରେ ଏକ ପ୍ଲାଷ୍ଟିକ ଇଞ୍ଜିନିଅରିଂ କଲେଜରେ ତିନି ବର୍ଷ ପାଇଁ ଅଧ୍ୟାପନା କରିଥିଲେ ।


କିନ୍ତୁ ସେ କାହିଁକି ଚାକିରି ଛାଡ଼ି ବଡ଼ ଦାଣ୍ଡରେ ଭିକ୍ଷାବୃତ୍ତିକଲେ ସେନେଇ କିଛି କହିବାକୁ ମନା କରିଦେଇଛନ୍ତି, ଏହା ତାଙ୍କର ବ୍ୟକ୍ତିଗତ କଥା ବୋଲି କହିଛନ୍ତି ଗିରିଜା ।

ତେବେ ଜଣେ ଡିଗ୍ରୀ ଇଞ୍ଜିନିୟର ବର୍ଷ ବର୍ଷ ଧରି ବଡ଼ ଦାଣ୍ଡରେ ଭିକ ମାଗିବା କଥା ଜଣା ପଡ଼ିବା ପରେ ଲୋକଙ୍କ ଭିତରେ ଉତ୍ସୁକତା ଦେଖା ଦେଇଛି।…  

   Related Posts