ଆପଣଙ୍କ ଭାଗ୍ୟର ହେବ ଉଦୟ,ଭୃଗୁ ସଂହିତା ହିସାବରେ ଚମକିବେ ନକ୍ଷତ୍ର ଜାଣନ୍ତୁ କିପରି

Published By : Prameya-News7 Bureau | January 23, 2020 IST

ଅଧିକାଂଶଙ୍କର ଇଚ୍ଛା ସେମାନେ କିପରି ଭାଗ୍ୟଶାଳୀ ହେବେ । ଏଥିପାଇଁ ଅନେକ ଲୋକ ଅନେକ କିଛି କରିଥାଆନ୍ତି । ଧନସମ୍ପତ୍ତି ପାଇବା ପାଇଁ ଅନେକ କାର୍ଯ୍ୟ କରିଥାଆନ୍ତି । ହେଲେ ବେଳେ ବେଳେ ଭାଗ୍ୟ ସାଥ ଦିଏନି ବୋଲି କହନ୍ତି । ମାତ୍ର ଏପରି କିଛି ସହଜ ଉପାୟ ଅଛି ଯାହା କଲେ ଆପଣଙ୍କ ଭାଗ୍ୟଦୋୟ ହେବ । ଚମକିବେ ଆପଣଙ୍କ କୁଣ୍ଡଳୀର ତାରା ସିତାରା ବା ନକ୍ଷତ୍ର ।

{"id":214843,"sizeSlug":"large"}

ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭୃଗୁ ସଂହିତାର ଏକ ଉଚ୍ଚାସ୍ଥାନ ଅଛି । ଏହାକୁ ପାଳନ କଲେ ଅନେକ ସୁଫଳ ମିଳେ । ଭୃଗୁ ସଂହିତା ଅନୁସାରେ ଏପରି କିଛି ଭଲ କାର୍ଯ୍ୟ ଅଛି ଯାହାକୁ କଲେ ଅତ୍ୟନ୍ତ ସୁଫଳ ମିଳିଥାଏ ।

ଭୃଗୁ ସଂହିତା ନ ଯୁତେ ନ ହଷ୍ଟୋ ନ ତ୍ରିକ ସ୍ଥିତୋ । ଅର୍ଥାତ ବ୍ୟକ୍ତି ତାହାର ବୟସ ଅନୁସାରେ ଅଳସୁଆମି ନକରି ପଥ ଭ୍ରଷ୍ଟ ନ ହୋଇ ଭଲ କାର୍ଯ୍ୟ କଲେ ସୁଫଳ ପାଇବେ ।

{"id":156539,"sizeSlug":"large"}

ଜ୍ୟୋତିଷ ଶାସ୍ତ୍ରୀଙ୍କ ଅନୁସାରେ କୁଣ୍ଡଳୀରେ ୧୨ଟି ଲଗ୍ନ ରହିଥାଏ । ୧୨ଟି ରାଶି ବି ରହିଥାଆନ୍ତି । ଲଗ୍ନ ସ୍ପଷ୍ଟ ଅନୁସାରେ କୁଣ୍ଡଳୀ ବା ଜନ୍ମପତ୍ରୀ ବା ଜାତକର ପ୍ରଥମ ଭାବରେ ଯେଉଁ ରାଶି ପଡନ୍ତି ତାରୁ ଲଗ୍ନ ରାଶି କୁହାଯାଇଥାଏ । ଯାହାର ପ୍ରଥମ ଭାବରେ ମେଷ ରାଶି ଓ ମେଷ ଲଗ୍ନ ହେବେ । ସିଂହ ରାଶି ଥିଲେ ତ ସିଂହ ଲଗ୍ନ ବୋଲି ଧରାଯାଇଥାଏ । ଏପରି ଲଗ୍ନ ଅନୁସାରେ ୧୨ ପ୍ରକାରର କୁଣ୍ଡଳୀ ବନିଥାଏ । ଭୃଗୁ ଋଷିଙ୍କ ଅନୁସାରେ କେଉଁ ରାଶିଙ୍କର କେବେ ଭାଗ୍ୟୋଦୟ ହେବ ସେ ବିଷୟରେ କୁହାଯାଇଛି ।

{"id":202840,"sizeSlug":"large"}

ମେଷ ଲଗ୍ନର -୧୬,୨୨,୨୮,୩୨,୩୬
ବୃଷ ଲଗ୍ନର -୨୫ , ୨୮, ୩୬,୪୨
ମିଥୁନ ଲଗ୍ନର ୨୨,୩୨,୩୫,୩୬,୪୨
କର୍କଟ - ୧୬,୨୨,୨୪,୨୫,୨୮
ସିଂହ ଲଗ୍ନ ୧୬,୨୨,୨୪,୨୬,୨୮,୩୨
କନ୍ୟା ଲଗ୍ନର ୧୬,୨୨,୨୫,୩୨,୩୩,୩୪,୩୬
ତୁଳା ଲଗ୍ନର ୨୪,୨୫,୩୨,୩୩,୩୫
ବିଚ୍ଛା ଲଗ୍ନର ୨୨,୨୪,୨୮,୩୨
ଧନୁ ଲଗ୍ନର ୧୬,୨୨,୩୨
ମକର ଲଗ୍ନର ୨୫,୩୩,୩୫,୩୬

କୁମ୍ଭ ଲଗ୍ନର ୨୫,୨୮,୩୬,୪୨
ମୀନ ଲଗ୍ନର ୧୬,୨୨,୩୮,୩୩
ଭୃଗୁ ଋଷିଙ୍କ ଅନୁସାରେ ବ୍ୟକ୍ତିଙ୍କ କୁଣ୍ଡଳୀ ଆୟୁ ଅନୁସାରେ ଏହି ବର୍ଷମାନଙ୍କର ଭାଗ୍ୟସ୍ଥାନର ସ୍ୱାମୀ ଗ୍ରହ ଶୁଦ୍ଧ ଅବସ୍ଥାରେ ରହିଥାଆନ୍ତି । ଯେଉଁଥିଲେ ମେଷ ଲଗ୍ନ ପାଇଁ ଭାଗ୍ୟସ୍ଥାନରେ ସ୍ୱାମୀ ଗୁରୁଗ୍ରହ ଆୟୁର ମେଷ ଲଗ୍ନର -୧୬,୨୨,୨୮,୩୨,୩୬ ବର୍ଷରେ ଗୋଚର ଗୁରୁ ଗ୍ରହ ବା ବୃହଷ୍ପତି ରାହୁ କିମ୍ବା କେତୁ ଖରାପ ସ୍ଥାନ ବା ଦୂଷିତ ନହେଲେ ଭଲ । ଦଶା ଅନୁସାରେ ବି ଦୂଷିତ ନହେଲେ ଭଲ ।
ଶତ୍ରୁ ରାଶିରେ ବି ଅବସ୍ଥାନ ନ କରନ୍ତି ।

ଭାଗ୍ୟ ଅନୁସାରେ ଏହି ସମୟରେ ଲଟେରୀବି ଲାଗିଥାଏ । ଅଚାନକ ସଫଳତା ମିଳେ । ସଫଳତାର ଦ୍ୱାର ଖୋଲିଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.