Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଉମରକୋଟର ପିଶାଚ ସ୍ୱାମୀ- ସାଙ୍ଗଙ୍କୁ ଲଗାଇ ସ୍ତ୍ରୀକୁ କଲା ଗଣ ଦୁଷ୍କର୍ମ

19/01/2020 at 7:29 PM

ଉମରକୋଟ ୧୯।୦୧ – ବାପା,ମା ଓ ପରିବାରର ବାରଣ ସତ୍ବେ ହୃଦୟ ଦେଇ ଭଲ ପାଇଥିବା ପ୍ରେମିକକୁ ବିଶ୍ବାସ କରି ବିବାହ କଲେ । କିନ୍ତୁ ବାହାଘରର ମାତ୍ର ବର୍ଷେ ନପୁରୁଣୁ ପ୍ରେମିକରୁ ସ୍ବାମf ପାଲଟିଥିବା ମନର ମଣିଷଟି ଶେଷରେ ଦେଇଛି ସାଂଘାତିକ ଧୋକା  ।  ୩ସାଙ୍ଗଙ୍କ ସହ ମିଶି ପିଶାଚ ସ୍ବାମୀ ଶେଷରେ ସ୍ତ୍ରୀକୁ ଗଣ ଦୁଷ୍କର୍ମ କରିଛି  । ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଉମରକୋଟ ଅଞ୍ଚଳରେ ।

ସାତ ଜନ୍ମର ସାଥୀ। ସାତ ଦୁନିଆରୁ ପର କରି ଯାହାକୁ କରିଥିଲେ ଭରସା। ୩ ସାଙ୍ଗଙ୍କ ସହ ମିଶି ସ୍ବାମୀ କରିଛି ଗଣ ଦୁର୍ଷର୍ମ।  ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳରୁ ଆସିଛି ଏଭଳି ସଂଗୀନ ଅଭିଯୋଗ । ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ପୀଡିତାଙ୍କ ବୟାନ ରେକର୍ଡ ସହ ଏକ ମାମଲା ରୁଜୁ କରିଛି  । ତେବେ ଏନେଇ ପୋଲିସ ଏଯାଏ କୌଣସି ପ୍ରତିକ୍ରିୟା ଦେଇନି ତେବେ ପୀଡ଼ିତା ବଖାଣିଛନ୍ତି ତାଙ୍କ ସହିତ ହୋଇଛି କଣ।

ଉମରକୋଟ ଅଞ୍ଚଳର ଏହି ଯୁବତୀ ଗତବର୍ଷ ପ୍ରେମ ବିବାହ କରିଥିଲେ । ଯେଉଁଥିପାଇଁ ନା ବାପା ଘର ନା ଶ୍ବଶୁର ଘର କେହି ତାଙ୍କୁ ଆପଣାଇଲେନି। ଫଲରେ ରାଇଘରରେ ଉଭୟ ଘରଭଡ଼ା ନେଇ ରହୁଥିଲେ । ତେବେ ଅଢ଼େଇ ଦିନର ପ୍ରେମ ସରିଗଲା।

ଆଉ ଘରେ ପଶିଲା ଝଡ଼। ଏପରିକି ନିଜ ବିଶ୍ବାସର ଦୁନିଆ ଭାଙ୍ଗିଯାଉଥିବା ଦେଖି ପୀଡ଼ିତା ହାତକାଟି ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ । ଆଉ  ଗତ ୧୩ ତାରିଖରେ ସବୁ ଯେମିତି ସୀମା ଟପିଯାଇଥିଲା।  ସ୍ତ୍ରୀକୁ ବୁଲିଯିବାକୁ କହି ଉମରକୋଟର ଏକ ଫାର୍ମ ହାଉସକୁ ନେଇଥିଲା ଅଭିଯୁକ୍ତ । ଆଉ ତିନି ସାଙ୍ଗଙ୍କୁ ଡକାଇ ହାତ ଓ ମୁହଁରେ ଗାମୁଛା ବାନ୍ଧି ଗଣଦୁଷ୍କର୍ମ କରିଥିଲା ସ୍ବାମୀ ।

ଅଭିଯୁକ୍ତ ସ୍ବାମୀ ଏବଂ ତାଙ୍କ ୩ ସାଙ୍ଗକୁ ଫେରାର ହୋଇଯାଇଛନ୍ତି।  

   Related Posts